ସୌନ୍ଦର୍ୟ୍ୟ ପାଇଁ ଜଡ଼ାତେଲ

ସୌନ୍ଦର୍ୟ୍ୟ ପାଇଁ ଜଡ଼ାତେଲ


ସୌନ୍ଦର୍ୟ୍ୟରେ ସବୁଠାରୁ ଅଧିକ ବ୍ୟବହୃତ ଜଡ଼ା ତେଲ ହୋଇଥାଏ । ଶରୀରକୁ ଓଦାଳିଆ ରଖିବା ଓ ପୁଷ୍ଟିକର ଗୁଣ ଯୋଗୁଁ ଏହାକୁ ପ୍ରତିଦିନ ଚର୍ମରେ ବ୍ୟବହାର କଲେ ବି ଚଳିବ। ଶୁଷ୍କ କିମ୍ବା ସୁକ୍ଷ୍ମ ଚର୍ମ ପାଇଁ ଏହା ଭଲ । କାରଣ ଏଥିରେ ଫ୍ୟାଟି ଏସିଡ୍ ଭରପୂର ରହିଛି, ଯାହା ଚର୍ମକୁ ମଶ୍ଚରାଇଜ୍ ଏବଂ କୋମଳ କରିଥାଏ। ଜଡ଼ା ତେଲରେ ଥିବା ଆଣ୍ଟିଅକ୍ସିଡାଣ୍ଟଗୁଡିକ ବାର୍ଦ୍ଧକ୍ୟର ପ୍ରଭାବକୁ ହ୍ରାସ କରିପାରେ। 

ମୁଖର କୁଞ୍ଚନ ପାଇଁ ଜଡ଼ା ତେଲ ଏକ ପ୍ରାକୃତିକ ଏବଂ ଶସ୍ତା ଚିକିତ୍ସା। ଏହା ଚର୍ମକୁ ତେଲିଆ ରଖିଥାଏ। ନିୟମିତ ପ୍ରୟୋଗ ଫଳରେ କୁଞ୍ଚନ ଏବଂ ସୂକ୍ଷ୍ମ ରେଖା ହ୍ରାସ କରିବାରେ ସାହାଯ୍ୟ କରିଥାଏ ଏହି ତେଲ, ଯାହା ଚର୍ମକୁ ଅଧିକ ଶକ୍ତିଶାଳୀ ବନାଇବା ସହ ବୟସ କମ୍‌ ଜଣାପଡ଼େ। ପ୍ରତିଦିନ ଗାଧେଇ ସାରିବା ପରେ ମାଲସ କଲେ ଖୁବ୍‌ ଭଲ। ରାତିରେ ଶୋଇବା ବେଳେ ବି ଏହି ତେଲକୁ ମୁହଁରେ ଲଗାଇ ଶୋଇପାରିବେ। 

ଜଡ଼ା ତେଲର କ୍ଷମତା ସୁକ୍ଷ୍ମ ଚର୍ମ ପାଇଁ ଖୁବ୍ ଭଲ। ଏହି ତୈଳ ଚର୍ମକୁ କୋମଳ କରିବା ସହ ଫୁଲୁକା ଫୁଲୁକା ବନାଇଥାଏ। ନିୟମିତ ଏହି ତୈଳ ମାଲିସ କଲେ ବାର୍ଦ୍ଧକ୍ୟର ଛାପ ଦିଶେନାହିଁ।ହାଇପରପିଗମେଣ୍ଟେସନର ଲକ୍ଷଣକୁ ହ୍ରାସ କରିପାରେ। କୁଞ୍ଚନ ଏବଂ ସୂକ୍ଷ୍ମ ରେଖାକୁ ଜଡ଼ା ତେଲରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଦୂରେଇ ଦେବାରେ କାମ କରେ। ଜଡ଼ା ତେଲ ମୁହଁରେ ଆର୍ଦ୍ରତା ବଜାୟ ରଖେ।