ସାଂସଦଙ୍କୁ ଭୂମିଜ ସମାଜ ତରଫରୁ ଦାବିପତ୍ର
ଭୂମିଜ ସମାଜ ତରଫରୁ ଏକ ପ୍ରତିନିଧି ଦଳ ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀଙ୍କୁ ବହୁଭାଷୀ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଭୂମିଜ ଭାଷାକୁ ଉପେକ୍ଷା କରିବା ପ୍ରତିବାଦରେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ପକାଶ ଥାଉକି, ଭୂମିଜ ଏକ ସ୍ୱତନ୍ତ୍ର ଜନଜାତି ଅଟେ । ଏହାର ନିଜସ୍ୱ ଲିପି ଅଲ ଅନଲ ଅଟେ । ଭୂମିଜ ଭାଷାର ନିଜସ୍ୱ ଡିକସନାରୀ ମଧ୍ୟ ଉପଲବ୍ଧ ଅଛି । ଭୂମିଜ ଭାଷାର ୟୁନିକୋଡ ମଧ ରହିଛି । ତଥାପି ନିକଟ ଅତୀତରେ ବହୁଭାଷୀ ଶିକ୍ଷକ ନିଯୁକ୍ତି ନିମନ୍ତେ ବିଜ୍ଞାପନ ପ୍ରକାଶିତ ହେଇ ୨୧ଟି ଜନଜାତିରେ ଶିକ୍ଷକ ନିଯୁକ୍ତି ନିମନ୍ତେ ବିଜ୍ଞାପନ ପ୍ରକାଶ ପାଇଛି । କିନ୍ତୁ ଭୂମିଜ ଭାଷାକୁକୁ ଜାଣି ଶୁଣି ଅବହେଳିତ କରାଯାଇଛି । ଏଥି ନିମନ୍ତେ ଭୂମିଜ ସମାଜ ତରଫରୁ ଭାରତୀୟ ଆଦିବାସୀ ଭୂମିଜ ସମାଜର ସଭାପତି ଗହ୍ମା ସିଂ, ଜିଲ୍ଲା ସଭାପତି ରାଜକୁମାର ସିଂ, ଗୀତାମଣି ସିଂ,ଦେବକୀ ସିଂ, ଅଭିମନୁ୍ୟ ସି ସର୍ଦାର, ରଞ୍ଜନ କୁମାର ସିଂ ପ୍ରମୁଖ ଉପସ୍ଥିତ ରହିଥିଲେ । କରଞ୍ଜିଆ ବିଧାୟକ ପଦ୍ମଲୋଚନ ହାଇବୁରୁ ରାଇରଙ୍ଗପୁର ବିଧାୟକ ଜଲେନ ନାୟକଙ୍କୁ ମଧ୍ୟ ଭୂମିଜ ସମାଜର ପ୍ରତିନିଧି ଭେଟି ସରକାରଙ୍କ ଅବହେଳା ସମ୍ପର୍କରେ ଅବଗତ ସହ ଲିଖିତ ଆକାରରେ ଅଭିଯୋଗ କରିଥିଲେ ।