ମା ଙ୍କ ନବଦିନାତ୍ମକ ପୂଜା ଆରମ୍ଭ

 ଗୁରୁବାରଠାରୁ ଆରମ୍ଭ ହୋଇଛି ନବଦିନାତ୍ମକ ଦୁର୍ଗା ପୂଜା ଆରମ୍ଭ ହୋଇଛି । ଦୁର୍ଗତିନାଶିନୀ, ଜଗତ ଜନନୀ, ଶକ୍ତି ସ୍ୱରୂପିଣୀ ମା’ ଦୁର୍ଗାଙ୍କ ନବରାତ୍ରୀ ପୂଜା ।  ଚଳଚଞ୍ଚଳ ହୋଇ ଉଠିଛି ସମସ୍ତ ଶକ୍ତିପୀଠ । ନଅଦିନ ବ୍ୟାପୀ ହେଉଥିବା ଏହି ପୂଜାରେ ଶକ୍ତି ସ୍ୱରୂପିଣୀ ମା’ଦୁର୍ଗାଙ୍କୁ ବିଭିନ୍ନ ରୂପରେ ପୂଜା ପାଇବେ । ବଲାଙ୍ଗିର ସହର ମଧ୍ୟରେ ଶାନ୍ତିପଡ଼ା, ରୁଗୁଡି ପଡ଼ା, ଟିକ୍ରା ପଡ଼ା, ଟିକ୍ରା ପଡ଼ା,  ଗାନ୍ଧୀ ନଗର ପଡ଼ା, ପ୍ୟାଲେସ ଲାଇନ, ଦୁର୍ଗା ମନ୍ଦିର ଠାରେ  ସାତ ଗୋଟି ନବ ଦିନାତ୍ମକ ଦୁର୍ଗା ପୂଜା ଆରମ୍ଭ ହୋଇଚି । ଭାରତର ବିଭିନ୍ନ ଅଞ୍ଚଳରେ ବିଭିନ୍ନ ରୀତିନୀତିରେ ପାଳନ ହୋଇଥାଏ ନବରାତ୍ରୀ ପୂଜା  । ପ୍ରତିବର୍ଷ ଶରତ ଋତୁରେ ଏହି ନବରାତ୍ରୀ ପାଳନ କରାଯାଇଥାଏ  । ନବରାତ୍ରରେ ଶ୍ରଦ୍ଧାଳୁ ପେଣ୍ଡାଲରେ ମା’ ଦୁର୍ଗାଙ୍କ ମୂର୍ତ୍ତି ସ୍ଥାପିତ କରି ୯ ଦିନ ଧରି ପୂଜା ଉପାସନା  ଆରମ୍ଭ  ହୋଇଯାଇଛି ।  ମା'ଙ୍କୁ ଉପାସନା କଲେ ସମସ୍ତ ମନକାମନା ପୂର୍ଣ୍ଣ ହୁଏ । ମା'ଙ୍କୁ ପୂଜା କରିବା ବେଳେ କମଳା ରଙ୍ଗ ପିନ୍ଧିବା ଦ୍ୱାରା କରୁଣା ଲାଭ ହୁଏ  । ପର୍ବତକୁ ଶୈଳ କୁହାଯାଏ । ପର୍ବତରାଜା ହିମାଳୟଙ୍କ କନ୍ୟା ରୂପରେ ଜନ୍ମ ନେଇଥିବାରୁ ମା'ଙ୍କର ନାମ ଶୈଳପୁତ୍ରୀ  । ଆଉ ଏହି ରୂପରେ ନବରାତ୍ରର ପ୍ରଥମ ଦିନରେ ପୂଜା ପାଆନ୍ତି ମାତା  । ଏହିରୂପରେ ପୂଜା କରିବା ଦ୍ୱାରା ମା ଆମକୁ ସହିବାର ଶକ୍ତି ଦେଇଥାନ୍ତି  । ମାତା ଶୈଳପୁତ୍ରୀଙ୍କ ଅନ୍ୟ ନାମ ମଧ୍ୟ ପାର୍ବତୀ । ମାତା ସତୀ ଭାବେ ମଧ୍ୟ ତାଙ୍କୁ ପୂଜା କରାଯାଏ  । ଏହି ଦିନ ଭକ୍ତ ଓ ସାଧକ ନିଜ ମନକୁ ମୂଳାଧାର ଚକ୍ରରେ ଅବସ୍ଥାନ କରି ଉପାସନା କରନ୍ତି  । ଆଜିଠାରୁ ନବରାତ୍ରି ପୂଜା ଆରମ୍ଭ ହୋଇ ଯାଇଛି । ବଲାଙ୍ଗିର ମା' ସମଲେଶ୍ୱରୀ ପୀଠ ଓ ଦୁର୍ଗା ମନ୍ଦିରରେ କଳସ ସ୍ଥାପନ ପରେ ଯଜ୍ଞରେ ଚଣ୍ଡୀ ପାଠ ପୂର୍ବକ ନବଦିନବ୍ୟାପୀ ପୂଜା ଆରମ୍ଭ ହୋଇଯାଇଛି ।