ଆରମ୍ଭ ହେଲା ମା'ଭଗବତୀଂକ ଷୋଡଶଦିନାତ୍ମକ "ପରବ

ଆରମ୍ଭ ହେଲା ମା'ଭଗବତୀଂକ ଷୋଡଶଦିନାତ୍ମକ "ପରବ
ବାଣପୁର: ଉତ୍କଳର  ପ୍ରସିଦ୍ଧ ଶକ୍ତି ପୀଠ ମଧ୍ୟରୁ ଖୋରଧା ଜିଲ୍ଲା ବାଣପୁରର ମା'ଭଗବତୀ ଅନ୍ୟତମ ମହାନ ତନ୍ତ୍ର  ପୀଠ।ଏହି ପୀଠରେ ବାର ମାସରେ ତେର ପର୍ବ ହୋଇ ଆସୁଥିବା ବେଳେ ଆଶ୍ବିନ୍ଯ ମାସରେ ହେଉଥିବା ଷୋହଳ ଦିନ ବ୍ୟାପ ଦୁର୍ଗୋତ୍ସବର ବିଧି ବିଧାନ ସଂପୂର୍ଣ୍ଣ ନିଆରା ।ଏହା ମାଂ'କର ସବୁଠାରୁ ବଡ ପର୍ବ।ଏହି ପର୍ବରେ ଯୋଗ ଦେବା ପାଇଁ ମା ବିଭିନ୍ନ ସମୟରେ ଚାରି ଦିଗରେ ବିଜେ କରିଥିବା ଭଉଣୀ ମାନଂକୁ ନିମନ୍ତ୍ରଣ କରିଥାନ୍ତି।ଗତ ଭାଦ୍ରବ ମାସ ଲଳିତା ସପ୍ତମୀରେ ଭଗବତୀ ଚିଲିକାରେ ବିଜେ କରିଥିବା ମା କାଳିଯାଇଂକୁ ନିମନ୍ତ୍ରଣ କରିବାକୁ ଯାଇ ଚିଲିକାରେ ଜଳ.କ୍ରୀଡା ସାରି ମଂଦିରକୁ ଫେରିବା ପରେ ଅସୁସ୍ଥ ହୋଇ ବିଶ୍ରାମ ନେଇଥିଲେ।ଏହି ସମୟରେ ମାଂକ ବିଶ୍ରାମରେ ବାଧା ସୃଷ୍ଟି ନ ହେବା ପାଇଁ ପୂଜା ସମୟରେ ଘଣ୍ଟ କାହାଳି ବାଜୁ ନ ଥିଲା।ସୋମବାର ଦିନ ବାଣପୁର ରାଜା ଅଧୁନା ପାରିକୁଦ ଗଡରେ ଅବସ୍ଥାନ କରୁଥିବା ସଂତୋଷ କୁମାର ମର୍ଦ୍ଦ ରାଜ ମାନସିଂହ ଏହି ପର୍ବ ପାଇଁ ସ୍ବତନ୍ତ୍ର ବୈଦିକ ସାମନ୍ତ ବ୍ରାହ୍ମଣଂକୁ ଗୁଆ ପଇତା ଦେଇ ବରଣ କଲାପରେ ମଂଗଳ ବାର ଦିନ ସହସ୍ର କୁମ୍ଭ ବରଣ କରାଯାଇ ପର୍ବ ଆରଂଭ ହୋଇଛି।ଏଥିପାଇ ଭଗବତୀ ଅବସ୍ଥାନ କରୁଥିବା ପିତୃଳାୟ ଦକ୍ଷେଶ୍ବର ମଂଦିର ଓ ମାଂକ ମୂଲମଂଦିର ବିଶେଷ ଭାବରେ ସଜ୍ଜିତ ହୋଇଥିବା ବେଳେ ଆଲୋକ ମାଳାରେ ବାଣପୁର ଦାଣ୍ଡ ଝଲସି ଉଠୁଛି।ମଂଗଳବାର ମୂଳା ଅଷ୍ମମୀ ରାତ୍ର ପ୍ରଥମ ପ୍ରହରରେ ମା ଦକ୍ଷେଶ୍ବରଂକ ମଂଦିରରୁ ବାହାରି ଘଣ୍ଟ କାହାଳୀ ଛତି ଚାମର ମଶାଲ ମଧ୍ୟରେ ନିଯୋଗ ସେବାୟତଂକ ସହ 'ବଳିଯେନାଂକ ଗହଣରେ ବଜାର ମଧ୍ୟରେ ନାଚି ନାଚି ମୂଳ ମଂଦିରକୁ ଯାଇଥିଲେ।ସେଠାରେ ପୂଜା ଆଳତି ସାରି ଦକ୍ଷେଶ୍ବର ମଂଦିର ନିକଟ ବାହାର ପର୍ବ ଗୃହରେ ଅନ୍ୟ ଛଅ ଭଉଣୀଂକ ସହ  ବିଜେ କରିବେ।ଅତୀତରେ ଏହି ପର୍ବରେ ନରବଳୀ ଦିଆ ଯାଉଥିବା ବେଳେ ବର୍ତ୍ତମାନ ଏହାର ପ୍ରତୀକ ବିଧାନ ଚାଲୁ ଅଛି।ଏକ ସ୍ବତ୍ରଂତ ପରିବାରର ଜଣ ବ୍ୟକ୍ତି ଯିଏକି ବଳିଯେନା  ନାମରେ ପରିଚିତ ମଂତ୍ର ମାଧ୍ୟମରେ ପ୍ରାଣ ବିସର୍ଜନ କରିବା ପରେ ମାଂକ କୃପାରୁ ପୂର୍ନଜନ୍ମ ଲାଭ କରନ୍ତି।ଏହି କାର୍ଯ୍ୟକ୍ରମକୁ ବଳିନାଚ କୁହାଯାଏ।ଏପରି ବଳିନାଚ ଦିନେ ଛଡା ଦିନେ ମହାଳୟା ଅମାବାସ୍ୟା ପର୍ଯ୍ୟନ୍ତ ଚାଲିବା