୨୪ଟି ଗ୍ରାମକୁ ସୁନାମି ପ୍ରସ୍ତୁତି ଗୋଷ୍ଠୀର ମାନ୍ୟତା


 ଭୁବନେଶ୍ୱର: ଓଡିଶାର ଛଅ ଗୋଟି ତଟବର୍ତ୍ତୀ ଜିଲ୍ଲାର (ବାଲେଶ୍ୱର, ଭଦ୍ରକ,କେନ୍ଦ୍ରପଡା,ଜଗତସିଂହପୁର, ପୁରୀ ଏବଂ ଗଞ୍ଜାମ) ୨୪ ଗୋଟି ସୁନାମି ପ୍ରବଣ ଗ୍ରାମର ଗୋଷ୍ଠୀ କୁ ଆଇଓସି-ୟୁନେସ୍କୋ ଦ୍ୱାରା ସୁନାମି ପ୍ରସ୍ତୁତ ଗ୍ରାମ ।ର ମାନ୍ୟତା ପ୍ରଦାନ କରାଯାଇଅଛି । ଏହି ମାନ୍ୟତା ଇଣ୍ଡୋନେସିଆ ଠାରେ ଚଳିତ ନଭେମ୍ବର ୧୧ ତାରିଖ ଦିନ ଅନୁଷ୍ଠିତ ଦ୍ୱିତୀୟ ବିଶ୍ୱ ସୁନାମୀ ସିମ୍ପୋଜିୟମ ଅବସରରେ ପ୍ରଦାନ କରାଯାଇଅଛି । ଆହୁରି ମଧ୍ୟ ଆଇଓସି-ୟୁନେସ୍କୋ ଦ୍ୱାରା ୨୦୨୦ ମସିହାରେ ସୁନାମି ପ୍ରସ୍ତୁତ ଗ୍ରାମର ମାନ୍ୟତା ପାଇଥିବା ଓଡିଶାର ଦୁଇଗୋଟି ଗ୍ରାମର (ଜଗତସିଂହପୁର ଜିଲ୍ଲାର ନୋଳିଆସାହି ଏବଂ ଗଞ୍ଜାମ ଜିଲ୍ଲାର ଭେଙ୍କଟରାଇପୁର) ସୁନାମି ପ୍ରସ୍ତୁତ ମାନ୍ୟତା ପ୍ରମାଣପତ୍ରର  ନବୀକରଣ କରାଯାଇଛି । ଆଇଓସି-ୟୁନେସ୍କୋର “ସୁନାମି ପ୍ରସ୍ତୁତି ମାନ୍ୟତା କାର୍ଯ୍ୟକ୍ରମ’କୁ ଓଡିଶାର ଏହି ତଟବର୍ତ୍ତୀ ୨୪ ଗୋଟି ଗ୍ରାମ (ବାଲେଶ୍ୱର-ଜଗନ୍ନାଥପୁର, ଜୟଦେବକସବାପାହି, ସାହାପୁର, କନ୍ୟାନଗରୀ, ଭଦ୍ରକ-ମୋହନପୁର, ଅଢୁଆଁ, ବଡହାବେଳିସାହି, ସାନକୃଷ୍ଣପୁର, କେନ୍ଦ୍ର ।ପଡା- କଇଥ, ଚିଞ୍ଚିରୀ, ତନ୍ତିଆପାଳଶାସନ, କଣ୍ଟିଲୋ, ଜଗତସିଂହପୁର - ବଘେଇପୁର, ଧନୁହରବେଲାରୀ, ସାହାଡାବେଦୀ, ଭୂୟାଁପାଳ, ପୁରୀ-କେଉଟଜଙ୍ଗା, ନରସିଂହପାଟଣା, ଖାଲକଟାପାଟଣା, ଛୋଟିପଡା, ଗଞ୍ଜାମ-ଉପୁଲାପୁଟ୍ଟି, ପ୍ରୟାଗି, କଣ୍ଟିଆଗଡ, ମାର୍କଣ୍ଡି)ରେ କାର୍ଯ୍ୟକରୀ କରାଯାଇଥିଲା । ‘ସୁନାମି ପ୍ରସ୍ତୁତି ମାନ୍ୟତା କାର୍ଯ୍ୟକ୍ରମ” ର ୧୨ ଟି ସୂଚକାଙ୍କ ଅନୁସାରେ ଏହି ୨୬ ଟି ଗ୍ରାମ ଗୁଡିକ ରେ ବିଭିନ୍ନ କାର୍ଯ୍ୟକ୍ରମ ଯଥା- ଗୋଷ୍ଠୀ ସ୍ତରୀୟ ସୁନାମି ସଚେତନତା କାର୍ଯ୍ୟକ୍ରମ, ବିଭିନ୍ନ ଅଂଶୀଦାର ମାନଙ୍କର ଦକ୍ଷତା ବିକାଶ କାର୍ଯ୍ୟକ୍ରମ, ସୁନାମି ସଚେତନତା ଲିଫଲେଟ, ପୋଷ୍ଟର ର ବିତରଣ, ସୁନାମି ପରିଚାଳନା ଯୋଜନା ର ପ୍ରସ୍ତୁତି, ସୁନାମି ମକ ଡ୍ରିଲ ର ଆୟୋଜନ, ସୁନାମି ସ୍ଥାନାନ୍ତରଣ ରାସ୍ତାର ଚିହ୍ନଟ, ସୁନାମି ସଚେତନତା ହୋର୍ଡିଂସ ଏବଂ ସ୍ଥାନାନ୍ତରଣ ସାଇନେଜ ର ପ୍ରସ୍ତୁତି ଇତ୍ୟାଦି କାର୍ଯ୍ୟକ୍ରମ ମାନ କରାଯାଇଥିଲା ।