ଧର୍ମଶାଳା ମହିଳା ଡିଗ୍ରୀ କଲେଜ ପକ୍ଷରୁ ଦାନ ଉତ୍ସବ ପାଳିତ
ାା ପ୍ରଭାନୁ୍ୟଜ ।ା ଧର୍ମଶାଳା: ମହିଳା ଡିଗ୍ରୀ ମହାବିଦ୍ୟାଳୟ ଧର୍ମଶାଳା ପକ୍ଷରୁ ଦେଉଳି ପାହାଡରେଦାନ ଉତ୍ସବ ଅଧ୍ୟକ୍ଷା ଡକ୍ଟର ଇନ୍ଦୁପ୍ରଭା ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉତ୍ସବକୁ ରାଜ୍ୟ ସଂଯୋଜକ ବିପିନ କିଶୋର ମହାନ୍ତି ଉଦଘାଟନ କରିଥିଲେ । ରାଜ୍ୟ ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥାର ସଚିବ ସୁବ୍ରତ କୁମାର ପୃଷ୍ଟି, ବୋ÷ଦ୍ଧ ଗବେଷକ ପ୍ରକାଶ କୁମାର ନାୟକ ଅତିଥି ଭାବେ ଯୋଗଦେଇ ଧର୍ମଶାଳାରେ ଥିବା ବିଭିନ୍ନ ଐତିହାସିକ ପୀଠ ଗୁଡିକ ଉପରେ ଆଲୋଚନା କରିଥିଲେ । କଲେଜ ପକ୍ଷରୁ ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପକ ଡକ୍ଟର ସୁନାକର ଦାସ, ରେଡକ୍ରସ ଅଧିକାରୀ ଅଧ୍ୟାପକ ସବ୍ୟସାଚୀ ପ୍ରଧାନ ଓ ଆମ କଲେଜ ଆମ ଗୌରବର ସଂଯୋଜକ ଅଧ୍ୟାପକ ଡକ୍ଟର ରାଜ କିଶୋର ଜେନା ସମେତ ଉକ୍ତ ବିଭାଗର ଛାତ୍ରୀମାନେ କଲେଜ ପରିସରୁ ବ୍ୟାନର ଧରି ଦେଉଳି ପାହାଡର ଉପର ଭାଗରେ ଥିବା ନଖସ୍ତୁପ ପର୍ଯ୍ୟନ୍ତ ଯାଇଥିଲେ । ସେଠାରେ ଛାତ୍ରୀମାନେ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ମାଧ୍ୟମରେ ସଫେଇ କରିଥିଲେ । ଉତ୍ସବରେ ସାଧୁ ଅଭୟାନନ୍ଦ ଶାରଦା, ପାଲାକାର ରବି ନାରାୟଣ କର, ସମାଜସେବୀ ଗୋଲକ ଚନ୍ଦ୍ର ପଲେଇ ପ୍ରମୁଖ ଯୋଗଦେଇ ଦାନ ଉତ୍ସବ ସମ୍ପର୍କରେ ଆଲୋଚନା କରିଥିଲେ । ଦାନଉତ୍ସବ ଅକ୍ଟୋବର ୨ରୁ ୮ପର୍ଯ୍ୟନ୍ତ ଚାଲିବ । ଏହି ସମୟ ମଧ୍ୟରେ ଧର୍ମଶାଳାର ବ୍ଲକର ବିଭିନ୍ନ ସ୍ଥାନରେ ଥିବା ବୌଦ୍ଧପୀଠ ଗୁଡିକରେ ଏଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଗବେଷକ ଶ୍ରୀ ନାୟକ ସୂଚନା ଦେଇଛନ୍ତି । କଲେଜ ଅଣଶିକ୍ଷକ କର୍ମଚାରୀ ବୃନ୍ଦାବନ ସାହୁ ଓ ଅଚୁ୍ୟତାନନ୍ଦ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।