ପଶ୍ଚିମ ଓଡିଶାକୁ ଅବହେଳା ଓଡିଶାକୁ ଭାଗ କରିପାରେ
ାା ପ୍ରଭାନୁ୍ୟଜ୍ାା ବଲାଙ୍ଗିର: ଗଡଜାତ ମିଶ୍ରଣ ସମୟରେ ସର୍ତ୍ତ ଥିଲା ଗଡଜାତ ଅଞ୍ଚଳ ଯେତେ ସୁବିଧା ପାଉଛି ସେ ସବୁ ସୁବିଧା ମିଶ୍ରଣ ପରେ ମଧ୍ୟ ବଳବର୍ତ୍ତର ରହିବ କିନ୍ତୁ ସ୍ୱାଧିନତା ପରେ ସରକାରମାନେ ସେ ସର୍ତ୍ତ ପୁରଣ କରିନାହାନ୍ତି । ଏଠାରେ ଗଡଜାତ ସମୟରେ ଲୋକେ ହାଇକୋର୍ଟର ସୁବିଧା ପାଇପାରୁଥିଲେ । କିନ୍ତୁ ପରବର୍ତ୍ତି ସମୟରେ ସେହି ସୁବିଧାରୁ ଲୋକେ ବଞ୍ଚôତ ରହିଲେ । ଯଦିଓ ଏଠାକାର ଜଜ୍ଙ୍କୁ ରେଜିଷ୍ଟ୍ରାରର କ୍ଷମତା ଦିଆଯାଇଛି କିନ୍ତୁ ଆଜି ପର୍ଯ୍ୟନ୍ତ ଲୋକେ କେସ ଲଢିବା ପାଇଁ କଟକ ଯିବାକୁ ପଡେ । ତେଣୁ ବହୁ ଦିନର ହାଇକୋର୍ଟ ଦାବି ସରକାର ନ ମାନି ପଶ୍ଚିମ ଓଡିଶା ପ୍ରତି କ୍ରମାଗତ ଅବହେଳା ଜାରି ରଖୁଥିବାରୁ ଏହା ଓଡିଶାକୁ ଭାଗ ଭାଗ କରିଦେବ ବୋଲି ଆଜି ସ୍ଥାନୀୟ ସାର୍କିଟ ହାଉସ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସରକାରଙ୍କୁ ଟାର୍ଗେଟ କରି ପୂର୍ବତନ ଆଇନ ମନ୍ତ୍ରୀ ନରସିଂହ ମିଶ୍ର ଗର୍ଜିଛନ୍ତି । ସେ ଏହି ମର୍ମରେ କହିଛନ୍ତି ଯେ ୨୪ ବର୍ଷର ନବୀନ ସରକାର ଦିର୍ଘ ଦିନ ଧରି ହାଇକୋର୍ଟ ବେଞ୍ଚ୍କୁ ନେଇ ଏକ ଠୋସ ପ୍ରସ୍ତାବ କେନ୍ଦ୍ରକୁ ଦେଲେ ନାହିଁ । ଏପଟେ ବର୍ତ୍ତମାନର ନୂତନ ବିଜେପି ସରକାର ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ୍ଞ୍ଚଦରକାର ନାହିଁ ବୋଲି କହି ଆମ ପ୍ରତି ଥିବା ବୈମାତୃକ ମନୋଭାବକୁ ଦୁଇଗୁଣ କରିଛନ୍ତି । ଠିକ୍ ସେହିପରି ପଶ୍ଚିମ ଓଡିଶା ବିକାଶ ପରିଷଦ ଗଠନର ଲକ୍ଷ୍ୟ ଥିଲା ରାଜ୍ୟର ଆଞ୍ଚଳିକ ବୈଷମ୍ୟ, ଅସମତୁଳ ବିକାଶକୁ ଦୂର କରି ପଶ୍ଚିମାଞ୍ଚଳର ବିକାଶ କରିବ କିନ୍ତୁ ବିଡମ୍ବନା ଆଜି ପର୍ଯ୍ୟନ୍ତ ପଶ୍ଚିମ ଓଡିଶା ବିକାଶ ପାଣ୍ଠିକୁ ପରିଷଦ କେବଳ ଅତି କ୍ଷୁଦ୍ର କ୍ଷୁଦ୍ର ପ୍ରକଳ୍ପରେ ସମଗ୍ର ପାଣ୍ଠିକୁ ଶେଷ କରିଦେଉଛନ୍ତି ।
ତେଣୁ ପରିଷଦ ଯେଉଁ ଉଦେ୍ଦଶ୍ୟରେ ଗଠନ ହୋଇଥିଲା ସେହି ଲକ୍ଷ୍ୟରୁ ପଶ୍ଚିମ ଓଡିଶା ବିକାଶ ପରିଷଦ ଦୂରେଇ ଯାଇଛି । ଆହୁରି ମଧ୍ୟ ଆଜି ପର୍ଯ୍ୟନ୍ତ ଏହାର ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱରରୁ ପଶ୍ଚିମାଂଞ୍ଚଳକୁ ଆସିପାରିନାହିଁ । ମୋଟାମୋଟି କୁହାଯାଇ ପାରେ ପଶ୍ଚିମ ଓଡିଶା ବିକାଶ ପରିଷଦ ବର୍ତ୍ତମାନ ମୃତବତ ପଡି ରହିଛି । ୨୦୧୪ ରେ ତକôାଳିକ ସରକାର ପଶ୍ଚିମ ଓଡିଶାରେ ଏକ କୃଷି ବିଶ୍ୱ ବିଦ୍ୟାଳୟ ସ୍ଥାପନକୁ ନେଇ ତକôାଳିନ ରାଜ୍ୟପାଳ ବକ୍ତବ୍ୟ ରଖିଥିଲେ କିନ୍ତୁ ଦୁଃଖର ବିଷୟ ଆଜି ପର୍ଯ୍ୟନ୍ତ ତାହା ସମ୍ଭବ ହୋଇପାରିଲାନାହିଁ । ଦଳ ବଦଳି ପାରେ ମାତ୍ର ସରକାର ଏକ କ୍ରମାଗତ ପ୍ରକ୍ରିୟା, ତେଣୁ ମୋର ଦାବି ବର୍ତ୍ତମାନର ବିଜେପି ସରକାର ଏ ଅଞ୍ଚଳ ଦିର୍ଘ ଦିନର ଦାବି ତଥା ସରକାରର ପ୍ରତିଶୃତି ହିସାବରେ ଆମ ଅଞ୍ଚଳରେ ଦ୍ୱିତୀୟ କୃଷି ବିଶ୍ୱ ବିଦ୍ୟାଳୟ ସ୍ଥାପନ କରୁ । ତାହା ସହ ପୂର୍ବତନ ସରକାର ର ଶେଷ ବିଧାନସଭା ଅଧିବେଶନ ରେ ତକôାଳିକ ଶିଳ୍ପମନ୍ତ୍ରୀ ବଲାଙ୍ଗିର ରେ ଦୁଇଟି ଶିଳ୍ପ ପ୍ରତିଷ୍ଠାକୁ ନେଇ ଦେଇଥିବା ପ୍ରତିଶୃତି ବର୍ତ୍ତମାନର ସରକାର ପୁରଣ କରି ଆମ ଅଂଚଳରେ ଥିବା ଦାଦନ ସମସ୍ୟା, ବେରୋଜଗାରିରୁ ଆମ ଲୋକଙ୍କୁ ମୁକ୍ତି ଦିଅନ୍ତୁ । ବିଶେଷ କରି ଆମ ଦାବି ରହିବ ଯେହେତୁ ବଲାଙ୍ଗିର ଏକ କପା ଉତ୍ପାଦନକାରୀ ଜିଲ୍ଲା ଏଠାରେ ଟେକ୍ସଟାଇଲ ମିଲ ଓ ପୂର୍ବରୁ ଦେଇଥିବା ପ୍ରତିଶୃତି ଇଥାନଲ ଶିଳ୍ପ ପ୍ରତିଷ୍ଠା କରନ୍ତୁ ବୋଲି ନରସିଂହ ଦାବି କରିଥିଲେ । ମେଡାକାଲ କଲେଜ ଓ ଲୋୟର ସୁକତେଲ ପ୍ରସଙ୍ଗରେ ସାମ୍ବାଦିକ ଙ୍କ ପ୍ରଶ୍ନରେ ସେ କହିଥିଲେ ଲୋୟର ସୁକତେଲ ଓ ମେଡିକାଲ କଲେଜକୁ ତକôାଳିନ ସରକାର ନିର୍ବାଚନ ଭୟରେ ପ୍ରକଳ୍ପ ଅଧାପନ୍ତରିତା ସତ୍ୱେ ଉଦ୍ଘାଟନ କରିଥିଲେ ତେଣୁ ତକôାଳିନ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ଉଦ୍ଘାଟନି ସଭାରେ ମୁଁ ସରକାରଙ୍କୁ ତିବ୍ର ଭର୍ସନା କରିଥିଲି । ଠିକ୍ ସେହି ପରି ଅଧା ପନ୍ତରିଆ ଥିବା ଭିମଭୋଇ ମେଡିକାଲ କଲେଜ ଉଦ୍ଘାଟନ ସମୟରେ ମୁଁ ଅଧାରୁ ବିରୋଧ କରି ଓା୍ୱକ୍ଆଉଟ କରିଥିଲି । ତେଣୁ ଲୋକେ ବୁଝନ୍ତୁ ସରକାରମାନେ ଆମ ଲୋକଙ୍କୁ କିପରି ଭୁଆଁ ବୁଲାଇବା ସହ ଆମ ଅଂଚଳ ପ୍ରତି କିଭଳି ବୈମାତୃକ ମନୋଭାବ ପୋଷଣ କରୁଛନ୍ତି ଏହା ବର୍ତ୍ତମାନ ଆହୁରି ଉକôଟ ହେଲାଣି ତେଣୁ ଏହି ସ୍ଥିତି ବଳବତ୍ତର ରହିଲେ ଆଗକୁ ନିଶ୍ଚୟ ଓଡିଶା ଦୁଇ ଭାଗ ହୋଇ ପଶ୍ଚିମ ଓଡିଶାରେ କୋଶଲ ରାଜ୍ୟ ଗଠନ ହେବ ବୋଲି ସେ ସରକାରଙ୍କୁ ଚେତାବନି ଦେଇଥିଲେ ।