ମୟଙ୍କୁ ଟି-୨୦ ବିଶ୍ୱକପରେ ସାମିଲ କରିବାକୁ ଦାବି
ନୂଆଦିଲ୍ଲୀ: ଲକ୍ଷ୍ନୌ ସୁପରଜିଆଣ୍ଟର୍ସର ଦ୍ରୁତ ବୋଲର ମୟଙ୍କ ଯାଦବ ତାଙ୍କ ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରୁଛନ୍ତି । ବର୍ତ୍ତମାନର ଆଇପିଏଲ୍ ସିଜନରେ ମୟଙ୍କ ଘଣ୍ଟା ପ୍ରତି ୧୫୬.୭ କିଲୋମିଟର ବେଗରେ ବୋଲିଂ କରି ସମସ୍ତଙ୍କୁ ଚକିତ କରିଛନ୍ତି । ମୟଙ୍କ ଏହି ପ୍ରଦର୍ଶନ ଆଇପିଏଲରେ ଆଲୋଚନାର ବିଷୟ ହୋଇଛି । ବର୍ତ୍ତମାନ ପୂର୍ବତନ ମୁଖ୍ୟ ଚୟନକର୍ତ୍ତା ଓ ଲକ୍ଷ୍ନୌ ସୁପରଜିଆଣ୍ଟର୍ସର ରଣନୀତିକ ପରାମର୍ଶଦାତା ଏମଏସକେ ପ୍ରସାଦ ମଧ୍ୟ ମୟଙ୍କ ପ୍ରଦର୍ଶନରେ ପ୍ରଭାବିତ ହୋଇଛନ୍ତି । ସେ କହିଛନ୍ତି ଆଇପିଏଲ୍ ପରି ବଡ଼ ଟୁର୍ଣ୍ଣାମେଣ୍ଟରେ ଚାପରେ ମୟଙ୍କ ଭଲ ପ୍ରଦର୍ଶନ କରିବାରେ ସଫଳ ହୋଇଛନ୍ତି । ମୟକ ତାଙ୍କ ଗତିରେ ବ୍ୟାଟ୍ସମ୍ୟାନ୍ଙ୍କୁ ବହୁତ ଅସୁବିଧାରେ ପକାଇ ସାରିଛନ୍ତି । ସେ ବଡ଼ ଟୁର୍ଣ୍ଣାମେଣ୍ଟର ·ପକୁ ସମ୍ଭାଳି ପାରିବେ ଏବଂ କ୍ରମାଗତ ଭାବରେ ଏକ ଭଲ ଲାଇନ୍ ବୋଲିଂ କରିପାରିବେ । ଆପଣ ଭାରତୀୟ ବୋଲିଂକୁ ଦେଖନ୍ତି, ବିଶେଷ କରି ମହମ୍ମଦ ଶାମି ବର୍ତ୍ତମାନ ବାହାରେ ଅଛନ୍ତି, ଜସପ୍ରୀତ ବୁମରା ଓ ମହମ୍ମଦ ସିରାଜଙ୍କ ପରେ ଚୟନକର୍ତ୍ତାଙ୍କୁ ତୃତୀୟ ଦ୍ରୁତ ବୋଲରଙ୍କ ବିଷୟରେ ଚିନ୍ତା କରିବାକୁ ପଡିବ । ସେ ଏହି ଦ୍ରୁତ ବୋଲରଙ୍କୁ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳରେ ସାମିଲ କରିବାକୁ ଦାବି କରିଛନ୍ତି ।