ଜନସମ୍ପର୍କ ପଦଯାତ୍ରା କଲେ ବବି


ବିଜେଡ଼ି କ୍ଷମତାରୁ ଯିବା ପରେ ଏବେ ବି ଲୋକ ମାନଙ୍କର ପୂର୍ବ ସରକାର ପ୍ରତି ଆସ୍ଥା ରହିଛି ଏହା ପ୍ରମାଣିତ ହୋଇଛି କୋରେଇ ବିଜେଡ଼ି ପକ୍ଷରୁ ଆୟୋଜିତ ୯ପଞ୍ଚାୟତକୁ ନେଇ ହେଇଥିବା ଜନ ସମ୍ପର୍କ ପଦଯାତ୍ରାରୁ । ରସୁଲପୁର ବ୍ଲକ ବଡ଼କଇଁଚି ପଞ୍ଚାୟତ ହିଙ୍ଗୁଳା ପଡିଆରେ ଆୟୋଜିତ ପଦଯାତ୍ରା ସମାବେଶରେ ଦଳୀୟ ନେତା ପ୍ରଣବ ପ୍ରକାଶ ଦାସ, ଭବ ପ୍ରସାଦ ଦାସ, ପୂର୍ବତନ ଲୋକସଭା ସାଂସଦ ଶର୍ମିଷ୍ଠା ସେଠୀ ଯୋଗଦେଇ ପଦଯାତ୍ରାକୁ ଉଦଘାଟନ କରିଥିଲେ । ପୂର୍ବତନ ସରପଞ୍ଚ ଶ୍ରୀଧର ବିଶ୍ୱାଳ ଓ ସରପଞ୍ଚ ଅଶୋକ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଜିଲା ବିଜେଡ଼ି ସଭାପତି, ବ୍ଲକ ଯୁବ ବିଜେଡ଼ି ସଭାପତି ମନୋଜ କୁମାର ରାଉତଙ୍କ ସମେତ ଟିକରପଡା ସମିତିସଭ୍ୟ ଅଭିରାମ ମଲ୍ଲିକ, ଗନ୍ଧଣ ସରପଞ୍ଚ ରୁଦ୍ରନାରାୟଣ ମହାନ୍ତି ସମିତିସଭ୍ୟ ଅଜୟ କୁମାର ପଣ୍ଡା, ଭୋଟକା ସରପଞ୍ଚ ସ୍ମୃତିରେଖା ରାଉତ, ବଡ଼କଇଁଚି ସମିତିସଭ୍ୟ ସୈାମ୍ୟରଂଜନ ରାଉତ, ପହଙ୍ଗା ସରପଞ୍ଚ ଲୋପାମୁଦ୍ରା ଘଡେଇ, ସମିତିସଭ୍ୟା ଶାନ୍ତଲତା ସାମଲ, ମୁଗପାଳ ସରପଞ୍ଚ ପ୍ରଜ୍ଞାପରମିତା ମଲ୍ଲିକ, ବାହାଦଲାପୁର ସରପଞ୍ଚ ମହେନ୍ଦ୍ର କୁମାର ଦାସ, ଲକ୍ଷ୍ମୀନଗର ସରପଞ୍ଚ ବିକ୍ରମ ରାଜେ ନରସିଂହପୁର ସରପଞ୍ଚ ପ୍ରଶାନ୍ତ କୁମାର ଦାଶ, ସମିତିସଭ୍ୟା ତିଳୋତମା ପରିଡା ପ୍ରଭୃତି ପଞ୍ଚାୟତର ନେତୃତ୍ୱ ମାନେ ଯୋଗଦେଗଥିବା ବେଳେ ଯୁବ ନେତା ସଂଜୟ ପ୍ରଧାନ, ଅଶୋକ ସାମଲ, ଦୁଷ୍ମନ୍ତ କୁମାର ମଲ୍ଲିକ, ପୂର୍ବତନ ସମିତିସଭ୍ୟ ଅନନ୍ତ ପୁହାଣ, ଅଭିମନୁ୍ୟ ମଲିକ୍, ଶତୃଘ୍ନ ମଲିକ୍, ବାବାଜୀ ପତି, ଚନ୍ଦ୍ରଶେଖର ସାମଲ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ପଦଯାତ୍ରାରେ ହଜାର ହଜାର ସଂଖ୍ୟାରେ ମହିଳା ଓ ପୁରୁଷ କର୍ମୀ ସାମିଲ ହୋଇଥିଲେ ।