କଂଗ୍ରେସ ଓ ବିଜେଡ଼ି ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ତାଳଚେର, : ତାଳଚେର ନିର୍ବାଚନ ମଣ୍ଡଳୀ ବିଧାନ ସଭା କ୍ଷେତ୍ରର ବିଜେଡ଼ି ପ୍ରାର୍ଥି ବ୍ରଜ କିଶୋର ପ୍ରଧାନ ତାଳଚେର ଜଗନ୍ନାଥ ମନ୍ଦିରରେ ଦର୍ଶନ କରି ସେଠାରୁ ଏକ ବିଶାଳ ର୍ୟାଲିରେ ହାଟତୋଟା ସ୍ଥିତ ଉପିଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ପଂହଚି ସେଠାରେ ପ୍ରର୍ଥିପତ୍ର ଦାଖଲ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଢ଼େଙ୍କାନାଳ ଲୋକସଭା ପ୍ରାର୍ଥି ଅଭିନାଶ ସାମଲ ଏକ ସୁସଜ୍ଜିତ ଗାଡ଼ିରେ ଯାଇଥିଲେ । ହଜାର ହଜାର ଦଳୀୟ କର୍ମୀ, ସଂଗଠକ ଓ ଶୁଭେଚ୍ଛୁ ଉପସ୍ଥିତ ଥିଲେ । ରାସ୍ତାରେ ବିଭିନ୍ନ ଛକ ସ୍ଥାନରେ ଶ୍ରୀ ପ୍ରଧାନ ଓ ଶ୍ରୀ ସାମଲଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇଥିଲା । ଏହାପରେ ଶ୍ରୀ ପ୍ରଧାନ ଉପଜିଲ୍ଳାପାଳ କାର୍ଯ୍ୟାଳୟ ପଂହଚି ପ୍ରାର୍ଥିପତ୍ର ଦାଖଲ କରିଥିଲେ । ସେହିଭଳି ଆଜି ଗୁରୁବାର ତାଳଚେର ବିଧାନସଭା କ୍ଷେତ୍ରର କଂଗ୍ରେସ୍ ପ୍ରାର୍ଥି ପ୍ରଫୁଲ୍ଲ କୁମାର ଦାସ ତାଳଚେର ଜଗନ୍ନାଥ ମନ୍ଦିରରେ ଦର୍ଶନ କରିବା ପରେ ବିଶାଳ ପଦଯାତ୍ରାରେ ସ୍ଥାନୀୟ ଉପଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପଂହଚିଥିଲେ । ତାଙ୍କ ସହ ଢ଼େଙ୍କାନାଳ ସଂସଦୀୟ କ୍ଷେତ୍ରର ଲୋକସଭାପ୍ରାଥିନୀ ସସ୍ମିତା ବେହେରା ଉପସ୍ଥିତ ଥିଲେ । ସେମାନେ ମଧ୍ୟ ପ୍ରତି ଛକ ସ୍ଥାନମାନଙ୍କରେ ରହି ସମର୍ଥକ ଓ ଭୋଟରମାନଙ୍କ ଠାରୁ ଆଶିର୍ବାଦ ଭିକ୍ଷା କରିଥିଲେ । ମାତ୍ର ଉପଜିଲ୍ଳାପାଳ କାର୍ଯ୍ୟାଳୟକୁ ପ୍ରାର୍ଥି ପତ୍ର ଦାଖଲ କରିବାକୁ ସମୟରେ ଶ୍ରୀ ଦାସଙ୍କ ସମର୍ଥକ ମାନେ ଫାଟକ ସମ୍ମୁଖରେ ତାଙ୍କ ସହିତ ଅଧିକ କର୍ମୀ ଭିତରକୁ ଯିବା ପାଇଁ ଅଡ଼ି ବସିଥିଲେ । ଫଳରେ ସେଠାରେ ଏକ ଅପି୍ରତକର ପରିସ୍ଥିତି ସୃଷ୍ଟି ହୋଇଥିଲା । ସେଠାରେ କର୍ମୀ ଓ ପୁଲିସ୍ ମଧ୍ୟରେ ଉଚ୍ଚବାଚ୍ଚ ହେବାପରେ ତାଳଚେର ଏସଡ଼ିପିଓ ମାନସରଞ୍ଜନ ବାରିକ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ।