ପୂଜ୍ୟପୂଜା ସାଂସ୍କୃତିକ ପରିଷଦ ପକ୍ଷରୁ ଗୁରୁ ସମ୍ବର୍ଦ୍ଧନା

ପୂଜ୍ୟପୂଜା ସାଂସ୍କୃତିକ ପରିଷଦ ପକ୍ଷରୁ ଗୁରୁ ସମ୍ବର୍ଦ୍ଧନା

ଆନନ୍ଦପୁର:  ପୂଜ୍ୟପୂଜା ସାଂସ୍କୃତିକ ପରିଷଦ ପକ୍ଷରୁ ଉପସଭାପତି ରମାକାନ୍ତ ନାୟକଙ୍କ ସଭାପତିତ୍ୱରେ ଆନନ୍ଦ ଭବନଠାରେ ଗୁରୁ ସମ୍ବର୍ଦ୍ଧନା, କବିତା ପାଠ ଓ ଆଲୋଚନା ଅନୁଷ୍ଠିତ ହୋଇଯାଇଛି । ଶିଶୁ ସାହିତି୍ୟକ ରନôାକର ଦାସଙ୍କ ସଂଯୋଜନାରେ କବି କୀର୍ତ୍ତନ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରାଥମିକସ୍ତରର ବରିଷ୍ଠ ଶିକ୍ଷକ କରୁଣାକର ବେଜ, ସେବା କ୍ଷେତ୍ରରେ ଶିକ୍ଷକ ରଘୁନାଥ ପଣ୍ଡିତ, ମାଧ୍ୟମିକ ସ୍ତରର ଭରତ ଶେଖର ସା ଓ ଉଚ୍ଚଶିକ୍ଷା ସ୍ତରରେ ପୂର୍ବତନ ଅଧ୍ୟକ୍ଷ ବିଜୟ କୁମାର କରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ପବିତ୍ର ମୋହନ ବେହେରା, ବା‚ାନିଧି ସାହୁ, ରଙ୍ଗାଧର ନନ୍ଦି ଓ ରାମଚନ୍ଦ୍ର ଜେନା ଗୁରୁ ମାନଙ୍କର ଗୁଣଗାନ କରି କବିତା ଆବୃତି କରିଥିଲେ । ବରିଷ୍ଠ ଶିକ୍ଷୟିତ୍ରୀ କନକଲତା ରାମ୍, ସାବିତ୍ରୀ ଦାସ, ଶିକ୍ଷକ ସୁଦାମ ଚରଣ ସା, ସାହିତି୍ୟକ ରନôାକର ଦାସ, ଅଧ୍ୟାପକ ବିଜୟ କୁମାର ସାହୁ ଓ ପ୍ରାବନ୍ଧିକ  ରମାକାନ୍ତ ନାୟକ ପ୍ରଭୃତି ପୂଜ୍ୟ ପୂଜାଙ୍କୁ ସମ୍ମାନ ଆମ ସଂସ୍କୃତି ଓ ପରମ୍ପରାର ନୀତି ଓ ଆଦର୍ଶ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ପରିଷଦର ସଦସ୍ୟ, ୪୦ରୁ ଅଧିକ ଜଣ ଶିକ୍ଷକ ଓ ଅଞ୍ଚଳର ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । ସମ୍ପାଦକ ପଦ୍ମନାଭ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।