ପୁରାତନ ଛାତ୍ର ସଂସଦର ବୈଠକ


 କେନ୍ଦ୍ରାପଡା ଜିଲ୍ଲା ପଟାମୁଣ୍ଡାଇ  ଅଞ୍ଚଳର ସର୍ବ ପୁରାତନ  ଶିକ୍ଷାନୁଷ୍ଠାନ ମନ୍ମଥନାଥ ଉଚ୍ଚ ବିଦ୍ୟାଳୟ ପଟାମୁଣ୍ଡାଇ  ପୁରାତନ ଛାତ୍ର ସଂସଦର ଏକ ସଭା ବିଦ୍ୟାଳୟ ସଭା ଗୃହରେ ସଂସଦର ସଭାପତି ପ୍ରଫେସର  ଦୁର୍ଯେ୍ୟାଧନ ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି  । ବୈଠକ ପ୍ରାରମ୍ଭରେ ପୁରାତନ ଛାତ୍ର ସଂସଦର ବରିଷ୍ଠ ସଭ୍ୟ ଦିବଗଂତ ଲକ୍ଷ୍ମୀଧର ଦାଶ, ଦୁଶାସନ କୁଣ୍ଡ, କମଳାକାନ୍ତ ମହାନ୍ତି ସମେତ ଇତିମଧ୍ୟରେ ଇହଲୀଳା  ସମ୍ବରଣ କରିଥିବା ଅନ୍ୟ ପୁରାତନ ଛାତ୍ର ଛାତ୍ରୀ ମାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୧ମିନିଟ୍ ନୀରବ  ପ୍ରାର୍ଥନା କରାଯାଇଥିଲା  । ପରେ ପରେ ବିଗତ  ୨୦୨୩ ମସିହା ବାର୍ଷିକ ଉସôବର ଆୟବ୍ୟୟ ସମୀକ୍ଷା କରାଯିବା ସହିତ  ଚଳିତବର୍ଷ ବାର୍ଷିକ ଉସôବ ଆସନ୍ତା ତା ୦୬.୧୦.୨୦୨୪ ରିଖ ରବିବାର ଦିବା ୧୦.୩୦ ମିନିଟ୍ ସମୟରେ ବିଦ୍ୟାଳୟ  ସଭାଗୃହରେ ପୁରାତନ ଛାତ୍ର ସଂସଦ ର ୧୪ତମ ବାର୍ଷିକ ଉସôବ ପାଳନ କରାଯିବା ସହିତ ନୂତନ କର୍ମକର୍ତ୍ତା ନିର୍ବାଚନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରା ଯାଇଥିଲା  । ସଭାରେ  ସମ୍ପାଦକ କଣ୍ଡୁରି ଚରଣ ସ୍ୱାଇଁ ପୂର୍ୱ ଅଧିବେଶନ ର ବିବରଣୀ  ଉପସ୍ଥାପନ  କରିଥିବା ବେଳେ କୋଷାଧ୍ୟକ୍ଷ  ଆଡଭୋକେଟ ଗୋପୀନାଥ  ତ୍ରିପାଠୀ ଆୟ ବ୍ୟୟ ଉପସ୍ଥାପନ କରିଥିଲେ  । ଅନ୍ୟମାନଙ୍କ ମଧ୍ୟରେ  ଉପଦେଷ୍ଟା ପ୍ରଫେସର ଅନିରୁଦ୍ଧ ରାଉଳ, ଉପସଭାପତି ବିଜୟ କୁମାର ସାହୁ, କୋଷାଧ୍ୟକ୍ଷ ଆଡଭୋକେଟ ଗୋପୀନାଥ ତ୍ରିପାଠୀ, ଉପସଭାପତି  ରାଜେନ୍ଦ୍ର କୁମାର ଦାଶ, ସଞ୍ଜୟ କୁମାର ବର୍ମା, ସାଙ୍ଗଠନିକ ସମ୍ପାଦକ  ରମେଶ ଚନ୍ଦ୍ର ଦେ, ଯୁଗ୍ମ ସମ୍ପାଦକ ଅକ୍ଷୟ କୁମାର ବିଶ୍ୱାଳ, ଶିଶିର କୁମାର ମଲିକ, କାର୍ଯ୍ୟକାରୀ କମିଟିର ସଭ୍ୟ ତ୍ରିଲୋଚନ ଜେନା, ବ୍ରଜ ସୁନ୍ଦର ସାହୁ, ଇଂ ତପନ କୁମାର ପାତ୍ର, ଶିକ୍ଷକ ପ୍ରତିନିଧି ଅଶୋକ କୁମାର ଦାଶ, ଚିତ୍ରଶିଳ୍ପୀ ସଞ୍ଜିବ କୁମାର କର, କୁମାରେଶ ନାୟକ ପ୍ରମୁଖ ଯୋଗଦାନ କରି  ଆଲୋଚନାରେ ଅଂଶଗ୍ରହଣ କରିଥିଲେ  ।