ବାରିପଦା: ମୁମ୍ବାଇ-ଭୁବନେଶ୍ୱର ମଧ୍ୟରେ ଯାତାୟାତ କରୁଥିବା କୋଣାର୍କ ଏକ୍ସପ୍ରେସକୁ ବାଲେଶ୍ଵର ପର୍ଯ୍ୟନ୍ତ ସମ୍ପ୍ରସାରଣ ପାଇଁ ଦାବି କରାଯାଇଛି ।ଶୁକ୍ରବାର ଦିନ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଙ୍କ ମୁମ୍ବାଇ ଗସ୍ତ ସମୟରେ ମୁମ୍ବାଇରେ ରହୁଥିବା ଓଡିଆ ସମାଜର ସଦସ୍ୟମାନେ ଭେଟି ଭୁବନେଶ୍ୱର ରୁ ବାଲେଶ୍ଵର ପର୍ଯ୍ୟନ୍ତ ସମ୍ପ୍ରସାରଣ ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ମୁମ୍ବାଇ ରେ ପାଖାପାଖି ୫୦ହଜାର ଓଡିଆ ଲୋକ ବସବାସ କରୁଛନ୍ତି । ଏଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଭଦ୍ରକ, ବାଲେଶ୍ଵର ଓ ମୟୂରଭଞ୍ଜ ଜିଲ୍ଲା (ଉତ୍ତର ଓଡିଶା) ର ମୁଳ ବାସିନ୍ଦା ଅଟନ୍ତି । ଉତ୍ତର ଓଡିଶାରୁ ମୁମ୍ବାଇ କୁ ସଂଯୋଗ କରୁଥିବା ସିଧାସଳଖ ଟ୍ରେନ ନଥିବା କାରଣରୁ ସମସ୍ତେ ଭୁବନେଶ୍ୱର କୁ ଆସି କୋଣାର୍କ ଏକ୍ସପ୍ରେସ ଦେଇ ଯାତ୍ରା କରିଥାନ୍ତି । ଏଥିପାଇଁ ବନ୍ଧୁ ବାନ୍ଧବ ଓ ପରିବାର ଲୋକଙ୍କୁ ନେଇ ଯାତାୟାତ ସମୟରେ ଅନ୍ୟ ଟ୍ରେନ ଧରି ପୂର୍ବରୁ ପହଞ୍ଚିବା ସହ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବା ଭଳି ନାନା ଅସୁବିଧା ସମ୍ମୁଖୀନ ହେବାକୁ ପଡିଥାଏ । ରେଳବାଇର ଆଧୁନିକୀକରଣ ହେଉଥିବା ବେଳେ, ମୁମ୍ବାଇରୁ ବାଲେଶ୍ବର ପର୍ଯ୍ୟନ୍ତ ଗୋଟିଏ ବି ସିଧାସଳଖ ଟ୍ରେନ୍ ନାହିଁ , ଏଣୁ 11019/11020 ନମ୍ବର କୋଣାର୍କ ଏକ୍ସପ୍ରେସ ଟ୍ରେନଟିକୁ ଯଥାଶୀଘ୍ର ଭୁବନେଶ୍ୱର ରୁ ବାଲେଶ୍ଵର ପର୍ଯ୍ୟନ୍ତ ସମ୍ପ୍ରସାରଣ କରି ଚଳପ୍ରଚଳ ପାଇଁ ଦାବି କରିଛନ୍ତି ମୀରା ଭୟଣ୍ଡାର ଓଡିଆ ସେଲ୍ ଅଧ୍ୟକ୍ଷ ମୁକ୍ତିକାନ୍ତ ବାରିକ ଓ ତାଙ୍କ ସଦସ୍ୟମାନେ ।