ରାଜଧାନୀରେ ·ଞ୍ଚଲ୍ୟ ପ୍ରେମିକାଙ୍କୁ ମାରି ଫିଙ୍ଗିଲା ବେଳେ ଧରାପଡ଼ିଲା
୨ ଅଟକ, ତଦନ୍ତ ଜାରି
ଭୁବନେଶ୍ୱର, ୮ା୪ : ରାଜଧାନୀରେ ·ଞ୍ଚଲ୍ୟ । ପ୍ରେମିକାଙ୍କୁ ମାରି ଫିଙ୍ଗିବା ପାଇଁ ଦୟା ନଦୀକୁ ନେଉଥିଲା ପ୍ରେମିକ । ହେଲେ ସ୍ଥାନୀୟ ଲୋକଙ୍କ ସନେ୍ଦହ ହୋଇଥିଲା । ପ୍ରେମିକକୁ ଗୋଡ଼ାଇବାରୁ ସେ ଦ୍ରୁତ ଗତିରେ ପଳାଇଥିଲା । କିନ୍ତୁ ନଦୀବନ୍ଧରେ ପଡ଼ିଯିବାରୁୁ ପ୍ରେମିକାର ମୃତଦେହ ଛାଡ଼ି ଚମ୍ପଟ ମାରିଥିଲେ ପ୍ରେମିକ ଓ ତାର ସାଥୀ । ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଧଉଳି ପୁଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଅପରପକ୍ଷରେ ପୁଲିସ ୨ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି ।
ସୂଚନାଯୋଗ୍ୟଯେ, ପଶ୍ଚିମବଙ୍ଗ ମୁର୍ସିଦାବାଦ ଅଞ୍ଚଳର ରାଜୁ ବଙ୍ଗାଳୀ ହେଉଛନ୍ତି ଜଣେ ଠିକାଦାର । ରାଜଧାନୀ ଭୁବନେଶ୍ୱର ଓ ଅନ୍ୟ ସ୍ଥାନରେ ପକ୍କା ଘର ମରାମତି କାମ କରନ୍ତି । ତାଙ୍କ ପାଖରେ ଲେବର ଭାବେ କାମ କରୁଥିଲେ ଗଞ୍ଜାମ ହିଞ୍ଜିଳିକାଟୁ ଅଞ୍ଚଳର ହୀନ ଡାକୁଆ । ଧିରେଧିରେ ଉଭୟଙ୍କ ଭିତରେ ସମ୍ପର୍କ ବଢ଼ିଥିଲା । ଫଳରେ ଠିକାଦାର ହୀନଙ୍କ ଘରକୁ ଯିବା ଆସିବା ଭିତରେ ତାଙ୍କ ଝିଅ ଭାଗ୍ୟଙ୍କ ପ୍ରେମରେ ପଡ଼ିଯାଇଥିଲେ । ଠିକାଦାର ରାଜୁ ବଙ୍ଗାଳୀ, ଭାଗ୍ୟ ମଧ୍ୟ ରାଜୁଙ୍କୁ ପ୍ରେମ କରୁଥିଲେ । ଆଜିକୁ ୪ ମାସ ତଳେ ରାଜୁଙ୍କ ସହିତ ଭାଗ୍ୟ ଘର ଛାଡ଼ି ପଳାଇ ଯାଇଥିଲେ । ହୀନ ଏ ସମ୍ପର୍କରେ ଜାଣି ଚୁପ୍ ରହିଥିଲେ । ଫେରାର ପରେ ରାଜୁ ଓ ଭାଗ୍ୟ ଭୁବନେଶ୍ୱର ଶିଶୁପାଳଗଡ଼ରେ ଘର ଭଡ଼ା ନେଇ ରହୁଥିଲେ । ଭୁବନେଶ୍ୱରରେ ରହଣୀ ସମୟରେ ଭାଗ୍ୟ କେବେ ଘରକୁ ଫୋନ୍ କରୁନଥିଲେ । ପରିବାର ଲୋକଙ୍କ ସହିତ କୌଣସି ସମ୍ପର୍କ ମଧ୍ୟ ରଖିନଥିଲେ । ତେବେ ଗତ ୪ ତାରିଖ ସନ୍ଧ୍ୟା ବେଳେ ଭାଗ୍ୟ ବାପ ଘରକୁ ଫୋନ୍ କରିଥିଲେ । ଆଉ ମାଆଙ୍କୁ କହିଥିଲେ ୭ ତାରିଖରେ ଘରକୁ ଫେରୁଛନ୍ତି ବୋଲି । ଝିଅଠାରୁ ଏକଥା ଶୁଣିବା ପରେ ମାଆଙ୍କ ଅକଲ ଗୁଡୁମ୍ ହୋଇଯାଇଥିଲା । କ'ଣ ପାଇଁ ଆସିବୁ? କ'ଣ ହୋଇଛି? କେମିତି ଅଛୁ? ଏମିତି ଅନେକ ପ୍ରଶ୍ନ ପ·ରିବାକୁ ·ହୁଁଥିଲେ ହୀନଙ୍କ ପତ୍ନୀ । ହେଲେ ତା'ପୂର୍ବରୁ ଫୋନ୍ କାଟି ଦେଇଥିଲେ ଭାଗ୍ୟ । ତା'ପରେ ଆଉ ତାଙ୍କ ଫୋନ୍ ଲାଗିନଥିବା ଅଭିଯୋଗକାରୀ ହୀନ କହିଛନ୍ତି ।
ରବିବାର ରାତିରେ ରାଜୁ ଓ ତାଙ୍କର ୨ ସହଯୋଗୀ ଭାଗ୍ୟଙ୍କ ଶବକୁ ଧରି ଦୁଇଟି ବାଇକରେ ଦ୍ରୁତ ଗତିରେ ପଳାଇବାକୁ ଚେଷ୍ଟା କରୁଥିଲେ । ବାଇକରେ ବସିଥିବା ବେଳେ ଭାଗ୍ୟଙ୍କ ଗୋଡ଼ ଘୁଷୁରୁଥିଲା । ତେଣୁ ସ୍ଥାନୀୟ ଲୋକଙ୍କ ମନରେ ସନେ୍ଦହ ହୋଇଥିଲା । ଫଳରେ ସେମାନେ ଗାଡ଼ି ଅଟକାଇବାକୁ ଚେଷ୍ଟା କରିଥିଲେ । ମାତ୍ର ରାଜୁ ଓ ତାଙ୍କ ସହଯୋଗୀମାନେ କିଛି ଶୁଣିନଥିଲେ । ଦ୍ରୁତ ଗତିରେ ଦୟାନଦୀ ଅଭିମୁଖେ ପଳାଇ ଯାଉଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ସେମାନଙ୍କୁ ଗୋଡ଼ାଇଥିଲେ । ତେବେ ଦୟାନଦୀ କୂଳ ମାଟି ରାସ୍ତାରେ ରାଜୁ ଓ ତାଙ୍କ ସାଥୀଙ୍କ ବାଇକର ଚକା ସ୍ଲିପ୍ କରିଥିଲା । ଯାହାଫଳରେ ସେମାନେ ତଳେ ପଡ଼ି ଯାଇଥିଲେ । ଧରା ପଡ଼ିଯିବା ଭୟରେ ଭାଗ୍ୟ ଓ ବାଇକ ଛାଡ଼ି ରାଜୁ ଏବଂ ତା ସାଥୀମାନେ ଦୌଡ଼ି ପଳାଇଥିଲେ । ସ୍ଥାନୀୟ ଲୋକେ ଏନେଇ ଧଉଳି ଥାନା ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଭାଗ୍ୟଙ୍କୁ ଉଦ୍ଧାର କରି ମେଡ଼ିକାଲ୍ ନେଇଥିଲେ । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ପାଖରେ ଥିବା ଆଧାର କାର୍ଡରୁ ତାଙ୍କର ପରିଚୟ ମିଳିଥିଲା । ପରେ ପୁଲିସ ଭାଗ୍ୟଙ୍କ ବାପା ହୀନଙ୍କ ସମ୍ପର୍କରେ ତଥ୍ୟ ପାଇଥିଲା । ତାଙ୍କ ସହ ଯୋଗାଯୋଗ କରିବା ପରେ ପୁଲିସ ପୂରା ତଥ୍ୟ ପାଇଥିଲା । ଏନେଇ କମିଶନରେଟ୍ ପୁଲିସ୍ ୩୦୨, ୩୦୬, ୨୦୧ ଓ ୩୪ରେ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ଏହି ଅଭିଯୋଗରେ ରାଜୁ ଓ ତା'ର ସହଯୋଗୀଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୁଲିସ । ହେଲେ ଯୁବତୀଙ୍କୁ କେମିତି ହତ୍ୟା କରାଗଲା, ତାହା ବିଷୟରେ ପୁଲିସ ଏଯାଏଁ ମୁହଁ ଖୋଲିନାହିଁ ।