ଜିଲ୍ଲାସ୍ତରୀୟ ହାକାଥନ -୨୦୨୪


 ବାରିପଦା/ସାରସକଣା: ଜିଲ୍ଲା ଶିକ୍ଷା ବିଭାଗ ଆନୁକୂଲ୍ୟରେ ବାରିପଦାର କାଠପାଳ ସ୍ଥିତ ସାଇ ବିଦ୍ୟା ମନ୍ଦିର ଠାରେ ଜିଲ୍ଲାସ୍ତରୀୟ ହାକାଥନ -୨୦୨୪ର ଉଦ୍ଘାଟନ ହୋଇଯାଇଛି । ଏହି ହାକାଥନ କାର୍ଯ୍ୟକ୍ରମର ଉଦେ୍ଦଶ୍ୟ ହେଲା ଶୀଘ୍ର ଏବଂ ବୁଦ୍ଧିମତାର ସହିତ ଛାତ୍ରଛାତ୍ରୀମାନେ କିଭଳି ଏକ ବୈଜ୍ଞାନିକ ପ୍ରକଳ୍ପକୁ ଉପସ୍ଥାପନ କରିପାରିବେ । ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନେ୍ଦ ଯୋଗ ଦେଇଥିବା ବେଳେ ଚାନ୍ଦିପୁର ସ୍ଥିତ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନର ନିଦେ୍ର୍ଦଶକ ସୁବୋଧ କୁମାର ନାୟକ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ସମସ୍ତ ଛାତ୍ରଛାତ୍ରୀଙ୍କୁ ଏହି ହାକାଥନ୍ -୨୦୨୪ରେ ଅଂଶଗ୍ରହଣ କରିଥିବାରୁ ଶୁଭେଚ୍ଛା ଜ୍ଞାପନ କରିଥିବାବେଳେ ସମସ୍ତ ବୈଜ୍ଞାନିକ ପ୍ରକଳ୍ପ ଗୁଡିକ ବୁଲି ଦେଖିବା ସହିତ ସେମାନଙ୍କ ସହିତ ଆଲୋଚନା ମଧ୍ୟ କରିଥିଲେ । ଏହି ଅଧିବେଶନରେ ସମ୍ମାନନୀୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶଶୀଧର ସିଂ ଯୋଗ ଦେଇଥିବାବେଳେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଦିବସର ଶେଷ  ଅଧିବେଶନରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବିଭୁତି ଭୂଷଣ ନାୟକ ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ଡଃ ଏମ୍ ହିମବିନ୍ଦୁ,  ପ୍ରଫେସର, ଶ୍ରୀରାମଚନ୍ଦ୍ର ଭଞ୍ଜ ବିଶ୍ୱ ବିଦ୍ୟାଳୟ ଯୋଗ ଦେଇଥିଲେ । ସେହିପରି ସମ୍ମାନିତ ଅତିଥି ଭାବେ ଡଃ ଗାର୍ଗୀ ମହାନ୍ତି, ସହକାରୀ ପ୍ରଫେସର, ଶ୍ରୀରାମଚନ୍ଦ୍ର ଭଞ୍ଜ ବିଶ୍ୱ ବିଦ୍ୟାଳୟ ଯୋଗ ଦେଇଥିବାବେଳେ ଏସ୍ଭିଏମ୍ ଗ୍ରୁପ୍ ଅଫ୍ ଇନଷ୍ଟିଚୁ୍ୟସନ୍ସର ନିଦେ୍ର୍ଦଶକ ଡଃ ପ୍ରଭଞ୍ଜନ ରାଉତ ଏହି ସଭାରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଦିବସ ବ୍ୟାପୀ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ରୂପରେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ଦ୍ୱାରା ସଞ୍ଚାଳିତ ହୋଇଥିଲା ଏବଂ ବିଭିନ୍ନ ବର୍ଗର ଛାତ୍ରଛାତ୍ରୀ ଏହି ହାକାଥନ କାର୍ଯ୍ୟକ୍ରମରେ ଯୋଗଦାନ କରି ନିଜର ପ୍ରକଳ୍ପ ପ୍ରଦର୍ଶନ କରିଥିଲେ ।