ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି

ମାନ୍ୟବର ବାଚସ୍ପତି ମହୋଦୟା,
ଆପଣଙ୍କ ଜରିଆରେ ମୁଁ ଗୃହର ମାନ୍ୟବର ସଦସ୍ୟମାନଙ୍କୁ ଅବଗତ କରେଇବାକୁ ଚାହେଁ ଯେ, ‘ଦକ୍ଷିଣ ଓଡିଶା ବିକାଶ ପରିଷଦ’ ଗଠନ କରିବା ପାଇଁ ରାଜ୍ୟ ସରକାର ଏକ Task Force ଗଠନ କରିଛନ୍ତି। ଓଡିଶାର ଦକ୍ଷିଣାଞ୍ଚଳର ବିକାଶ ସହିତ ବିକାଶ ପ୍ରକ୍ରିୟାରେ ସବୁ ବର୍ଗଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ଏହି ପରିଷଦ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହି ବିକାଶ ପରିଷଦ କିପରି ଗଠିତ ହେବ, ଏଥିରେ କେଉଁ ଜିଲ୍ଲା ଓ ବ୍ଲକ ସାମିଲ ହେବ ଏବଂ ଏହାର ଢାଞ୍ଚା ଓ କାର୍ଯ୍ୟପ୍ରଣାଳୀ କଣ ରହିବ, ସେ ସମ୍ପର୍କରେ ସୁଚିନ୍ତିତ ମତାମତ ଦେବା ପାଇଁ ଏହି Task Force ଗଠନ କରାଯାଇଛି। ଗଠନ ହେବାର ୩୦ ଦିନ ମଧ୍ୟରେ ଏହି Task Force ରିପୋର୍ଟ ଦାଖଲ କରିବ। ମାନ୍ୟବର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ତଥା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଅଧ୍ୟକ୍ଷତାରେ ଏହି Task Force ଗଠନ କରାଯାଇଛି।
ଏହି Task Force ର ସଦସ୍ୟମାନେ ହେଲେ
୧. ବାଣିଜ୍ୟ ଓ ପରିବହନ ଏବଂ ଇସ୍ପାତ ଓ ଖଣି ମନ୍ତ୍ରୀ 
ବିଭୁତି ଭୂଷଣ ଜେନା
୨. ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ତଥା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ) ଗୋକୁଳାନନ୍ଦ ମଲ୍ଲିକ
୩. ସାଂସଦ, ନବରଙ୍ଗପୁର ବଳଭଦ୍ର ମାଝୀ
୪.  ସାଂସଦ, କନ୍ଧମାଳ,  ସୁକାନ୍ତ କୁମାର ପାଣିଗ୍ରାହୀ
୫.  ବିଧାୟକ, ଦିଗପହଣ୍ଡି,  ସିଦ୍ଧାନ୍ତ ମହାପାତ୍ର
୬. ବିଧାୟକ, ମାଲକାନଗିରି,  ନରସିଂହ ମାଡକାମି
୭. ବିଧାୟକ, ପାରଳାଖେମୁଣ୍ଡି,  ରୁପେଶ କୁମାର ପାଣିଗ୍ରାହୀ
୮. ବିଧାୟକ, ଫୁଲବାଣୀ,  ଉମାଚରଣ ମଲ୍ଲିକ
୯. ବିଧାୟକ, ପଟ୍ଟାଙ୍ଗୀ,  ରାମଚନ୍ଦ୍ର କାଡାମ
ଏହା ସହିତ ୩ ଜଣ Ex-Officio ମେମ୍ବର ମଧ୍ୟ ରହିଛନ୍ତି।
ସେମାନେ ହେଲେ- RDC (Southern Division), RDC (Central Division) ଏବଂ ପଶ୍ଚିମ ଓଡିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ।
ଯୋଜନା ଓ ସଂଯୋଜନ ବିଭାଗର ସ୍ୱତନ୍ତ୍ର ସଚିବ ଏହାର Member Convener ଅଛନ୍ତି।