କବିତା ଉପରେ ଗବେଷଣା ପୁସ୍ତକ ଉନ୍ମୋଚିତ


ାା ପ୍ରଭାନୁ୍ୟଜ ।ା ବାଲିଚନ୍ଦ୍ରପୁର : କବି ଜଚିନ୍ଦ୍ର ରାଉତଙ୍କ କବିତା ପୁସ୍ତକ ଉପରେ ଏକ ଗବେଷଣାତ୍ମକ ପୁସ୍ତକ ଉନ୍ମୋଚିତ ହୋଇଯାଇଛି । ଡଃ ରଞ୍ଜନ କୁମାର ସାହୁଙ୍କ ଦ୍ୱାରା ରଚିତ ପୁସ୍ତକଟି ପ୍ରଫେସର ଡକ୍ଟର ଦିଲ୍ଲୀପ କୁମାର ସ୍ୱାଇଁଙ୍କ ଦ୍ୱାରା ପ୍ରଶଂସିତ ହୋଇଥିବା ଏହି ଗବେଷଣା ପୁସ୍ତକ ଉନ୍ମୋଚନ ଉତ୍ସବରେ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଫେସର ତଥା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କବି ଓ ସମାଲୋଚକ ଡକ୍ଟର ଭଗବାନ ଜୟସିଂ କହିଲେ ଯେ ଏହି ଗବେଷଣା ପୁସ୍ତକରେ ସ୍ଥାନିତ ହୋଇଥିବା ବହୁ ବିଷୟ ଓଡିଆ ଭାଷା ସାହିତ୍ୟ ପାଇଁ ଅତ୍ୟନ୍ତ ଉପାଦେୟ ଅଟେ । ଯାହାକି ଆଗାମି ପିଢି ପାଇଁ ଓଡିଆ ଭାଷା ସାହିତ୍ୟର ସୁରକ୍ଷା ଦିଗରେ ଏକ ସ୍ୱତନ୍ତ୍ର ସ୍ଥାନ ଦାବି ରଖିବ । ପ୍ରଫେସର ଡକ୍ଟର ଦିଲ୍ଲୀପ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ମିହିର ପ୍ରସାଦ ମିଶ୍ର, ପ୍ରଫେସର ସଚ୍ଚିଦାନନ୍ଦ ମିଶ୍ର, ଜନସୁଧା ପତ୍ରିକାର ସମ୍ପାଦକ ତଥା ବିଜୟନି ପ୍ରକାଶନ ସଂସ୍ଥାର ମାଲିକ ଦିଲ୍ଲୀପ ବେହୁରା ଏବଂ କବି ପ୍ରାଧ୍ୟାପକ ଜଚିନ୍ଦ୍ର କୁମାର ରାଉତ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ ।