ବବିଙ୍କୁ ଭଲ ପାଉନାହାନ୍ତି ନବୀନ

pranab prakash das

ବବିଙ୍କୁ ଭଲ ପାଉନାହାନ୍ତି ନବୀନ

ଭୁବନେଶ୍ୱର : ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଏକ ନୂଆ କମିଟି ଗଠନ କରିଛନ୍ତି  । ଏହି କମିଟି ଦଳର ବିଭିନ୍ନ କାର୍ଯ୍ୟକ୍ରମର ସମନ୍ୱୟ ରକ୍ଷା କରିବେ  । ତେବେ ସବୁଠାରୁ ବଡ଼ ଦିଗଟି ହେଉଛି, ଗତ କିଛିବର୍ଷ ଧରି ଦଳରେ ମୁଣ୍ଡିଆଳ ସାଜିଥିବା ନେତାଙ୍କୁ କିନ୍ତୁ କମିଟିରେ ସ୍ଥାନ ମିଳିନାହିଁ  ।

ଗତ କିଛିବର୍ଷ ଧରି ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ମାନସ ମଙ୍ଗରାଜ ଦଳର ପ୍ରମୁଖ ଭାଗରେ ରହିଥିଲେ  । ଗୋଟିଏ ପଟେ ବବି ଦଳର ସାଂଗଠନିକ ସମ୍ପାଦକ ଭାବେ ହାନିଲାଭ ବୁଝୁଥିଲେ  । ସେପଟେ ଭିକେ ପାଣ୍ଡିଆନ୍‌ ଓ ଡିସେ କୁଟ୍ଟେଙ୍କ ଛତ୍ରଛାୟାରେ ରହି ମାନସ ମଧ୍ୟ ହାକିମାତି ଦେଖାଉଥିଲେ  । ତେବେ ଚବିଶ ନିର୍ବାଚନରେ ଦଳର ପରାଜୟ ପାଇଁ ପାଣ୍ଡିଆନଙ୍କ ସହ ବବି ଓ ମାନସଙ୍କ ଆଡ଼କୁ ବି ଆଙ୍ଗୁଠି ଉଠିଥିଲା  । ଅନେକ ନେତା ବି ସେମାନଙ୍କ ଉପରେ ରୋଷ ଝାଡ଼ିଥିଲେ  । ଯାହାର ପ୍ରତିଫଳନ ସମନ୍ୱୟ କମିଟିରେ ଦେଖିବାକୁ ମିଳିଛି  ।

ବରିଷ୍ଠ ବିଜେଡ଼ି ନେତା ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ବିକ୍ରମ କେଶରୀ ଆରୁଖ୍‌, ପ୍ରତାପ କେଶରୀ ଦେବ, ପ୍ରଦୀପ କୁମାର ଅମାତ, ଅରୁଣ କୁମାର ସାହୁ, ଅଶ୍ୱିନୀ କୁମାର ପାତ୍ର, ପ୍ରତାପ ଜେନା, ସାରଦା ପ୍ରସାଦ ନାୟକ, ସୁଦାମ ମାରାଣ୍ଡି, ମନୋହର ରାନ୍ଧାରୀ, ସ୍ନେହାଗିନୀ ଛୁରୀଆ, ମହେଶ ସାହୁ ଓ ଦେବେଶ ଆଚାର୍ଯ୍ୟ ସଭ୍ୟ ରହିଛନ୍ତି  ।