ବିଧାନସଭା: ବିଜେପି-୭୬, ବିଜେଡି-୫୩, କଂଗ୍ରେସ-୧୬

ବିଧାନସଭା: ବିଜେପି-୭୬, ବିଜେଡି-୫୩, କଂଗ୍ରେସ-୧୬

ଭୁବନେଶ୍ୱର: ୨୦୨୪ ଲୋକସଭା ନିର୍ବାଚନ ଶେଷ ପରେ ଆଜି ଭୋଟ ଗଣତି ଜାରି ରହିଛି । ତେବେ ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ ବିଜେପି ଆଗକୁ ଆଗକୁ ମାଡ଼ି ଚାଲିଛି । ସିଟ ସଂଖ୍ୟା ତୁଳନାରେ ବିଜେଡି ବହୁ ପଛରେ ଚାଲିଛି । ଏକଜିଟ ପୋଲ ଏବେ ଓଡ଼ିଶା ପରିପ୍ରେକ୍ଷୀରେ ଏକଜାଟ ହେବାକୁ ଯାଉଛି । ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ ବିଜେପି ୭୬ଟି ଆସନରେ ଆଗୁଆ ଥିବାବେଳେ ବିଜେଡି ୫୩ ଓ କଂଗ୍ରେସ ୧୩ଟି ଆସନରେ ଆଗୁଆ ରହିଛି ।

ସବୁଠାରୁ ବଡ଼ କଥା ହେଉଛି ଲୋକସଭା ଆସନ କ୍ଷେତ୍ରରେ ବିଜେପି ଏବେ ବିଜେଡିକୁ ଚିଟପଟାଙ୍ଗ କରିଦେଇଛି । କାରଣ ମୋଟ ୨୧ଟି ଆସନରୁ ବିଜେପି ଖାତାକୁ ୧୯ଟି ଆସନ ଯିବା ଏକପ୍ରକାର ସୁନିଶ୍ଚିତ । ଅପରପକ୍ଷରେ ବିଜେଡି ଓ କଂଗ୍ରେସ ଏବେକାର ଟ୍ରେଣ୍ଡ ଅନୁଯାୟୀ  ଗୋଟିଏ ଲେଖାଏଁ ଆସନରେ ଆଗୁଆ ରହିଛନ୍ତି ।