ରାଜକନିକା: ରାଜକନିକା ଆଥେଲେଟିକ ଆସୋସିଏସନ ଆନୁକୂଲ୍ୟରେ ଆର. ଏନ. ହାଇସ୍କୁଲ ମିନି ଷ୍ଟାଡିଅମ ଠା ରେ ୪୩ ତମ ରାଜକନିକା କପ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ ଘାଟିତ ହୋଇଯାଇଛି | ଉଦ୍ଘାଟନୀ ମ୍ୟାଚ ରାଜକନିକା ଆଥେଲେଟିକ ଆସୋସିଏସନ ଓ କିଶୋର କ୍ଲବ ଭୁବନେଶ୍ୱର ମଧ୍ୟରେ ହୋଇଥିଲା | ଏଥିରେ କିଶୋର କ୍ଲବ ଭୁବନେଶ୍ୱର ୫-୪ ଟ୍ରାଇବ୍ରେକର ଗୋଲରେ ରାଜକନିକା ଆଥେଲେଟିକ ଆସୋସିଏସନ କୁ ହରାଇ ପ୍ରଥମ ଦଳ ଭାବେ କ୍ଵାଟର ଫାଇନାଲ ରେ ପ୍ରବେଶ କରିଛି | ଏହି ଖେଳରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ମିନତୀ ରାଉତ ଯୋଗଦେଇ ଉଦ୍ ଘାଟନ କରିଥିବାବେଳେ ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷ ତନ୍ମୟ ରଞ୍ଜନ ଦାସ, ସହ ସହକାରୀ ଯନ୍ତ୍ରୀ ସୁଧାଂଶୁ ଶେଖର ପାତ୍ର ଓ ସମାଜସେବୀ ପ୍ରବୀର କୁମାର ଦେଓ ପ୍ରମୁଖ ଉପସ୍ଥିତ ଥିଲେ | ଏହି ଖେଳଟି ଅନୁଷ୍ଠାନ ର ଉପଦେଷ୍ଟା ଦିବଂଗତ ପ୍ରଦ୍ୟୋତ କୁମାର ଦେଓ ଙ୍କୁ ସମର୍ପିତ କରାଯାଇଥିଲା | ସେହିପରି ଦ୍ୱିତୀୟ ମ୍ୟାଚ ଆଇଏଫସି ରାଉଲକେଲା ଓ ଭଦ୍ରକ ଏକାଦଶ ଙ୍କ ମଧ୍ୟରେ ହୋଇଥିଲା | ଏଥିରେ ଭଦ୍ରକ ୫-୦ ଗୋଲରେ ଆଇଏଫସି ରାଉଲକେଲା କୁ ହରାଇ ଦ୍ୱିତୀୟ ଦଳ ଭାବେ କ୍ଵାଟର ଫାଇନାଲ ରେ ପ୍ରବେଶ କରିଛି | ଏହି ଖେଳରେ ମୁଖ୍ୟ ଅତିଥି ଭାବେ ଆଳି ପଞ୍ଚାୟତ ସମିତି ଅଧ୍ୟକ୍ଷ ମନୋରଞ୍ଜନ ସାମଲ, ସ୍ୱତନ୍ତ୍ର ଅତିଥି ଭାବେ ସମାଜସେବୀ ବିରଞ୍ଚି ନାରାୟଣ ପଲାଇ, ସମ୍ମାନିତ ଅତିଥି ଭାବେ ଆଇନଜୀବି ଚିରଞ୍ଜିବି ଦାସ, ଜାଗୁଳାଇ ପଡ଼ା ସମିତି ସଭ୍ୟ ପ୍ରକାଶ ସେନାପତି ପ୍ରମୁଖ ଯୋଗଦେଇ ଖେଳ ଟିକୁ ଉତ୍ସାହିତ କରିଥିଲେ | ଏହି ଖେଳକୁ ସ୍ୱର୍ଗତ ଧନଞ୍ଜୟ ପଲାଇ ଓ ସ୍ୱର୍ଗତ ଡାକ୍ତର ରାମଚନ୍ଦ୍ର ସୁତାର ଙ୍କୁ ସମର୍ପିତ କରାଯାଇଥିଲା | ଏହି ଅବସରରେ ଅନୁଷ୍ଠାନ ର ସଭାପତି ତଥା ପୂର୍ବତନ ବିଧାୟକ ଦୋଳ ଗୋବିନ୍ଦ ନାୟକ, ଉପସଭାପତି ପ୍ରଫେସର ବୈକୁଣ୍ଠ ନାଥ ପରିଡ଼ା ଓ କପିଳେନ୍ଦ୍ର ମଲ୍ଲିକ, ସାଧାରଣ ସମ୍ପାଦକ ଅଜୟ କୁମାର ନାୟକ, ଯୁଗ୍ମ ସମ୍ପାଦକ ଇଂ. ପ୍ରଶାନ୍ତ କୁମାର ବିଶ୍ୱାଳ, ଡ଼. ଫକୀର ଚନ୍ଦ୍ର ପ୍ରଧାନ ଓ ପ୍ରାଣବନ୍ଧୁ ରାଉତ, କୋଷାଧ୍ୟକ୍ଷ ଦେବେନ୍ଦ୍ର କୁମାର ନାୟକ ଏବଂ ମିଡ଼ିଆ ସେଲ ସମ୍ପାଦକ ଅଜୟ କୁମାର ରାଉତ ଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ | ପ୍ରଥମ ଖେଳରେ ରାଜକନିକା ଆଥେଲେଟିକ ଆସୋସିଏସନ ଖେଳାଳୀ ଡି. ରାଉତ ଙ୍କୁ ଓ ଦ୍ୱିତୀୟ ଖେଳରେ ଭଦ୍ରକ ଦଳର ବିକି ସେଠୀ ଙ୍କୁ ଯୁଧିଷ୍ଠିର ମଥାନ ସ୍ମାରକୀ ଅର୍ଥରାଶି ଶ୍ରେଷ୍ଠ ଖେଳାଳୀ ପୁରସ୍କାର ପ୍ରଦାନ କରାଯାଇଥିଲା | ତମାମ ଖେଳକୁ ଜ୍ୟୋତିରଞ୍ଜନ ସ୍ୱାଇଁ, ପ୍ରିୟବ୍ରତ ବାହିନୀପତି, ଏମ. ଡି. ସାକଲିନ ଓ ଶରତ କୁମାର ଜେନା ପରିଚାଳନା କରିଥିବା ବେଳେ ଗୋଲେଖ ବିହାରୀ ମଲ୍ଲିକ ମ୍ୟାଚ କମିଶନର କାର୍ଯ୍ୟ ସମ୍ପାଦନ କରିଥିଲେ | ୪ ତାରିଖ ପ୍ରଥମ ମ୍ୟାଚ ଜଗା ଯୁନାଇଟେଡ଼ ଭୁବନେଶ୍ୱର ଓ ଗଣ୍ଡରପୁର ଫୁଟବଲ କ୍ଲବ ଭୁବନେଶ୍ୱର ମଧ୍ୟରେ ହେବାକୁ ଥିବାବେଳେ ଦ୍ୱିତୀୟ ମ୍ୟାଚ ସ୍ପୋର୍ଟ୍ସ ହଷ୍ଟେଲ କଟକ ଓ ବୌଦ ଫୁଲବାଣୀ ଏକାଦଶ ମଧ୍ୟରେ ହେବ ବୋଲି ଅନୁଷ୍ଠାନର ସମ୍ପାଦକ ଅଜୟ କୁମାର ନାୟକ ସୂଚନା ଦେଇଛନ୍ତି |