ପାଣି ବ୍ୟବସ୍ଥା ନହେଲେ ଭୋଟ ବର୍ଜନ ଚେତାବନୀ
କେନ୍ଦ୍ରାପଡ଼ା: ବର୍ତ୍ତମାନ ରାଜ୍ୟସାରା ୪୦ଡିଗ୍ରୀ ଉପରେ ପାରଦ । ଗରମରେ ସାରା ରାଜ୍ୟ ଜଳୁଛି । ଏହି ସମୟରେ କେନ୍ଦ୍ରାପଡା ଜିଲ୍ଲା ସଦର ମହକୁମାଠାରୁ ମାତ୍ର ୨ କିଲୋମିଟର ଦୂର କେନ୍ଦ୍ରାପଡା ବ୍ଲକ ଅଧିନ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଦୁତିଆଳ ଗ୍ରାମରେ ସମସ୍ତ ଯୋଜନା ଫେଲ ମାରିଛି । ସ୍ୱଚକ୍ଷୁରେ ନ ଦେଖିଲେ ବିଶ୍ୱାସ କରି ହେବନାହିଁ । ପଞ୍ଚାୟତ ବାସୀ ଭାବିଥିଲେ ଜଳକଷ୍ଟରୁ ମୁକ୍ତି ମିଳିବ । ସମସ୍ତଙ୍କ ଘରେ ଘରେ ପିଇବା ପାଣି ପହଞ୍ଚôବ । କେନ୍ଦ୍ର ସରକାରଙ୍କ "ହରଘର ଜଲ’ ଓ ରାଜ୍ୟ ସାରକାରଙ୍କ "ବସୁଧା’ ଯୋଜନାରେ ଲୋକମାନେ ପାଣି ସୁବିଧା ପାଉଛନ୍ତି ବୋଲି ବିଜ୍ଞାପନ କରୁଛନ୍ତି । କିନ୍ତୁ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଦୁତିଆଳ ଗ୍ରାମର ୧୯ନଂ ୱାର୍ଡରେ ଜଳକଷ୍ଟକର ଚିତ୍ର ସାମ୍ନାକୁ ଆସିଛି । ଘର ପାଖରେ ପିଇବା ପାଣି ପହଞ୍ଚôପାରିବ । ବୋରିଂ ପଏଣ୍ଟ ଖୋଳାଗଲା ଓ ଗାଁକୁ ପାଇପ୍ ବି ବିଛାଗଲା । ପ୍ରକଳ୍ପ ସ୍ଥାପନ ହେବାର ପ୍ରାୟ ୧ ବର୍ଷ ଧରି ଠିକ୍ ପରିମାଣରେ ପାଣି ଆସିଲା । ହେଲେ ତା' ପରେ ୮ବର୍ଷହେଲା ପାନୀୟ ଜଳ ଯୋଗାଣ ସେବା ଠପ୍ । ବିଛାଯାଇଥିବା ପାଇପ୍ କେତେକ ସ୍ଥାନରେ ଭାଙ୍ଗିରୁଜି ଗଲାଣି । ପୁଣି ପାଇପ୍ ଷ୍ଟାଣ୍ଡ୍ ବ୍ୟବହାରରେ ନଲାଗିବାରୁ ସେଠାରେ ଗୋବର ଗଦା ହେଲାଣି । ୧୯ନଂ ୱାର୍ଡରେ ଥିବା ଏକମାତ୍ର ନଳକୂଅ ଉପରେ ନିର୍ଭର କରିବାକୁ ପଡୁଛି । ଯାହା ଗୁରୁତର ଜଳାଭାବ ଦୂର କରିବାରେ ସମର୍ଥ ହୋଇପାରୁନାହିଁ । ପୁଣି ଏଥିରେ ଯାହା ପାଣି ବାହାରୁଛି, ତାହା ପିଇବା ଉପଯୋଗୀ ନୁହେଁ ବୋଲି ଅଭିଯୋଗ ହୋଇଛି । ଯଦି ଏହାର ତୁରନ୍ତ ସମାଧାନ ନ ହୁଏ ଅଞ୍ଚଳବାସୀମାନେ ଆସନ୍ତା ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ।
ଶ୍ୟାମସୁନ୍ଦରପୁର ପଞ୍ଚାୟତର ୪ଟି ରାଜସ୍ୱ ଗ୍ରାମ ଶ୍ୟାମସୁନ୍ଦରପୁର, ପୁରୁଷୋତ୍ତମପୁର, ଦୁତିଆଳ ଓ ହାଲପୁର ଅଧିନରେ ମୋଟ୍ ୨୦ଟି ୱାର୍ଡ ରହିଛି । ଏହି ସବୁ ୱାର୍ଡର ଲୋକଙ୍କୁ ପାଣି ଯୋଗାଇବା ପାଇଁ ୫ଟି ପ୍ରକଳ୍ପ ସ୍ଥାପନା କରାଯାଇଛି । ଦୁତିଆଳରେ ୨ଟି, ପୁରୁଷୋତ୍ତମପୁର, ଶ୍ୟାମସୁନ୍ଦରପୁର ଓ ହାଲପୁରରେ ଗୋଟିଏ ଲେଖାଏଁ ପାନୀୟ ଜଳ ପ୍ରକଳ୍ପ ରହିଛି । ପାନୀୟ ଜଳ ଯୋଗାଣକୁ ତ୍ୱରାନ୍ୱିତ କରିବା ପାଇଁ ଦୁତିଆଳରେ ୨ଟି, ହାଲପୁର ଓ ଶ୍ୟାମସୁନ୍ଦରପୁରରେ ଗୋଟିଏ ଲେଖାଏଁ ଓଭରହେଡ୍ ଟାଙ୍କି ନିର୍ମାଣ କରାଯାଇଛି । ଦୁତିଆଳ ଗ୍ରାମର ୧୯ ନଂ. ୱାର୍ଡରେ ପ୍ରାୟ ୭୦ ପରିବାର ବସବାସ କରିଆସୁଛ"ି । ଏଠାରେ ସମସ୍ତ ଅଞ୍ଚଳକୁ ପିଇବା ପାଣି ଯୋଗାଣ ୧୦ ବର୍ଷ ଆଗରୁ ପାଇପ୍ ବିଛା ହୋଇଥିଲା । ପାଖରେ ଥିବା ପାନୀୟ ଜଳ ପ୍ରକଳ୍ପରୁ ପାଣି ମିଳୁଥିଲା । ପ୍ରାୟ ୨ରୁ ଅଢେଇ ବର୍ଷ ଧରି ନିୟମିତ ପାଣି ମିଳିଲା । ହେଲେ ତା' ପରଠାରୁ ପିଇବା ପାଣି ଯୋଗାଣ ସେବା ଏକ ପ୍ରକାର ବନ୍ଦ ହୋଇଯାଇଥିଲା । ପ୍ରାୟ ୮ବର୍ଷ ହେବ ଗାଁକୁ ପାଇପ୍ ଯୋଗେ ପିଇବା ପାଣି ଯୋଗାଣ ଆଉ ହେଉନାହିଁ । ନିମ୍ନମାନର କାମ ଯୋଗୁଁ ପାଇପ୍ଗୁଡିକ କମ୍ ଦିନରେ ଫାଟି ଯାଇଥିଲା । ତେବେ ପରବର୍ତ୍ତୀ ସମୟରେ ମରାମତି ଅବା ନୂତନ ପାଇପ୍ ବିଛାଯାଇନଥିଲା । ତେଣୁ ଏଠାରେ ପିଇବା ପାଣି ଯୋଗାଣ ସମ୍ଭବ ହୋଇନାହିଁ । ଅନ୍ୟପକ୍ଷେ ପାଣିର ବେଆଇନ ସଂଯୋଗ ଓ ଅପଚୟ ଯୋଗୁଁ ମଧ୍ୟ ଘରେ ଘରେ ପାଣି ପହଞ୍ଚôବା ମିଶନରେ ବାଧା ସୃଷ୍ଟି କରିଛି । ତୁରନ୍ତ ପାନୀୟ ଜଳର ବ୍ୟବସ୍ଥା କରାନଗଲେ ଆଗାମୀ ନିର୍ବାଚନକୁ ସ୍ଥାନୀୟ ଜନ ସାଧାରଣ ବର୍ଜନ କରିବା ପାଇଁ ଚେତାବନୀ ଦେଇଛନ୍ତି ।