ମତଦାନ କରି ଗଣତନ୍ତ୍ରକୁ ସୁଦୃଢ଼ କରିବାକୁ ଆହ୍ୱାନ
କେନ୍ଦୁଝର : ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ କେନ୍ଦୁଝର ଜିଲ୍ଲାର ଭୋଟର ସଚେତନତାକୁ ବ୍ୟାପକ କରିବା ପାଇଁ କେନ୍ଦୁଝର ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଆଇକନ୍ ଭାବେ ନିଯୁକ୍ତ ହୋଇଥିବା ଆନ୍ତର୍ଜାତୀୟ ସୁନାମଧନ୍ୟ କ୍ରିକେଟର ଶୁଭ୍ରାଂଶୁ ସେନାପତି ଆଜି ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଆଗାମୀ ମଇ ୨୫ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନରେ ଅଧିକରୁ ଅଧିକ ମତଦାନ ପାଇଁ ଭୋଟରଙ୍କୁ ସଚେତନ କରିଥିଲେ । ପ୍ରଥମେ ସ୍ଥାନୀୟ ଜନଜାତି ଗବେଷଣା କେନ୍ଦ୍ର ଗସ୍ତ କରିବା ପରେ ଶଙ୍କରପୁର ସ୍ଥିତ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଯାଇଥିଲେ । ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଦରବାର ହଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ସେ ଜିଲ୍ଲାବାସୀଙ୍କ ଉଦେ୍ଦଶ୍ୟରେ ମତଦାନର ଗୁରୁତ୍ୱକୁ ନିଜ ବାର୍ତ୍ତା ମାଧ୍ୟମରେ ପ୍ରଦାନ କରିଥିଲେ । ନୂଆ ଦାୟିତ୍ୱ ଗ୍ରହଣ ମିଳିବା ପରେ ଶ୍ରୀ ସେନାପତି ପ୍ରତିକ୍ରିୟା ରଖି କହିଛନ୍ତି, ରାଷ୍ଟ୍ର ନିର୍ମାଣରେ ଯୁବ ଗୋଷ୍ଠୀଙ୍କର ପ୍ରମୁଖ ଭୂମିକା ରହିଛି । ମୁଁ ଓ ମୋର ପରିବାର ସର୍ବଦା ଭୋଟ ଦେଇଥାଉ । ଏହା ଆମର ଦାୟିତ୍ୱ ଯାହାକୁ କେବେ ଅଣଦେଖା କରିବା କଥା ନୁହେଁ । ଶ୍ରୀ ସେନାପତି ଗଣମାଧ୍ୟମ ପ୍ରତିନିଧିମାନଙ୍କ ମାଧ୍ୟମରେ ସମଗ୍ର କେନ୍ଦୁଝର ଜିଲ୍ଲାର ଭୋଟରମାନଙ୍କୁ ନିଜ ନିଜର ମତଦାନ ସାବ୍ୟସ୍ତ କରିବାକୁ ନିବେଦନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଯଦୁମଣି ମହଲା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ବିଷ୍ଣୁପ୍ରସାଦ ଆ·ର୍ଯ୍ୟ, ଉପଜିଲ୍ଲାପାଳ ତ୍ରିଲୋଚନ ମହାନ୍ତି, କେନ୍ଦୁଝର ସଦର ବ୍ଲକ ବିଡ଼ିଓ ତିଳୋତ୍ତମା ପୃଷ୍ଟି ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ରାୟ ଉପସ୍ଥିତ ରହିଥିଲେ ।