ମଙ୍କିପକ୍ସ ଆତଙ୍କ

ମଙ୍କିପକ୍ସ ଆତଙ୍କ


ଭୁବନେଶ୍ୱର: ଭାରତରେ ମଙ୍କିପକ୍ସର ଏଣ୍ଟ୍ରି ହୋଇଥିବା ନେଇ ଆତଙ୍କ ଖେଳିଗଲାଣି । ଜଣେ ବିଦେଶ ଫେରନ୍ତା ଯୁବକ ମଙ୍କିପକ୍ସ ଆକ୍ରାନ୍ତରେ ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।  ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ଅନୁସାରେ, ସନ୍ଦିଗ୍ଧ ଯୁବକ ମଙ୍କିପକ୍ସ ଆକ୍ରାନ୍ତ ଦେଶ ଭ୍ରମଣ କରିଥିଲେ । ତାଙ୍କ ଶରୀରରେ କିଛି ଲକ୍ଷଣ ଦେଖା ଯିବାରୁ ନମୂନା ପରୀକ୍ଷା ପାଇଁ ପଠାଯାଇଛି । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ନମୂନା ପରୀକ୍ଷା ରିପୋର୍ଟ ଆସିବା ପରେ ମଙ୍କିପକ୍ସ ହୋଇଛି କି ନାହିଁ, ସ୍ପଷ୍ଟ ହେବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଅଗଷ୍ଟ ୧୪ରେ ମଙ୍କିପକ୍ସକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡଐଙ) ହେଲଥ ଏମର୍ଜ?ନ୍ସି ଘୋଷଣା କରିଥିଲେ । ପାଖାପାଖି ୧୭ଟି ଦେଶକୁ ମଙ୍କିପକ୍ସ ବିସ୍ତାର କରିସାରିଛି । କିନ୍ତୁ ଜୁଲାଇରେ ନୂଆ ଭାରିଆଣ୍ଟ 'କ୍ଲେଡ୍ ୧ବି' ଚିହ୍ନଟ ହେବା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ହେଲଥ ଏମର୍ଜ?ନ୍ସି ରୂପେ ଘୋଷଣା କରିଛି ।