ଗ୍ରୁପ ମହିଳାଙ୍କ ଠାରୁ ୯ଲକ୍ଷ ଟଙ୍କା ହଡପ କରି ଚମ୍ପଟ

ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସିରିଶି ପଞ୍ଚାୟତ ଅନ୍ତର୍ଗତ ବାଣୁଆଗୁଡା ଗ୍ରାମର ୨୪ ଜଣ ମହିଳାଙ୍କ ୯ ଲକ୍ଷ ଟଙ୍କା ନେଇ ଫେରାର ହୋଇଥିବା ଅଭିଯୋଗ ହୋଇଛି  । ଅଭିଯୋଗ କରିଛନ୍ତି ଉକ୍ତ ଗ୍ରାମର ଚନ୍ଦ୍ରମା ଭତ୍ରା  । ସୂଚନା ପ୍ରକାରେ ବାଣାଆଗୁଡା ଗ୍ରାମର ୨୪ ଜଣ ମହିଳା ଏକ ଘରୋଇ ସଂସ୍ଥା ଅନ୍ନପୂର୍ଣ୍ଣା ଠାରୁ ୯ ଲକ୍ଷ ଟଙ୍କା ଋଣ ବାବଦରେ ଉଠାଇଥିଲେ । ସେହି ଗ୍ରାମର ମହିଳା ଶୁଭାଗିନୀ ମହାପାତ୍ର  ଓ ତାଙ୍କ ପୁଅ ନିର୍ଭିକାର ମହାପାତ୍ର ମିଶି ମହିଳା ମାନଙ୍କୁ ସୁଧ ଦେବୁ ଓ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଟଙ୍କା ନେଇଥିଲେ । ମହିଳାମାନେ ସୁଧ ଟଙ୍କା ମାଗିବାରୁ ଆଜିକାଲି ଦେବୁ କହି ଦିନ ଗଡାଇ ଚାଲିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସେହି ଦୁଇ ଜଣ ଫେରାର ଥିବା ମହିଳା ମାନେ ଜାଣିବାକୁ ପାଇଥିଲେ । ଏନେଇ ଚନ୍ଦ୍ରମା ଭତ୍ରା ଓ ମହିଳାମାନେ ପାପଡାହାଣ୍ଡି ଥାନାର ଦ୍ୱାରସ୍ଥ ହୋଇଛନ୍ତି ।