ରେଳ ଇତିହାସ; ଅବହେଳିତ ନୂଆପଡା
ନୂଆପଡାରୁ ତପନ ଦାଶ : ସ୍ୱାଧୀନତା ପୂର୍ବେ ହୋଇଥିବା ରେଳ ସର୍ଭେ ଖୁଣ୍ଟ ବର୍ତ୍ତମାନ ବି ଆମ ଅଞ୍ଚଳରେ ଦେଖିବାକୁ ମିଳିଛି । ନୂଆପଡ଼ା ଜିଲ୍ଲା ଖାଡିଆଳ ବିଭିନ୍ନ ଅଞ୍ଚଳ ଗ୍ରାମ ମଧ୍ୟରେ ଦେଖିବାକୁ ମିଳିଥିଲା । ପ୍ରତ୍ୟେକ ଏକ କିଲୋମିଟର ବ୍ୟବଧାନରେ ଏକ ସର୍ଭେ ଖୁଣ୍ଟ ରହିଛି । ସାମ୍ବାଦିକ ତପନ ରଞ୍ଜନ ଦାଶ ସେହି ସର୍ଭେ ଖୁଣ୍ଟ କିପରି ଅଛି ଦେଖିବାକୁ ଯାଇଥିଲେ । ଖୁଣ୍ଟ ଠିକ୍ ଥିବା ବେଳେ ଏହା ଏକ ଅଞ୍ଚଳ ପାଇଁ ମୁଖ ସାକ୍ଷୀ ରୂପେ ଦଣ୍ଡାୟମାନ ଅଟେ । ଏହି ଅଞ୍ଚଳରେ ସ୍ୱାଧିନତା ପୂର୍ବରୁ ରେଳପଥ ସଂଯୋଗ ହେବା ନେଇ ପ୍ରସ୍ତାବିତ ଥିଲା । ଦୁର୍ଭାଗ୍ୟର ବିଷୟ ଏ ପର୍ଯ୍ୟନ୍ତ ଅଞ୍ଚଳ ଅବହେଳିତ । ଉନ୍ନତମାନର ଗମନା ଗମନ ସୁବିଧା ବିନା ପଛୁଆ ଜିଲ୍ଲା ରୂପେ ପରିଚିତ । କେବେ ଅଞ୍ଚଳ, ଗ୍ରାମ, ଜିଲ୍ଳା, ରାଜ୍ୟ ଓ ଦେଶ ବିକଶିତ ହେବ, ଉନ୍ନତ ମାନର ଗମନା ଗମନ ବ୍ୟବସ୍ଥା ବିନା ବିକଶିତ ହେବା ସମ୍ଭବ ନୁହଁ । ଖଡିଆଳ ବିକାଶ ମଞ୍ଚ ଏହି ସର୍ଭେ ଖୁଣ୍ଟ ବାହାର କରି ଦୀର୍ଘ ୧୯ ବର୍ଷର ଯାତ୍ରାରେ ଅନେକ ପାଦ ଆଗେଇ ଅଛୁ । ୨୦୦୮-୦୯ ରେଳ ବଜେଟରେ ସର୍ଭେ ପାଇଁ ମଞ୍ଜୁର ହୋଇଥିବା ବେଳେ ୨୦୧୬ମସିହାରେ ସର୍ଭେ ଶେଷ ହୋଇଛି । ୨୦୧୩ ମସିହାରେ ତାରିଫ ଡାଟା ପୂର୍ବତଟ ରେଳ ବିଭାଗ ୪ ଗୋଟି ଜିଲ୍ଲାପାଳଙ୍କୁ ମାଗିଥିଲେ । ବଲାଙ୍ଗୀର, ନୂଆପଡ଼ା, ନବରଙ୍ଗପୁର ଏବଂ କୋରାପୁଟ ଜିଲ୍ଲାକୁ ସୂଚନା ମାଗିଥିଲେ । ୨୦୧୪ ରେ ଏହି ପ୍ରକଳ୍ପ ବ୍ଲୁ ବୁକ୍ରେ ସ୍ଥାନିତ ହୋଇଥିଲା । ଖଡିଆଳ ବିକାଶ ମଞ୍ଚ ପକ୍ଷରୁ ପ୍ରଥମ ଦାବି ଥିଲା କଣ୍ଟାବାଞ୍ଜି ଠାରୁ ଜୟପୁର ଭାୟା ଖଡିଆଳ, ନବରଙ୍ଗପୁର ସର୍ଭେ ପାଇଁ ମଞ୍ଜୁର ହୋଇଥିଲା । ଜଗଦଲପୁର -ମନଗୁରୁ ଆନ୍ଧ୍ର ପ୍ରଦେଶ ଦାବି ଥିଲା । କୌଣସି ଚିହ୍ନ ବର୍ଣ୍ଣ ନ ଥିବା ରେଳ ପ୍ରକଳ୍ପ ପାଇଁ ଅନେକ ତଥ୍ୟ ଆସି ଥିବା ବେଳେ ବିକାଶ ମଞ୍ଚ ପକ୍ଷରୁ ସମସ୍ତଙ୍କୁ ଦାବି ପତ୍ର ପ୍ରଦାନ ହୋଇଛି । ବର୍ତ୍ତମାନ କେନ୍ଦ୍ର ସରକାର ପକ୍ଷରୁ କେନ୍ଦ୍ର ଜନଜାତି ଗୌରବ କରିଡ଼ର ନାମକ ପ୍ରକଳ୍ପ ମଞ୍ଜୁର ହୋଇଅଛି । ଜୁନାଗଡ଼ ଓଡ଼ିଶାରୁ ଭଦ୍ରାଚଲମ୍ ଆନ୍ଧ୍ରପ୍ରଦେଶ ପର୍ଯ୍ୟନ୍ତ ୪୧୧ କିମି ରହିଅଛି । ଯାହାକି ଆମ ପ୍ରକଳ୍ପର ଅବିକଳ ପୂର୍ଣ୍ଣ କରୁଅଛି । ଖଡିଆଳ ବିକାଶ ମଞ୍ଚ ବର୍ତ୍ତମାନ କେନ୍ଦ୍ର ଜନଜାତି ଗୌରବ କରିଡ଼ର ନାମକ ପ୍ରକଳ୍ପ ସମ୍ପ୍ରସାରଣ କରି ୱାଇ ଲାଇନ୍ ଭାବରେ ଜୁନାଗଡ଼ରୁ ନୂଆପଡ଼ା ଭାୟା ଖଡିଆଳ ୧୧୦ କିମି ଏବଂ ଖଡିଆଳରୁ ବଲାଙ୍ଗୀର ଭାୟା କଣ୍ଟାବାଞ୍ଜି, ପାଟଣାଗଡ ୯୫କିମି ଏହି ପ୍ରକଳ୍ପ ହେଲେ ଓଡ଼ିଶା, ଛତିଶଗଡ ଏବଂ ଆନ୍ଧ୍ରପ୍ରଦେଶକୁ ଅଳ୍ପ ଦୂରତା ରେ ସଂଯୋଗ କରିବ । ଏକ ସମାନ୍ତର ରେଳ ଲାଇନ ହେବ ଯାହାକି ପୂର୍ବ ଓଡ଼ିଶା, ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାକୁ ସଂଯୋଗ ସ୍ଥାପନ କରିବ । ନୂଆପଡ଼ା ବଲାଙ୍ଗୀର ଓଡ଼ିଶାରୁ ଭଦ୍ରାଚଲମ୍ ଆନ୍ଧ୍ରପ୍ରଦେଶକୁ ୬୧୬ କିମି ହେବ । ମାତ୍ର ୨୦୫ କିଲୋମିଟରରେ ତିନି ରାଜ୍ୟକୁ ସଂଯୋଗ କରିବ । ଏହି ରେଳପଥ କେବିକର ଜୀବନ ରେଖା ରୂପ ନେବ । ନୂଆପଡ଼ା ଜିଲ୍ଲାର ରେଳ ଇତିହାସକୁ ଅନୁଧ୍ୟାନ କଲେ ମାତ୍ର ୩୧ କିଲୋମିଟର ରେଳ ଲାଇନ ରହିଥିବା ଜଣାପଡେ । ଛୋଟ ତିନି ଗୋଟି ରେଳ ଷ୍ଟେସନ ରହିଅଛି । ଅତ୍ୟାଧୁନିକ ସେବା ନାହିଁ । ଗୋଟିଏ ରେଳ ଷ୍ଟେସନରେ ମାତ୍ର ଏକ୍ସପ୍ରେସ ରେଳ ରହଣି କରିଥାଏ । ଯାହା କି ଜିଲ୍ଲାର ଅନ୍ତିମ କୋଣ ଏବଂ ସୀମାନ୍ତରେ ଅବସ୍ଥିତ । ଜିଲ୍ଲାର ଏକ ପାର୍ଶ୍ୱ ଦେଇ ରେଳଲାଇନ ଯାଇଛି । ଜିଲ୍ଲାର ଜନସଂଖ୍ୟାକୁ ଅନୁଧ୍ୟାନ କଲେ ମାତ୍ର ୨୦% ପ୍ରତିଶତ ଲୋକ ରେଳ ସେବା ଉପଭୋଗ କରୁଛନ୍ତି । ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ୮୦% ପ୍ରତିଶତ ଲୋକ ରେଳ ସେବାରୁ ବଞ୍ଚିତ ଅଟନ୍ତି । ନୂଆପଡ଼ା ଜିଲ୍ଲା ଏକ କେନ୍ଦ୍ର ସରକାରଙ୍କ ଆକାଂକ୍ଷି ଜିଲ୍ଲା ହୋଇଥିବା ବେଳେ ବିକଶିତ ହେବା ପାଇଁ କେନ୍ଦ୍ର ଜନଜାତି ଗୌରବ କରିଡ଼ରକୁ ସମ୍ପ୍ରସାରଣ କରି ଜିଲ୍ଲାର ମଧ୍ୟ ଭାଗ ସହ ପାଞ୍ଚ ଗୋଟି ବ୍ଲକ ଉନ୍ନତ ଗମନା ଗମନ ସେବା ସହ ଯୋଡ଼ି ହେଲେ ସମ୍ଭବ ହେବ । ନଚେତ କଥା ଓ ସଂଖ୍ୟା ଏବଂ ଅନୁପାତରେ ବିକଶିତ ହାର ବୃଦ୍ଧି ହେବ । ପ୍ରକୃତରେ ଆକାଂକ୍ଷା ଜିଲ୍ଲା ନୂଆପଡ଼ା ଏବଂ କଳାହାଣ୍ଡି ଜିଲ୍ଲାରକୁ ବିକଶିତ ଏବଂ ଏକ ନମ୍ୱର୍ ଜିଲ୍ଲା କରିବାକୁ ଚାହାନ୍ତି ତେବେ ଏହି ରେଳ ପ୍ରକଳ୍ପ ସୁନିଶ୍ଚିତ ଆବଶ୍ୟକ ଅଟେ । କେବିକେ ଅଞ୍ଚଳର ଜୀବନ ରେଖା ହେବ । ଓଡ଼ିଶାର ଅସ୍ମିତା ଓଡ଼ିଆ ହୋଇଥିବା ବେଳେ ନୂଆପଡ଼ାର ଅସ୍ମିତା ରେଳ ପ୍ରକଳ୍ପ ଅଟେ ।