ପିଠାପଣାର ପର୍ବ ରଜ

ପିଠାପଣାର ପର୍ବ ରଜ


ରଜକୁ ପିଠାପଣାର ପର୍ବ କୁହାଯାଏ । ଚୁଲି ଲଗାଇ ନିୟମିତ ରୋଷେଇ କରିବା ମହିଳାଙ୍କ କାର୍ଯ୍ୟ  । ଯେହେତୁ ରଜରେ ଧରଣୀମାତାଙ୍କୁ ବିଶ୍ରାମ ଦିଆଯାଏ; ତେଣୁ ରଜ ପୂର୍ବଦିନ ପହିଲି ରଜରେ ବହୁ ରକମର ପିଠାପଣା, ବିଶେଷ କରି ପୋଡ଼ ପିଠା ତିଆରି କରାଯାଇଥାଏ, ଯାହା ସହଜରେ ନଷ୍ଟ ହୁଏ ନାହିଁ ଏବଂ ଅଧିକ ଦିନ ରହିଥାଏ  । ଭାତ ବଦଳରେ ଫଳମୂଳ ଓ ବିଭିନ୍ନ ପ୍ରକାର ପିଠାପଣା ଏକାଠି ଖାଇ ସମସ୍ତେ ମଜା କରିଥାନ୍ତି  । ଚାଉଳ, ବିରି, ରାଶି, ନଡ଼ିଆ, ଘିଅର ସମ୍ମିଶ୍ରଣରେ ନାନାଦି ପିଠା କରାଯାଏ  । ତେବେ ରଜରେ ପୋଡ଼ପିଠା ବେଶ ପ୍ରସିଦ୍ଧ  । ଏହାଛଡ଼ା ପୁରଦିଆ ନଡ଼ିଆ, ଆରିଷା, କାକରା, ମଣ୍ଡା, ଗଇଁଠା ବି ହୋଇଥାଏ  । 

ଚକୁଳି ପିଠା: ଚକୁଳି ହେଉଛି ଓଡ଼ିଆ ଖାଦ୍ୟ ଯାହା ଚାଉଳ ଚୂନା ଓ ବିରିରୁ ତିଆରି ବହଳିଆ ମଣ୍ଡକୁ ତାୱାରେ ତିଆରି କରାଯାଏ  ।
ପୋଡ଼ ପିଠା: ଏହା ଏକ ଓଡ଼ିଆ ଖାଦ୍ୟ ଯାହା ଚାଉଳ ଚୂନା ଓ ବିରିରୁ ତିଆରି ଆଣକୁ କଦଳୀ ପତ୍ରରେ ବାନ୍ଧି ଚୂଲିରେ ରାତି ସାରା ପୋଡ଼ି ପ୍ରସ୍ତୁତ କରାଯାଏ  । 
ଏହି ରଜ ଦିନରେ ଝିଅମାନଙ୍କୁ ଚକୁଳି ପିଠା ବା ପୋଡା ଚକୁଳି ଖାଇବାକୁ ମନା ହୋଇଥାଏ ।