ସାମ୍ବାଦିକଙ୍କୁ ସ୍ୱାସ୍ଥ୍ୟବୀମା କାର୍ଡ 

ାା ପ୍ରଭାନୁ୍ୟଜ୍ ।ା କେନ୍ଦ୍ରାପଡା : ଗୋପବନ୍ଧୁ କର୍ମଜୀବୀ ସାମ୍ବାଦିକଙ୍କ ସ୍ୱାସ୍ଥ୍ୟବୀମା କାର୍ଡ ଶୁକ୍ରବାର ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବଣ୍ଟନ କରାଯାଇଛି । ଜିଲ୍ଲାପାଳ ସ୍ମୃତି ରଂଜନ ପ୍ରଧାନ ଉପସ୍ଥିତ ୨୩ ଜଣ ସାମ୍ବାଦିକଙ୍କୁ ଏହି କାର୍ଡ ବଣ୍ଟନ କରିଥିଲେ । ଜିଲ୍ଲାର ୧୩୨ ଜଣ ସାମ୍ବାଦିକଙ୍କ ବୀମା କାର୍ଡ ନବୀକରଣ କରାଯାଇ ପ୍ରଶାସନର ହସ୍ତଗତ ହୋଇଥିଲା । ବଣ୍ଟନ ସମୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ, କର୍ମଚାରୀ ସଂଘ ସଭାପତି ପ୍ରଦିପ ଦାଶ ଉପସ୍ଥିତ ରହି ବଣ୍ଟନ କାର୍ଯ୍ୟରେ ସହାୟତା କରିଥିଲେ ।