ନିଲମ୍ବିତ ଆଇଆଇସି ଓ ୪ ପୁଲିସ କର୍ମଚାରୀଙ୍କ ନାଁରେ ଅପରାଧିକ ମାମଲା 

ନିଲମ୍ବିତ ଆଇଆଇସି ଓ ୪ ପୁଲିସ କର୍ମଚାରୀଙ୍କ ନାଁରେ ଅପରାଧିକ ମାମଲା 


ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ ପକ୍ଷରୁ ଭରତପୁର ଥାନାରେ ଆର୍ମି ମେଜର ଗୁରୁବଂଶ ସିଂ ଓ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ହୋଇଥିବା ନିର୍ଯାତନା ମାମଲାରେ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ର ଓ ୪ ପୁଲିସ କର୍ମଚାରୀଙ୍କ ନାଁରେ ଅପରାଧିକ ମାମଲା ରୁଜୁ କରାଯାଇଛି । କମିସନରେଟ୍ ପୁଲିସ ପୂରା ଘଟଣାର ତଦନ୍ତ ଆରମ୍ଭ କରିଛି । ଡିଜିପି ୱାଇ.ବି.ଖୁରାନିଆଙ୍କ ନିଦେ୍ର୍ଦଶକ୍ରମେ ଚନ୍ଦକା ଥାନା ପୁଲିସ ଘଟଣାକୁ ନେଇ ମାମଲା ରୁଜୁ କରିଛି । ଘଟଣା ଦିନ ରାତିରେ ଅର୍ଥାତ୍ ୧୪ ତାରିଖ ରାତିରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପଥରଗାଡିଆ ରୋଡ୍ରେ ଆକ୍ରମଣ କରିଥିବା ଦୁର୍ବୃତ୍ତମାନଙ୍କୁ ଠାବ କରିବାକୁ ପୁଲିସ ଛାନଭିନ୍ ଆରମ୍ଭ କରିଛି । ଅନ୍ୟପଟେ ଏହି ଘଟଣାକୁ ଜାତୀୟ ମହିଳା କମିସନ(ଏନ୍ସିଡବ୍ଲୁ୍ୟ) ଗୁରୁତ୍ୱର ସହ ନେଇଛନ୍ତି । ମାମଲାକୁ ଗୋଟିଏ ସପ୍ତାହ ବିତିବାକୁ ବସିଥିବା ବେଳେ କମିସନରେଟ୍ ପୁଲିସ କି କି ପଦକ୍ଷେପ ନେଇଛି, ସେସବୁର ବିସ୍ତୃତ ରିପୋର୍ଟ ଦେବାକୁ ନୋଟିସ୍ ଜରିଆରେ ଡିଜିପି ୱାଇ ବି ଖୁରାନିଆଙ୍କୁ ରିପୋର୍ଟ ମଗାଯାଇଛି ।