ଚାଷୀଙ୍କୁ ଟଙ୍କା ଦେଲେ ମୋହନ, ଦେଖନ୍ତୁ ଆକାଉଣ୍ଟ

Farmers get money CM Kishan

ଚାଷୀଙ୍କୁ ଟଙ୍କା ଦେଲେ ମୋହନ, ଦେଖନ୍ତୁ ଆକାଉଣ୍ଟ

ଭୁବନେଶ୍ୱର : ଆଜି ହେଉଛି ପବିତ୍ର ନୂଆଁଖାଇ  । ଏଥିପାଇଁ ପଶ୍ଚିମ ଓଡ଼ିଶା ଉତ୍ସବମୁଖର ହୋଇଯାଇଛି  । ତେବେ ସାରା ରାଜ୍ୟର ଚାଷୀଭାଇମାନଙ୍କୁ  ସିଏମ କିଷାନ ଟଙ୍କା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  । ଚାଷୀଙ୍କ ବ୍ୟାଙ୍କ ଖାତାକୁ ଯାଇଛି ୨ ହଜାର ଟଙ୍କା  । ବ୍ୟାଙ୍କ ଏସଏମଏସ ପାଇବା ପରେ ଚାଷୀ ମନ କୁରୁଳି ଯାଇଛି  । ସେହିପରି ଅନେକ କୃଷକ କଲ୍ୟାଣ କାର୍ଯ୍ୟକ୍ରମ ମଧ୍ୟ ଭେଟି ଦେଇଛନ୍ତି  । 

ଆଜି ୨୦୨୪-୨୫ ରବି ପାଇଁ ସିଏମ କିଷାନ ସହାୟତା ପ୍ରଦାନ କରାଯାଇଛି  । ରାଜ୍ୟର ୪୬ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ଭୂମିହୀନ କୃଷକ ପରିବାରଙ୍କୁ ୨ ହଜାର ଟଙ୍କା ଲେଖାଏଁ କିସ୍ତି ମିଳିଛି  । ୯୨୫ କୋଟିରୁ ଉଦ୍ଧ୍ୱର୍ ଟଙ୍କା ଡିବିଟି ମାଧ୍ୟମରେ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଯିବ  । ଏହାଛଡ଼ା ସିଏମ କିଷାନ ଓ ପିଏମ କିଷାନ ଯୋଜନାରେ ନୂତନ ହିତାଧିକାରୀମାନଙ୍କ ନାମ ପଞ୍ଜୀକରଣ ପାଇଁ ନୂତନ ପୋର୍ଟାଲର ଉନ୍ମୋଚନ କରାଯାଇଛି  । ପିଏମ କିଷାନ ଯୋଜନାର ସ୍ୱତନ୍ତ୍ର ପଦକ୍ଷେପରେ ଆଗାମୀ ୨ ମାସ ପର୍ଯ୍ୟନ୍ତ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ ପ୍ରକ୍ରିୟା ଆରମ୍ଭ ହେବ  । ଏତଦବ୍ୟତୀତ କୃଷକ ଓଡ଼ିଶା ୟୁନିଫାଏଡ଼ ପୋର୍ଟାଲର ଉନ୍ମୋଚିତ ହୋଇଛି  । ଯାହା ମାଧ୍ୟମରେ ଚାଷୀମାନେ ଗୋଟିଏ ସ୍ଥାନରେ ବିଭିନ୍ନ କୃଷି ଓ ଆନୁଷଙ୍ଗୀକ ବିଭାଗ ସମ୍ବନ୍ଧୀୟ ଯୋଜନାରେ ଆବେଦନ କରିପାରିବେ  ।