‘ରିକ୍ତ ନୁହେଁ ଋତୁ’ ଲୋକାର୍ପଣ
ାା ପ୍ରଭାନୁ୍ୟଜ ।ା ଦଶରଥପୁର: ଦଶରଥପୁର ସାହିତ୍ୟ ସଂସଦ ଆନୁକୂଲ୍ୟରେ ସଂସ୍କୃତି ଭବନ ପରିସରରେ ଡଃ ବାସୁଦେବ ମିଶ୍ରଙ୍କ ପୌରହିତ୍ୟରେ ଅଧ୍ୟାପିକା ଲକ୍ଷ୍ମୀପ୍ରିୟା ପୃଷ୍ଟିଙ୍କ କବିତା ପୁସ୍ତକ ‘ରିକ୍ତ ନୁହେଁ ଋତୁ’ ଲୋକାର୍ପଣ ହୋଇଯାଇଛି । ଅତିଥି ଭାବେ ଅଧ୍ୟାପକ ସତ୍ୟରଞ୍ଜନ ନାୟକ, ଚନ୍ଦ୍ରମଣି ସାହୁ, ସ ସାହିତି୍ୟକ ହରେରାମ ପଣ୍ଡା, ଅଧ୍ୟାପକ ରବିନାରାୟଣ ଦାସ, ଶିକ୍ଷାବିତ ବିନାୟକ ନାୟକ ପ୍ରମୁଖ ଯୋଗଦେଇ କବିତା ପୁସ୍ତକ ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ହରେରାମ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଶୁଭେନ୍ଦୁ ମହାପାତ୍ର, ଅଧ୍ୟାପିକା ପ୍ରମିଳା ବାଇ ଓ ବିଷ୍ଣୁ ଦଳାଇଙ୍କ ସଂଯୋଜନାରେ କବିତା ପାଠୋତ୍ସବ ହୋଇଥିଲା । କବି ଯଯାତି ସାହୁ, ନିରଞ୍ଜନ ପତି, ଧିରେନ୍ଦ୍ର ମଲ୍ଲିକ, ନାରାୟଣ ଦାସ, ସାବିତ୍ରୀ ମଲ୍ଲିକ, ଭାରତୀ ସାହୁ, ବାସୁଦେବ ଦାସ ପ୍ରମୁଖ କବିମାନେ ସେମାନଙ୍କ ସ୍ୱରଚିତ କବିତା ପାଠକରିଥିଲେ । ସଂସଦର ସମ୍ପାଦକ ଉମାକାନ୍ତ ଧଳ, ଶରତ କୁମାର ପୃଷ୍ଟି ସଂଯୋଜନା କରିଥିବା ବେଳେ ଚିନ୍ମୟ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।