୫ଟି ପ୍ରସ୍ତାବରେ କ୍ୟାବିନେଟ ମୋହର , ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି ବଢିଲା
ଭୁବନେଶ୍ୱର,:ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ଯେଉଁଥିରେ ୫ଟି ପ୍ରସ୍ତାବରେ କ୍ୟାବିନେଟ ମୋହର ବାଜିଛି। ତେବେ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି ନେଇ ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ ହୋଇଛି। ଏଥିସହ ଶ୍ରମିକଙ୍କ ବ୍ୟତୀତ ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଓ ଉଚ୍ଚ କୁଶଳୀଙ୍କ ମଧ୍ୟ ମଜୁରୀ ବଢ଼ିଛି। ଅଣକୁଶଳୀଙ୍କ ମଜୁରୀ ୩୫୨ରୁ ୪୫୦ ଟଙ୍କାକୁ ବଢ଼ିବା ସହ କୁଶଳୀଙ୍କ ମଜୁରୀ ୩୯୨ରୁ ୫୦୦ ଓ ଉଚ୍ଚ କୁଶଳୀଙ୍କ ମଜୁରୀ ୫୦୨ରୁ ୬୦୦କୁ ବୃଦ୍ଧି କରିଛନ୍ତି ସରକାର।