ବିଶ୍ରାମ ବେଳେ କଣ୍ଡକ୍ଟରଙ୍କ ମୋବାଇଲ ଚୋରି ; ଚୋର ଗିରଫ

ଭୁବନେଶ୍ୱର, ୨୧ା୫ : ବସରେ ବିଶ୍ରାମ ନେଇଥିବା ବେଳେ ବସ କଣ୍ଡକ୍ଟରଙ୍କ ମୋବାଇଲ ଚୋରି । ଏନେଇ ଥାନାରେ ଅଭିଯୋଗ ପରେ ଆଜି ଲୁଟେରାକୁ ଗିରଫ କରିଛି ଭରତପୁର ଥାନା ପୁଲିସ । ଗିରଫ ଲୁଟେରା ହେଲା, କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ର କରୁଣାକର କହଁର । ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି ।
ସୂଚନାଯୋଗ୍ୟଯେ, ଅଭିଯୋଗକାରୀ ଜୁରିଆ ସାହୁ ହେଉଛନ୍ତି ବୀଣାପଣି ବସରେ କଣ୍ଡକ୍ଟର ଭାବରେ କାର୍ଯ୍ୟ କରନ୍ତି । ସବୁଦିନ ଭଳି ସୋମବାର ସନ୍ଧ୍ୟା ସମୟରେ ସେ ବସ ଭିତରେ ଡୋର ଖୋଲି ବିଶ୍ରାମ ନେଉଥିଲେ । ଏହାର ସୁଯୋଗ ନେଇ ଲୁଟେରା ଜଣଙ୍କ ତାଙ୍କ ମୋବାଇଲକୁ ଚୋରି କରି ନେଇଯାଇଥିଲା । ପରେ ଅଭିଯୋଗକାରୀ ତାଙ୍କ ମୋବାଇଲ ନ ପାଇବାରୁ ସେ ଏନେଇ ଭରତପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଲୁଟେରାକୁ ଗିରଫ କରିବା ସହ ତାଠାରୁ ଏକ ମୋବାଇଲ ଜବତ କରିଛନ୍ତି ।