ଭରତପୁର ଘଟଣାରେ ଏମିତି କହିଲେ ହାଇକୋର୍ଟ

High Court Bharatpur Case

ଭରତପୁର ଘଟଣାରେ ଏମିତି କହିଲେ ହାଇକୋର୍ଟ

।। ପ୍ରଭାନ୍ୟୁଜ ।। ଭୁବନେଶ୍ୱର : ପୀଡ଼ିତା ଓ କ୍ୟାପଟେନଙ୍କ ନାମ ବାହାରେ ପ୍ରକାଶ ପାଇବନାହିଁ  । ସାମାଜିକ ଗଣମାଧ୍ୟମ କି ଗଣମାଧ୍ୟମରେ ନାମ ପ୍ରକାଶ ପାଇପାରିବ ନାହିଁ  । ସମସ୍ତ ଥାନାର ସିସିଟିଭି ସଂକ୍ରାନ୍ତରେ  ତଥ୍ୟ ବି ତଲବ କରାଯାଇଛି  । ଏନେଇ ହାଇକୋର୍ଟରେ ଆଗତ ଜନସ୍ୱାର୍ଥ ମାମଲାର ଶୁଣାଣୀ କରି ହାଇକୋର୍ଟ ଏହା କହିଛନ୍ତି  ।

ଏହି ମାମଲାରେ ବିଚାର ବିଭାଗୀୟ ତଦନ୍ତ କରାଯାଇଛି  ।  ସେହିପରି କ୍ରାଇମବ୍ରାଞ୍ଚ ତଦନ୍ତ ବି ହେବ  । ଭାରତରେ ପ୍ରଥମ ଥର ପାଇଁ ଗୋଟିଏ ମାମଲାରେ ଦୁଇଟି ତଦନ୍ତ କରାଯିବ  । ବିଜୁ ଜନତା ଦଳ ମଧ୍ୟ ଆସନ୍ତାକାଲି ପାଇଁ ଡକରା ଦେଇଥିବା ବନ୍ଦ ଆନ୍ଦୋଳନକୁ ପ୍ରତ୍ୟାହାର କରିଛି  ।