ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ବଡପାରୀ ଜଙ୍ଗଲ କମିଟି
ାା ପ୍ରଭାନୁ୍ୟଜ୍ ।ା ଚିଲିକା : ବଡପାରୀ ଗିରିଗୋବର୍ଦ୍ଧନ ଜଙ୍ଗଲ କମିଟି ଗ୍ରାମର ଗୋଚର ଜମିକୁ ଉଚ୍ଛେଦରେ ଅଯଥା ବିଳମ୍ବ ହେଉଥିବା ହେତୁ ସୋମବାର ଦିନ ଜଙ୍ଗଲ କମିଟିର କର୍ମକର୍ତାମାନେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଉପସ୍ଥିତ ହୋଇ ଉଚ୍ଛେଦ କାଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଦାବି କରିଥିବା ଜଣାପଡିଛି । ଏହି ଗ୍ରାମର ୯୩ଟି ପରିବାର ଜଙ୍ଗଲ କମିଟି ଦ୍ୱାରା ଚାରାରୋପଣ କରାଯାଇଥିବା ୧୪ ଏକର ଗୋଚର ଜମିରୁ ପ୍ରାୟ ୪୦୦ ବୃକ୍ଷ କାଟି ନିଜ ଜବରଦଖଲକୁ ନେଇଯିବା ଫଳରେ ଏଥିପାଇଁ ଉଚ୍ଚନ୍ୟାୟାଳୟରେ ମାମଲା ରୁଜୁ କରାଯାଇଥୁଲା । ଏହି ମାମଲାର ବିଚାର କରି ଉଚ୍ଚ ନ୍ୟାୟଳୟ ଖୋର୍ଦ୍ଧା ଜିଲା ପ୍ରଶାସନକୁ ତୁରନ୍ତ ଜବରଦଖଲକାରୀଙ୍କୁ ଉଚ୍ଛେଦ କରିବା ପାଇଁ ନିଦେ୍ର୍ଦଶ ଦେଇଥିଲେ । ଟାଙ୍ଗୀ ତହସିଲଦାର ୨୦୧୨ ଜୁଲାଇ ୧୧ ତାରିଖରେ ଜବରଦଖଲକାରୀଙ୍କ ଅସ୍ଥାୟୀ ଗୃହକୁ ଭାଙ୍ଗି ଦେଇଥିଲେ ମଧ୍ୟ ଏହି ବିବାଦୀୟ ଜମିରେ ପାଚେରୀ ନିର୍ମାଣ କରିନଥିଲେ । ପାଚେରୀ ନିର୍ମାଣ ପାଇଁ ଟାଙ୍ଗୀ ବ୍ଲକ ତରଫରୁ ୯ ଲକ୍ଷ ୫୦ ହଜାର ଟଙ୍କା ଟାଙ୍ଗୀ ତହସିଲଦାରଙ୍କ ନିକଟରେ ଦାଖଲ କରିଥିଲେ । ଏହାପରେ ଜବରଦଖଲକାରୀମାନେ ସେହି ବିବାଦୀୟ ଜାଗାକୁ ଦଖଲ କରିନେଇଥିଲେ । ଏଥିପାଇଁ ଜଙ୍ଗଲ କମିଟି ତରଫରୁ ଟାଙ୍ଗୀ ତହସିଲଦାରଙ୍କ ବିରୁଦ୍ଧରେ ଉଚ୍ଚ ନ୍ୟାୟାଳୟରେ ୩୨୦/୨୦୧୨ ଅଦାଲତ ଅବମାନନା ମାମଲା ଦାଖଲ କରିଥିଲେ । ଟାଙ୍ଗୀ ତହସିଲଦାର ୨୦୧୨ ଡିସେମ୍ବର ୧୮ ତାରିଖରେ ଉକ୍ତ ଜମିକୁ ଉଚ୍ଛେଦ କରିବା ପାଇଁ ଆଉ ୨ ମାସ ମହଲତ ଉଚ୍ଚ ନ୍ୟାୟାଳଙ୍କୁ ମାଗିଥିଲେ । ମାତ୍ର ତହସିଦାରଙ୍କ ପରେ ତହସିଲଦାର ବଦଳି ହେଉଥୁବା ଯୋଗୁ ଓ ପ୍ରଶାସନର ଟାଳଟୁଳ ନୀତି ବିରୁଦ୍ଧରେ ୨୦୧୮, ୨୦୨୦, ୨୦୨୧ରେ ୩ଟି ଅଦାଲତ ଅବମାନନା ମାମଲା ରୁଜୁ ହୋଇଥିଲା । ଗ୍ରାମ କମିଟିର ସଭାପତି ଗୋପାଳ ଚରଣ ପାଲଟାସିଂହଙ୍କ ନେତୃତ୍ୱରେ ୫ ଜଣ ସଦସ୍ୟ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ହାଜର ହୋଇ ଜବରଦଖଲକାରୀଙ୍କୁ ତୁରନ୍ତ ଅଭିଯୋଗ ପତ୍ର ଦାଖଲ କରିଥିଲେ । ଏ ଦିଗରେ ତ୍ୱରିତ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଖୋର୍ଦ୍ଧା ଜିଲାପାଳଙ୍କୁ ନିଦେ୍ର୍ଦଶ ଦିଆଯାଇଥିବା ଅଭିଯୋଗକାରୀଙ୍କ ସୂତ୍ରରୁ ଜଣାପଡିଛି ।