ଲୋକଙ୍କ ସାଥିରେ ରହିବାକୁ ନବୀନଙ୍କ ପରାମର୍ଶ 

ଲୋକଙ୍କ ସାଥିରେ ରହିବାକୁ ନବୀନଙ୍କ ପରାମର୍ଶ 


ଭୁବନେଶ୍ୱର: ନବୀନ ନିବାସରେ ପୁରୀ, ଓ ନବରଙ୍ଗପୁରର ବ୍ଲକ ଓ ପଞ୍ଚାୟତ ପ୍ରତିନିଧି ତଥା ଭଦ୍ରକର ପୌର ପରିଷଦର ସଭ୍ୟ ମାନେ ସେମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ  ସହ ଆଲୋଚନା କରିଛନ୍ତି । ଲୋକଙ୍କ ସାଥିରେ ରହି ଦଳର କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି । ଏହି ପ୍ରତିନିଧି ଦଳରେ ପୁରୀ ବିଧାୟକ ସୁନୀଲ ମହାନ୍ତି, କାକଟପୁର ବିଧାୟକ ତୁଷାରକାନ୍ତି ବେହେରା, ନବରଙ୍ଗପୁର ବିଧାୟକ ମନୋହର ରନ୍ଧାରୀ, ପୂବର୍ତନ ମନ୍ତ୍ରୀ ପ୍ରଫୁଲ ସାମଲ, ସଞ୍ଜୟ ଦାସବର୍ମା, ଶ୍ରୀ ରମେଶ ମାଝୀ, ଝିନ ହିକକା, ମଞ୍ଜୁଲତା ମଣ୍ଡଳ, ଉମା ସାମନ୍ତରାୟ, ରୁଦ୍ର ମହାରଥୀ ପ୍ରମୁଖ ଉପସ୍ଥିତ ଥିଲେ ।