ମେ’ ୨୯ରୁ- ଜୁନ୧୨ ତାରିଖ ମଧ୍ୟରେ ରିଚେକିଂଆବେଦନ

ମେ’ ୨୯ରୁ- ଜୁନ୧୨ ତାରିଖ ମଧ୍ୟରେ ରିଚେକିଂଆବେଦନ

ଭୁବନେଶ୍ୱର: ସରିଛି ମାଟ୍ରିକ ପରୀକ୍ଷା । ସରିଛି ପରୀକ୍ଷା ଖାତାର ମୂଲ୍ୟାୟନ । ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଚଳିତ ବର୍ଷର ମାଟ୍ରିକ ଫଳାଫଳ ୨୬ରେ ପ୍ରକାଶ ପାଇବ । ସକାଳେ ସାଢେ ୧୦ଟାରେ ପ୍ରକାଶ ପାଇବ ରେଜଲ୍ଟ । ମେ’ ୨୯ରୁ- ଜୁନ୧୨ ତାରିଖ ମଧ୍ୟରେ ଚେକିଂ ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ।  ପ୍ରେସମିଟ୍ ଜରିଆରେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି । 

ଆସନ୍ତା ୨୬ ତାରିଖ ସକାଳ ୧୦ଟା ୩୦ରେ ରେଜଲ୍ଟ ପ୍ରକାଶ ପାଇବ । ୧୧ଟା ୩୦ ସୁଦ୍ଧା ୱେବସାଇଟ୍‌ରେ ରେଜଲ୍ଟ ମିଳିବ । ଇଣ୍ଟରନେଟ୍‌ ସୁବିଧା ନ ଥିଲେ ଏସ୍‌ଏମ୍‌ଏସ୍‌ରେ ରେଜଲ୍ଟ ପାଇ ପାରିବେ ଛାତ୍ରଛାତ୍ରୀ। ଏଥିସହ ଅପରାହ୍ନ ୪ଟା ସୁଦ୍ଧା ଡିଜିଟାଲ ସାର୍ଟିଫିକେଟ୍‌ ଡାଉନଲୋଡ୍‌ କରିହେବ  ।

ଇଣ୍ଟରନେଟ୍‌ ସୁବିଧା ନ ଥିଲେ ୫୬୭୬୭୫୦ ଏସ୍‌ଏମ୍‌ଏସ୍‌ କରି ରେଜଲ୍ଟ ଜାଣିପାରିବେ।  ଅପରାହ୍ନ ୪ଟା ସୁଦ୍ଧା ଡିଜିଟାଲ ସାର୍ଟିଫିକେଟ୍‌ ଡାଉନଲୋଡ୍‌ କରିହେବ। ଖବର ଅନୁଯାୟୀ, ଚଳିତବର୍ଷ ସାରା ରାଜ୍ୟରେ ୫ ଲକ୍ଷ ୪୧ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।