ବିଶ୍ଵ ଛେନାପୋଡ ଦିବସ
ନୟାଗଡ: ଓଡିଆର ସ୍ଵାଦ ଓ ପ୍ରତିଟି ଓଡିଆର ପସନ୍ଦର ମିଠା। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ଅର୍ପଣ ହେଉଥିବା ଏହି ମିଠାର ଦ୍ଵିଗୁଣ ସ୍ଵାଦ ଓଡିଆଙ୍କ ସବୁ ପର୍ବପର୍ବାଣୀରେ ଖୋଜାପଡେ। ଆଜି ସେହି ସ୍ଵାଦିଷ୍ଟ ଛେନାପୋଡ ପାଇଁ ଉତ୍ସର୍ଗୀକୃତ ଦିନ ଛେନାପୋଡ ଦିବସ। ପ୍ରତିବର୍ଷ ଏପ୍ରିଲ ୧୧ ତାରିଖକୁ ଛୋନାପୋଡ ଦିବସ ଭାବରେ ପାଳନ କରାଯାଏ। ଛୋନାପୋଡ ଖାଇବାକୁ ପିଲାଠୁ ବୁଢା ସମସ୍ତେ ପସନ୍ଦ କରିଥାନ୍ତି। ଛେନାପୋଡର ସ୍ରଷ୍ଟା କୁହାଯାଉଥିବା ସୁଦର୍ଶନ ସାହୁଙ୍କ ଜନ୍ମଦିନକୁ ବିଶ୍ଵ ଛେନାପୋଡ ଦିବସ ରୂପେ ପାଳନ କରାଯାଏ। ନୟାଗଡ ମାଟିରୁ ଜନ୍ମ ନେଇଛି ଛେନାପୋଡ। ଏହା କେବଳ ନୟାଗଡ ନୁହେଁ , ସାରା ବିଶ୍ଵରେ ପରିଚିତ ହୋଇପାରିଛି। ତେଣୁ ଏହାକୁ ଜିଆଇ ଟ୍ୟାଗର ମାନ୍ୟତା ଲାଗି ଦାବି କରାଯାଉଛି।