ମାଲକାନାଗିରିରେ ପ୍ରବଳ ବର୍ଷା : ଦାୟିତ୍ୱରେ ୨ ଅଫିସର
Heavy Rain Odisha
ମାଲକାନାଗିରିରେ ପ୍ରବଳ ବର୍ଷା ହୋଇଛି । ବନ୍ୟା ଜଳ ପ୍ରବେଶ ଦ୍ୱାରା ଅନେକ କ୍ଷୟକ୍ଷତି ମଧ୍ୟ ହୋଇଥିବା ଜାଣିବାକୁ ମିଳିଛି । ଅନେକ ସ୍ଥାନରେ ରାସ୍ତା ଉପରେ ୫ ଫୁଟ ପାଣି ବି ପ୍ରବାହିତ ହେଉଥିବା ଦେଖିବାକୁ ମିଳୁଛି । ଏମିତିକି ବର୍ଷା ପାଇଁ ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପକୁ ବନ୍ଦ କରି ଦିଆଯାଇଛି । ଅପରପକ୍ଷରେ ସେଠାକାର ଅବସ୍ଥା ଅନୁଧ୍ୟାନ ସହ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ଆଇନଶୃଙ୍ଖଳା ଏଡ଼ିଜି ସଞ୍ଜୟ କୁମାର ଓ ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ଦାୟିତ୍ୱ ଦିଆଯାଇଛି ।
ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଅବପାତ ସୃଷ୍ଟିହୋଇଛି । ଯାହାର ପ୍ରଭାବରେ ଆସନ୍ତାକାଲି ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, କଟକ ଓ ଢେଙ୍କାନାଳ ଜିଲ୍ଲାର କେତେକ ସ୍ଥାନରେ ୭୦ରୁ ୨୦୦ ମିମି ପର୍ଯ୍ୟନ୍ତ ବର୍ଷା ହେବ । ଅତି ପ୍ରବଳ ବର୍ଷା ହେବାର ଥିବାରୁ ଏହି ସବୁ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି ।
ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆସନ୍ତାକାଲି ଗଞ୍ଜାମ, କୋରାପୁଟ, କନ୍ଧମାଳ, ବଲାଙ୍ଗୀର, ବରଗଡ଼, ବୌଦ୍ଧ, ସୋନପୁର, ଯାଜପୁର, କେନ୍ଦ୍ରାପଡ଼ା, ନୟାଗଡ଼, ଅନୁଗୁଳ ଓ ସମ୍ବଲପୁରରେ ଅତି ପ୍ରବଳ ବର୍ଷା ହେବାର ଥିବାରୁ ସେହିସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ପ୍ରବଳ ବର୍ଷା ପାଇଁ ନୂଆପଡ଼ା, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, ଗଜପତି, ମାଲକାନାଗିରି, ନବରଙ୍ଗପୁର, କଳାହାଣ୍ଡି, ଭଦ୍ରକ ଓ ବାଲେଶ୍ୱର ଜିଲ୍ଳାକୁ ୟେଲୋ ୱାର୍ଣ୍ଣିଂ ଜାରିହୋଇଛି ।