ରେନେସାଂ କଲେଜ ଆଗରେ ଧାରଣାରେ ବସିଲେ ମୃତ ଛାତ୍ରର ମାଆ

 ଧର୍ମଶାଳା: ନିର୍ଯାତନା ସହିନପାରି ଆତ୍ମହତ୍ୟା କରିଥିବା ଛାତ୍ରର ମାଆ ଓ ପରିବାର ନ୍ୟାୟ ଦାବିରେ ଜାରକାର ରେନେସାଂ କଲେଜ ସମ୍ମୁଖରେ ଧାରଣାରେ ବସିଥିଲେ । ଦୀର୍ଘ ଘଣ୍ଟା ଧରି ଧାରଣାରେ ବସିଥିବା ମାଆ ଓ ପରିବାରକୁ ପୁଲିସ ବୁଝାସୁଝା କରି ସପ୍ତାହକ ମଧ୍ୟରେ ଆବଶ୍ୟକ ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ଦେବା ପରେ ଧାରଣାରୁ ଉଠିଥିଲେ । ଖବ ଥାଉକି କୁଆଖୁଆ ଥାନା ଓଡିଶୋ ପଞ୍ଚାୟତ ଅଣ୍ଡେଇ ଗୋଡା ଗ୍ରାମର ବାଙ୍କ ବିହାରୀ ପଣ୍ଡାଙ୍କ ପୁଅ ଆଶିଷ ରେନେସାଂ ହଷ୍ଟେଲରେ ରହି ପାଠ ପଡ଼ୁଥିବା ବେଳେ ଗତ ୪ ତାରିଖରେ ସେଠାରେ ଅନ୍ୟ ଜଣେ ଛାତ୍ରଙ୍କ ମୋବାଇଲ ଫୋନ ଚୋରୀ କରି ନେଇଛି ବୋଲି ଅଭିଯୋଗରୁ କଲେଜ କର୍ତୃପକ୍ଷ ତାକୁ ସମସ୍ତଙ୍କ ସାମନାରେ ଆଣ୍ଠେଇ ଦେବା ସହ ଅବିଭାବକଙ୍କୁ ଡାକି ଜିମା ଦେଇଥିଲେ । ଆଶିଷ ଘରେ ରହିଥିବା ବେଳେ ଅପମାନ ସହ୍ୟ କରିନପାରି ସୋମବାର ରାତିରେ ବିଷ ପିଇ ଆତ୍ମହତ୍ୟା କରିଥିଲା । ନିର୍ଯ୍ୟାତନା ଯୋଗୁ ସେ ଆତ୍ମ ହତ୍ୟା କରିବା ଭଳି ଚରମ ପଦକ୍ଷେପ ନେଇଥିବା ପରିବାର ପକ୍ଷରୁ ଅଭିଯୋଗ ହେବା ସହ କଲେଜ କର୍ତୃପକ୍ଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ଧର୍ମଶାଳା ଥାନାରେ ଏତଲା କରିଥିଲେ । ଏନେଇ ପୁଲିସ ଏକ ମାମଲା ରୁଜୁ କରିଥିଲେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ପରିବାର ଓ ପଡୋଶୀ ରେନେସାଂ କଲେଜ ଆଗରେ ଧାରଣାରେ ବସିଥିଲେ । କଲେଜର ପରିଚାଳକ ବିଭୁତି ଭୂଷଣ ଓ ଚିନ୍ମୟ ସାରଙ୍କୁ ଗିରଫ ନହେବା ଯାଏଁ ଆମେ ଧାରଣାରେ ବସିଥିବୁ ବୋଲି କହିଥିଲେ । ଯାହାକୁ ନେଇ ଘଟଣା ସ୍ଥଳରେ ଉତେଜନା ସୃଷ୍ଟି ହୋଇଥିଲା ।  ଖବର ପାଇ ଏସଡିପିଓ ସଞ୍ଜୟ ପଟନାୟକ, ଧର୍ମଶାଳା ଥାନା ଅଧିକାରୀ ତପନ ନାୟକ ଓ କୁଆଖିଆ ଥାନା ଅଧିକାରୀ ପହଁଚପରିବାର ଲୋକଙ୍କୁ ବୁଝା ସୁଝା କରିଥିଲେ । ସାତ ଦିନ ମଧ୍ୟରେ ତଦନ୍ତ କରାଯାଇ ଦୋଷୀଙ୍କୁ ଦଣ୍ଡ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣାରୁ ଉଠିଥିଲେ । ସୂଚନା ଥାଉକି ବାଙ୍କ ବିହାରୀ ପଣ୍ଡାଙ୍କ ପୁତ୍ର ଆଶିଷ ରେନେସାଂ ଘରୋଇ କଲେଜରେ +୨ ବିଜ୍ଞାନର ଦ୍ୱିତୀୟ ବର୍ଷ ଛାତ୍ର ଥିଲେ ।