ସୀମାନ୍ତରେ ଧ୍ୱଂସ ହେଉଛି ଜଙ୍ଗଲ , ତଦାରଖ ଅଭାବରୁ ଯୋଜନା ବାଟବଣା
ାା ପ୍ରଭାନୁ୍ୟଜ୍ ।ା ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଛତିଶଗଡ ସୀମାନ୍ତରେ ବେଧଡକ କାଠ ଚୋରା ଚାଲାଣ ସହ ପଥର ଲୁଟ ହେଉଥିବା ଅଭିଯୋଗ ହେଉଛି । ସୀମାନ୍ତ ଜଙ୍ଗଲ ସମୂର୍ଣ୍ଣ ଧ୍ୱଂସ ହେଉଥିବା ବେଳେ ଏଥି ପ୍ରତି ବନ ବିଭାଗ ନିରବ ରହିଛି । ଯାହା ଫଳରେ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଥିବା ଜଙ୍ଗଲ ଗୁଡିକ ପଦା ହେବାରେ ଲାଗିଛି । ଅନ୍ୟପଟେ ବନ ବିଭାଗ ଜଙ୍ଗଲ ସୁରକ୍ଷା ନିମନ୍ତେ ନାନା ଶ୍ଲୋକ ତିଆରି ସହ ସଭା ସମିତି ଆୟୋଜନ କରି ସଚେତନତା ବାର୍ତ୍ତା ଦେଉଥିବା ବେଳେ ଦୁର୍ଗମ ଅଞ୍ଚଳର ଚିତ୍ର କିନ୍ତୁ ଭିନ୍ନ । ଏଥିସହ ମୂଲ୍ୟବାନ କାଠ ମଧ୍ୟ ଚୋରା ଚାଲାଣ ବୃଦ୍ଧି ପାଇବାରେ ଲାଗିଛି । ପ୍ରକାଶ ଯେ, ରାଇଘର ବ୍ଲକର ସୀମାନ୍ତ କୁନେ୍ଦଇ, ଖୁଡୁକ୍, ସମ୍ବଲପୁର, କାଣ୍ଡେତାରା ଭୁରକାମହୁଲି, ମଦନଶ୍ରୀ ପ୍ରଭୁତି ସହ ହାତୀଗାଁ ସଂରକ୍ଷିତ ଜଙ୍ଗଲ ବର୍ତ୍ତମାନ ପଡିଆ ହେବାରେ ଲାଗିଛି । ଜଙ୍ଗଲ ଧ୍ୱଂସ ହେଉଥିବା ନେଇ ଅଭିଯୋଗ ହେଉଥିଲେ ମଧ୍ୟ ବନ ବିଭାଗ ପକ୍ଷରୁ କୌଣସି ପ୍ରକାର ବିହିତ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ । ଦେଖୁ ଦେଖୁ ସୀମାନ୍ତ ଜଂଗଲ ସମ୍ପୂର୍ଣ୍ଣ ଧ୍ୱଂସ ହୋଇ ସାରିଛି ଯାହା ଜଙ୍ଗଲ ରହିଛି ଦିନ ଦିପହରରେ ଖୁଲମ୍ ଖୁଲା କାଠ ମାଫିଆ ମୂଲ୍ୟବାନ ଗଛ କାଟି ଚାଲାଣ କରୁଛନ୍ତି । ଏଥିସହ କାଠ ମାଫିଆ ସହ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଚାଲିଛି ପଥର ମାଫିଆଙ୍କ ରାଜ । ନକ୍ସଲ ପ୍ରଭାବିତ ଅଞ୍ଚଳ ଯୋଗୁଁ ବନ ବିଭାଗ କର୍ମଚାରୀ ଭୟରେ ସେହି ଅଞ୍ଚଳରେ ପାଦ ପଡୁ ନଥିବା ବେଳେ ପଥର ଓ କାଠ ମାଫିଆଙ୍କ ଲାଗି ଅଭୟାରଣ୍ୟ ପାଲଟିଛି ସଂରକ୍ଷିତ ଜଙ୍ଗଲ । ପ୍ରତିଦିନ ସ୍ପଷ୍ଟ ଦିବା ଲୋକରେ ବହୁ ଗାଡିରେ ପଥର ଚୋରା ଚାଲାଣ ହେଉଛି । ଯାହା ଫଳରେ ଲକ୍ଷଲକ୍ଷ ଟଙ୍କାର ରାଜସ୍ୱ ହରାଉଛି ପ୍ରଶାସନ । ରାତିରେ ମୂଲ୍ୟବାନ କାଠ ଚୋରା ଚାଲାଣ ବୃଦ୍ଧି ପାଇବାରେ ଲାଗିଛି । ରାତିରେ ପେଟ୍ରୋଲିଂ ବ୍ୟବସ୍ଥା ନହେବା କାରଣରୁ ଚୋରା ଚାଲାଣ ବୃଦ୍ଧି ପାଇବାରେ ଲାଗିଛି । ସୀମାନ୍ତରେ ଥିବା କୁନେ୍ଦଇ ଖୁଡୁକ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ଗରଞ୍ଜି, ଭୀମାଭାଟା, ଚିଡେଇପାଣି, ସମ୍ବଲପୁର ଅଞ୍ଚଳରେ ଯେଉଁ ଭଳି ଜଙ୍ଗଲ ଧ୍ୱଂସ ସହ ପଥର ଚୋରା ଚାଲାଣ ହେଉଛି ପ୍ରଶାସନ ଏଥି ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବା ଆବଶ୍ୟକତା ରହିଛି । ଉକ୍ତ ଅଞ୍ଚଳ ନକ୍ସଲ ପ୍ରଭାବିତ ଯୋଗୁଁ ଭୟରେ ଜଙ୍ଗଲ ଅଞ୍ଚଳ ଶୂନଶାନ ରହୁଥିବା ବେଳେ ଏହାର ସୁଯୋଗ ନେଉଛନ୍ତି ପଥର ମାଫିଆ କ୍ଷ ପ୍ରତିଦିନ ପାହାଡ କଟାଯାଇ ପଥର ଓ ମେଟାଲ ଚୋରା ଚାଲାଣ କରା ଯାଉଛି । ତେବେ ପଥର ଚାଲାଣ ପଛରେ ସକ୍ରିୟ ଥିବା ମାଫିଆ ପ୍ରକୃତରେ ବନ ବିଭାଗ ଅଜାଣତରେ ପଥର ଚାଲାଣ କରୁଛନ୍ତି ନା ବନ ବିଭାଗ ଅଧିକାରୀ ଓ କର୍ମଚାରୀଙ୍କ ମିଳିତ ଭାଗୀଦାରିତାରେ ପଥର ବେପାର ଚାଲିଛି, ତାକୁ ନେଇ ସାଧରଣରେ ପ୍ରଶ୍ନ ଉଠିଛି । ଉକ୍ତ ମାଫିଆ ମାନେ ପଥର ସହ ସଂରକ୍ଷିତ ଜଙ୍ଗଲରୁ ମୁଲ୍ୟବାନ କାଠ ଚାଲାଣ କରୁଛନ୍ତି । ଦୀର୍ଘ ବର୍ଷ ଧରି ଏହି ଅଂଚଳର ସମସ୍ୟା ସମ୍ପର୍କରେ ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ଏଥି ପ୍ରତି ବନ ବିଭାଗ ନିରବ ରହିବା ଚର୍ଚ୍ଚା ବିଷୟ ପାଲଟିଛି । ଜଙ୍ଗଲ ମଧ୍ୟରେ ହଜାର ହଜାର ଏକର ଜଙ୍ଗଲ ଧ୍ୱଂସ କରି ଚାଷ ଜମିରେ ପରିଣତ କରା ଯାଉଛି । ଏହି ଜଙ୍ଗଲର ସୁରକ୍ଷା ନିମନ୍ତେ ମାଓ ସଂଗଠନ ପକ୍ଷରୁ ମଧ୍ୟ ବିଗତ ଦିନରେ ଜଙ୍ଗଲ କାଟିବା ବନ୍ଦ ନିମନ୍ତେ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଅଞ୍ଚଳରେ ଛାନଭିନ କରାଗଲେ ପ୍ରକୃତ ତଥ୍ୟ ଲୋକଲୋଚନକୁ ଆସି ପାରିବ ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି । ଅନ୍ୟପଟେ ରାଇଘର ବନ ବିଭାଗ ଅଧିକାରୀ ପଦବୀ ଖାଲି ପଡି ଥିବାବେଳେ ଝରିଗାଁ ରେଞ୍ଜର ଗୋବିନ୍ଦ ନାୟକ ଦାୟିତ୍ୱରେ ରହିଥିଲେ ବର୍ତ୍ତମାନ ଜିଲ୍ଲା ପ୍ରଶାସନ ରାଇଘର ଫରେଷ୍ଟର ଥିବା ମହମ୍ମଦ ଅବଦୁଲ ସମଦ ରେଞ୍ଜର ଦାୟିତ୍ୱରେ ରହିଛନ୍ତି । ସେହିଭଳି ବିବାଦ ଘେରରେ ଥିବା ଅଧିକାରୀ ମାନଙ୍କୁ ପୁଣି ଥରେ ରାଇଘର ବନ ବିଭାଗ ଅଧୀନରେ ଦାୟିତ୍ୱ ହସ୍ତାନ୍ତର କରାଯାଇ ଅଛି । ଏଥି ପ୍ରତି ଗୁରୁତ୍ୱ ଦେଇ ସୀମାନ୍ତ ଜଙ୍ଗଲର ତଦନ୍ତ ନିମନ୍ତେ ସାଧରଣରେ