ଗାଁ ଠୁ ସହର, ସବୁଠି ପୂଜା ପାଇଲେ ଅଗ୍ରପୂଜ୍ୟ
ଆନନ୍ଦପୁର: ବିଘ୍ନ ବିନାଶନ ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା ପାଇଁ ଆନନ୍ଦପୁର ଉପଖଣ୍ଡ ଚଳଚଞ୍ଚଳ ହୋଇଉଠିଛି । ବିଭିନ୍ନ ଶିକ୍ଷାନୁଷ୍ଠାନରେ ଅଗ୍ରପୂଜ୍ୟ ଗଜାନନ ପୂଜା ପାଇଥିବା ବେଳେ ୫୦ରୁ ଊଦ୍ଧ୍ୱର୍ ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଉଛନ୍ତି ଗଜାନନ । ଏହିକ୍ରମରେ ଫ୍ରେଣ୍ଡସ କ୍ଲବ ପୂଜା ୧୭ ବର୍ଷରେ ପଦାର୍ପଣ କରିଛି । ରାଜାପ୍ରଭୁ ଦାସଙ୍କ ଉଦ୍ୟମରେ କଲେଜ ଛକରେ ପୂଜା ପାଉଥିବା ଗଜାନନ ଚଳିତ ବର୍ଷ ମଧ୍ୟ ସଭାପତି ନିଶ୍ଚିତ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉପସଭାପତି ସୌମ୍ୟରଞ୍ଜନ ମଲ୍ଲିକ, ସିକୁଲୁ ଦାସ, ଫୁକୁଲ ଦାସ, ଟୁକୁଲୁ ଦାସ, ସୋମନାଥ ମିଶ୍ର, ବାବୁ ରାମ, ଭବାନୀ ମୁଖୀ, ପୂର୍ଣ୍ଣଚନ୍ଦ୍ର ସାହୁ, ପ୍ରିତମ ରାମ, ସାଗର ମହାନ୍ତି, ରୁପମ ରାଜ, ପିଙ୍କୁ ଦାସ, ସାଇଲ ବେହେରା, ରିଙ୍କୁ ଦାସ, ଶିବାଶିଷ ରାମ, ବାବିନ ସିଂ, ମଙ୍ଗୁଳୁ ରଣା ପ୍ରମୁଖ ସହଯୋଗ କରିଥିଲେ । ସେହିପରି ଶ୍ରୀ ଶ୍ରୀ ଦଧିବାମନ ଜିୟୁଙ୍କ ମନ୍ଦିର ସମ୍ମୁଖରେ ଜଗନ୍ନାଥ କ୍ଲବ ପକ୍ଷରୁ ପାଳିତ ହୋଇ ଆସୁଥିବା ଗଣେଶ ପୂଜା ଚଳିତ ବର୍ଷ ୩୬ ବର୍ଷରେ ପଦାର୍ପଣ କରିଛି । ସଭାପତି ବିଜୟ କୁମାର ପାଢ଼ୀଙ୍କ ସଭାପତିତ୍ତ୍ୱରେ ପାଳିତ ହେଉଥିବା ପୂଜାକୁ ସଦସ୍ୟ ଆଦିତ୍ୟ ଧଡ଼ା, ଉଦୟ ସି, ସୁବାଶିଷ ବେହେରା, କୃଷ୍ଣ ବେହେରା, ସୁରେଶ ମଙ୍ଗଳ, ରାମଚନ୍ଦ୍ର ବେହେରା, ଲିଟୁ ମଙ୍ଗଳ, କାର୍ତ୍ତିକ ବେହେରା, ଦଧିବାମନ ବେହେରାଙ୍କ ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ବଡଦାଣ୍ଡରେ ସ୍ପାଇସି କ୍ଲବ ପକ୍ଷରୁ ସଭାପତି ଅରବିନ୍ଦ ସାହୁ ଙ୍କ ସଂଯୋଜନାରେ ବିଘ୍ନ ବିନାଶକ ପୂଜା ପାଇଥିବା ବେଳେ ସଦସ୍ୟ ବିକି ରାମ, ଗୌରାଙ୍ଗ ରାମ, ସୌମ୍ୟରଞ୍ଜନ ସିଂ ଯଶୋବନ୍ତ ରାମ, ବାପୁନ ରାମ, ସୌମ୍ୟରଞ୍ଜନ ରାମ, ଖଗେଶ୍ୱର ରାମ, ବୁବୁ ରାମ, ନିଶିକାନ୍ତ ରାମ ପ୍ରମୁଖ ସଦସ୍ୟ ସହଯୋଗ କରିଥିଲେ । ସେହିପରି ଘସିପୁରା ସାର୍ବଜନୀନ ଗଣେଶ ପୂଜା କମିଟି, ଶାଳପଡା ବାଇପାସ ରେ ବୁଢା ଗଣେଶ, ତ୍ରିଶକ୍ତି କ୍ଲବ, ପଦ୍ମପୁର ବ୍ଲଷ୍ଟାର କ୍ଲବ, ସମେତ ଘସିପୁରା, ବେଲବାହାଳି, ସୈଲଙ୍ଗ, ଛେନାପଦି, ହାଟଡିହି, ବେଲବାହାଳି, ଦେଓଗାଁ, ବଳରାମପୁର, ନୂଆଗାଁ, କେଶଦୁରାପାଳ ଇତ୍ୟାଦି ସ୍ଥାନ ମାନଙ୍କରେ ୫୦ରୁ ଊଦ୍ଧ୍ୱର୍ ମେଢ଼ରେ ଗଜାନନ ପୂଜା ପାଇଛନ୍ତି ।