କ୍ୱାଡ୍ ସମ୍ମିଳନୀରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନି ଦିନିଆ ଆମେରିକା ଗସ୍ତରେ ଅଛନ୍ତି । ଏହି ଅବସରରେ ୱିଲିମଙ୍ଗଟନ୍, ଡେଲୱେୟାର ଠାରେ ଅନୁଷ୍ଠିତ ଷଷ୍ଠ କ୍ୱାଡ୍ ନେତୃବୃନ୍ଦଙ୍କ ଶିଖର ସମ୍ମିଳନୀରେ ଯୋଗ ଦେଇଥିଲେ । ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି  ଯୋଶେଫ ଆର ବାଇଡେନଙ୍କ ଦ୍ୱାରା ଆହୂତ ଏହି ସମ୍ମିଳନୀରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ ଓ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା ଉପସ୍ଥିତ ଥିଲେ । ବିଶ୍ୱର ହିତ ସକାଶେ କ୍ୱାଡକୁ ସୁଦୃଢ଼ କରିବାକୁ ତାଙ୍କର ପ୍ରତିବଦ୍ଧତା ପାଇଁ ରାଷ୍ଟ୍ରପତି ବାଇଡେନଙ୍କୁ ଧନ୍ୟବାଦ ଜଣାଇଥିଲେ ।  ବିଶ୍ୱ ଯେତେବେଳେ ଉତ୍ତେଜନା ଓ ସଂଘର୍ଷରେ ଜର୍ଜରିତ ହେଉଛି, ସେତେବେଳେ ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ନୈତିକତା ପାଇଁ କ୍ୱାଡ ସହଯୋଗୀମାନେ ଏକାଠି ହେବା ମାନବତା ପାଇଁ ଗୁରୁିତ୍ୱପୂର୍ଣ୍ଣ । ‘ବିଶ୍ୱର ହିତ ପାଇଁ ଏକ ଶକ୍ତି’ ଭାବେ କ୍ୱାଡ ରହିଥିବା ନେଇ ନେତାମାନେ ଦୋହରାଇବା ସହ ଇଣ୍ଡୋ-ପାସିଫକ୍ ଅଞ୍ଚଳ ଓ ବିଶ୍ୱ ସମୁଦାୟର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି କହିଥିଲେ ନେତୃମଣ୍ଡଳୀ । 
ଇଣ୍ଡୋ-ପାସିଫିକ୍ ମାରିଟାଇମ ଡୋମେନ ଆୱାରନେସ୍ର ବିଭିନ୍ନ ଯୋଜନାକୁ ସକ୍ରିୟ କରିବା ଓ କ୍ୱାଡର ଅନ୍ୟ ପଦକ୍ଷେପ ଗୁଡିକ ପାଇଁ ସହଯୋଗୀଙ୍କୁ ‘ମାରିଟାଇମ୍ ଇନିସିଏଟିଭ୍ ଫର ଟ୍ରେନିଂ ଇନ ଦ ଇଣ୍ଡୋ-ପାସିଫିକ୍’ (ମୈତ୍ରୀ)କୁ ସକ୍ରିୟ କରାଯିବ । ପ୍ରଥମ ଥର ପାଇଁ ସାମୁଦ୍ରିକ ନିରାପତ୍ତା କ୍ଷେତ୍ରକୁ ଅଧିକ ଦୃଢ଼ କରିବାକୁ ୨୦୨୫ରେ ‘କ୍ୱାଡ-ଆଟ-ସି ସିପ୍ ଅବଜର୍ଭର ମିସନ’ଲାଗୁ କରାଯିବ । ‘କ୍ୱାଡ ବନ୍ଦର କ୍ଷେତ୍ରରେ ଭବିଷ୍ୟତରେ ସହଯୋଗିତା’ ଯେଉଁଥିରେ କି ଇଣ୍ଡୋ-ପାସିଫିକ୍ (ଭାରତ-ପ୍ରଶାନ୍ତ) କ୍ଷେତ୍ରରେ ମୌଳିକ ଢାଞ୍ଚାର ବିକାଶ ପାଇଁ ସାମୁହିକ ବିଶେଷଜ୍ଞତାର ସହଯୋଗ ନିଆଯିବ  । ଇଣ୍ଡୋ-ପାସିଫିକ୍ ଓ ଏହାର ବାହାର କ୍ଷେତ୍ରରେ ‘ଡିଜିଟାଲ ସାର୍ବଜନିକ ଢାଞ୍ଚାର ବିକାଶ ଏବଂ ବିସ୍ତାର ପାଇଁ କ୍ୱାଡର ସିଦ୍ଧାନ୍ତ ହୋଇଥିଲା । ଭାରତ ଦ୍ୱାରା ମରିସସ୍ ପାଇଁ ଅନ୍ତରୀକ୍ଷ ଆଧାରିତ ୱେବପୋର୍ଟାଲର ସ୍ଥାପନା, ଯାହାଦ୍ୱାରା କି ସୃଷ୍ଟି ହେବାକୁ ଥିବା ପାଣିପାଗ ଜନିତ ଅଘଟଣ, ଜଳବାୟୁର ପ୍ରଭାବ ଉପରେ ଅନ୍ତରୀକ୍ଷ ଆଧାରିତ ପର୍ଯ୍ୟବେକ୍ଷଣ ଉଦେ୍ଦଶ୍ୟରେ ମୁକ୍ତ ବିଜ୍ଞାନକୁ ପ୍ରୋସôାହିତ କରାଯିବ ବୋଲି ପଦକ୍ଷେପ ଗ୍ରହଣ କରାଯାଇଥିଲା । ହିନ୍ଦ-ପ୍ରଶାନ୍ତ କ୍ଷେତ୍ରର ବିଦ୍ୟାର୍ଥୀମାନଙ୍କୁ ଭାରତ ସରକାରଙ୍କ ଅର୍ଥରେ ପରିଚାଳିତ ବୈଷୟିକ ଶିକ୍ଷାନୁଷ୍ଠାନରେ ୪ ବର୍ଷିଆ ଇଞ୍ଜିନିୟରିଂ ସ୍ନାତକ ପାଠ୍ୟକ୍ରମର ସୁବିଧା ମିଳିବ  । ସଙ୍ଗଠନର ନେତାମାନେ ୨୦୨୫ରେ ଭାରତ ଦ୍ୱାରା କ୍ୱାଡ ନେତାଙ୍କ