ଆପାର୍ଟମେଣ୍ଟରେ ଲୁଟ୍‌ ଚିନ୍ତା : ଲାଗିବ ଆଇପି କ୍ୟାମେରା

apartment loot

ଆପାର୍ଟମେଣ୍ଟରେ ଲୁଟ୍‌ ଚିନ୍ତା : ଲାଗିବ ଆଇପି କ୍ୟାମେରା

।। ପ୍ରଭାନ୍ୟୁଜ୍‌ ।। ଭୁବନେଶ୍ୱର,୨୬ ।୧୦ : ବିଭିନ୍ନ ଆପାର୍ଟମେଣ୍ଟରୁ ଚୋରି ରୋକିବାକୁ କମିଶନରେଟ୍‌ ପୁଲିସ ଏକ ନୂଆ ପଦକ୍ଷେପ ନେଇଛି  । ଏଣିକି କଟକ ଓ ଭୁବନେଶ୍ୱରର ସମସ୍ତ ଆପାର୍ଟମେଣ୍ଟର ପ୍ରବେଶ ଓ ପ୍ରସ୍ଥାନ ପଥରେ ଆଇପି କ୍ୟାମେରା ଲାଗିବ  । ଏନେଇ ଦ୍ୱୈତ ନଗରୀ ପୁଲିସ କମିଶନର ସୁରେଶ ଦେବଦତ୍ତ ସିଂ ନିର୍ଦ୍ଦେଶ ଦେଇଛନ୍ତି  । ଆପାର୍ଟମେଣ୍ଟ ସୋସାଇଟ୍‌ ଏହା ନିଶ୍ଚିତ କରିବାକୁ କୁହାଯାଇଛି  ।
କ୍ୟାମେରାରେ କଏଦ ହେଉଥିବା ସବୁ ତଥ୍ୟ କମିଶନରେଟ ପୁଲିସ କଣ୍ଟ୍ରୋଲ ରୁମକୁ ଦିଆଯିବ  । ଏହି ଆଇପି କ୍ୟାମେରାର ସବିଶେଷ ତଥ୍ୟ ସଂକ୍ରାନ୍ତରେ ଏସିପି କେ.କେ ହରିପ୍ରସାଦଙ୍କ ମୋବାଇଲ ନମ୍ବର- ୭୬୦୬୦୬୬୭୬୬ରେ ଯୋଗାଯୋଗ କରିବେ  ।
ଏନେଇ ପୁଲିସ କମିଶନର ଶ୍ରୀ ସିଂ କହିଛନ୍ତିଯେ, ଆମେ ଘଟଣାଗୁଡ଼ିକୁ ଅନୁସନ୍ଧାନ କରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରୁଛୁ । ଯଦି ଆପଣଙ୍କ ପାଖରେ କୌଣସି ଅଭିଯୋଗ ବା ସୂଚନା ରହିଅଛି, ଦୟାକରି ୭୦୭୭୭୯୮୧୧୧ ନମ୍ବରକୁ ହ୍ୱାଟସଆପ୍‌ କରନ୍ତୁ । ଗତ କିଛିମାସ ହେବ କଟକ ଓ ଭୁବନେଶ୍ୱରର ବିଭିନ୍ନ ଆପାର୍ଟମେଣ୍ଟରୁ ୬୫ଟି ଲୁଟ୍‌ ପାଟ୍‌ ମାମଲା ରୁଜୁ ହୋଇଥିବା ବେଳେ, ବିଭିନ୍ନ ଥାନା ପୁଲିସ ୨୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି  ।