ହାର୍ଡକୋର ଅପରାଧୀଙ୍କୁ ସହରରୁ ତଡ଼ିପାର

ହାର୍ଡକୋର ଅପରାଧୀଙ୍କୁ  ସହରରୁ ତଡ଼ିପାର

ଭୁବନେଶ୍ୱର: ଆଗକୁ ଆସୁଛି ପାର୍ବଣ । ଆଉ ଏହି ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପୁଲିସ ପାଇଁ ଚ୍ୟାଲେଞ୍ଜ ପାଲଟିଥାଏ । ତେବେ ଚଳିତ ପର୍ବଣରେ କିନ୍ତୁ ପୁଲିସ ଆଗୁଆ ପଦକ୍ଷେପ ଗ୍ରହଣ କରିଛି । ସହରରୁ ତଡ଼ିପାର ହେବେ ହାର୍ଡକୋର ଅପରାଧୀ । ସେମାନଙ୍କ ତାଲିକା ପୁଲିସ ପ୍ରସ୍ତୁତ ମଧ୍ୟ କରିସାରିଛି । ଏନେଇ ଗୁରୁବାର ପୁଲିସ କମିଶନର ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି ।
ତାଙ୍କ ସୂଚନା ଅନୁଯାୟୀ ଜାମିନରେ ଥିବା ଅଭ୍ୟାସଗତ ଅପରାଧୀଙ୍କ ଉପରେ ନଜର ରହିଛି । ସବୁ ଥାନା ସ୍ତରରେ ସ୍ପେଶାଲ ଡ୍ରାଇଭ ଆରମ୍ଭ ହୋଇଛି ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି ।