ପଦ୍ମଶ୍ରୀ ବିନୋଦ ପଶାୟତଙ୍କୁ ଭେଟିଲେ ପ୍ରଣବ ଓ ରୋହିତ

ପଦ୍ମଶ୍ରୀ ବିନୋଦ ପଶାୟତଙ୍କୁ ଭେଟିଲେ ପ୍ରଣବ ଓ ରୋହିତ

ସମ୍ବଲପୁର:ବିଶିଷ୍ଟସଙ୍ଗୀତସାଧକ, ଗୀତିକାର, କବି ତଥା ନାଟ୍ୟକାର ପଦ୍ମଶ୍ରୀବିନୋଦ ପଶାୟତଙ୍କୁ ଭେଟିଛନ୍ତି ବିଜୁଜନତା ଦଳର ସାଂଗଠନ୍ଖଳ ସମ୍ପାଦକ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଓ ସମ୍ବଲପୁରବିଧାନସଭା ପ୍ରାର୍ଥୀରୋହିତ ପୂଜାରୀା ଆଜି ସକାଳେ ଉଭୟେ ଶ୍ରୀ ଦାସ ଓ ଶ୍ରୀ ପୂଜାରୀ ପଦ୍ମଶ୍ରୀ ବିନୋଦ ପଶାୟତଙ୍କ ଘରକୁ ଯାଇ ତାଙ୍କୁ ଭେଟିବା ସହିତ ସମ୍ବର୍ଦ୍ଧିତ କରିଥିଲେ । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ ପ୍ରଣବ ପ୍ରକାଶ । ତାଙ୍କର ଜୀବନ ବ୍ୟାପୀ ସାଧନାକୁ ପ୍ରଣାମ କରିବା ସହିତ ଭାଷା ସାହିତ୍ୟ ପାଇଁ ତାଙ୍କର ଅବଦାନ ଚୀର ସ୍ମରଣୀୟ ହୋଇ ରହିବ ବୋଲି କହିଥିଲେ । ପଦ୍ମଶ୍ରୀ ବିନୋଦ ପଶାୟତ ବୃତ୍ତିରେ ଜଣେ ବାରିକ ଅଟନ୍ତି । ସମ୍ବଲପୁରୀ ସାହିତ୍ୟ ରଚନା କରିବାର ନିଶା ଆଜି ତାଙ୍କୁ ସାରା ଦେଶରେ ସ୍ୱତନ୍ତ୍ର ପରିଚୟ ଆଣିଦେଇଛି । 
ପ୍ରକାଶ ଥାଉକି ପଦ୍ମଶ୍ରୀ ବିନୋଦ ପଶାୟତ ତାଙ୍କର ସେଲୁନ ଦୋକାନରେ ହିଁ ସାହିତ୍ୟ ସାଧନା କରୁଥିଲେ । ବିଶିଷ୍ଟ ସମ୍ବଲପୁରୀ ନାଟକ ମୁଇଁ ନାଇଁମରେଁ ତାଙ୍କୁ ଖ୍ୟାତି ଆଣିଦେଇଥିଲା । ତାଙ୍କରଚିତ ୧୨ ଗୋଟି ସମ୍ବଲପୁରୀ ନାଟକ ମଧ୍ୟରୁ ଉଖି, ଲିତା, ଚିହ୍ନା, ଭରନା ଆଦି ନାଟକରେ ଉଚ୍ଚ କୋଟିର ସାହିତ୍ୟ ସୃଷ୍ଟି ସର୍ଜନା ପରିଲକ୍ଷିତ ହୁଏ । ସମର୍ପଣ, ଆଦିବାସୀ ଓ ପର ସ୍ତ୍ରୀ ଭଳି ଓଡିଅ ।ସିନେମାରେ ସେ ମଧ୍ୟ ଗୀତ ଲେଖିଛନ୍ତି । ତାଙ୍କର ଅନେକ କାବ୍ୟ କବିତା ଓ ଗୀତ ଆଜି ବିଜନ ମାନସରେ ଚୀର ସବୁଜ ହୋଇ ରହିଛି । ତାଙ୍କ ଭଳି ଜଣେ ମହାନ ବ୍ୟକ୍ତିତ୍ୱଙ୍କୁ ସାକ୍ଷାତ କରି ଗର୍ବ ଅନୁଭବ କରୁଥିବା ପ୍ରଣବ ପ୍ରକାଶ ଦାସକହିଥିଲେ ।