ଦୁର୍ଗାପୂଜା ପାଇଁ ଶାନ୍ତି କମିଟି ବୈଠକ

ାା ପ୍ରଭାନୁ୍ୟଜ୍ ।ା ରାଜନଗର: ରାଜନଗର ବ୍ଲକ ଶାରଦୀୟ ଦୁର୍ଗପୂଜାକୁ ଶାନ୍ତି ଶୃଙ୍ଖଳା ମଧ୍ୟରେ ସମାପନ କରିବାକୁ ଶାନ୍ତି କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି । କମିଟିର ସଭାପତି ତଥା ତହସିଲଦାର ଅଜୟ କୁମାର ମହାନ୍ତିଙ୍କ ପୋ÷ରହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ଆଇଆଇସି ଅଜୟ କୁମାର ଜେନା, ବିଡିଓ ନିଶାନ ମିଶ୍ର ଯୋଗଦେଇ ଆଗାମୀ ଶାରଦୀୟ ଦୁର୍ଗ ପୂଜାକୁ ଶାନ୍ତି ପୂର୍ଣ୍ଣ ଭାବେ ପାଳନ କରିବାକୁ ଅଲୋଚନା କରିଥିଲେ । ଏହି ବୈଠକରେ ଏହି ବ୍ଲକର ରାଜନଗର ସଦର, ସାନବଡଗୋପାଳପୁର, ତ୍ରିନାଥବଜାର, ଜରିମୂଳ ବଜାର ଓ ଚାନ୍ଦିବାଉଁଶମୂଳ ବଜାରର ୨୮ଟି ମେଢର କମିଟିର କର୍ମକର୍ତ୍ତାମାନେ ଯୋଗଦେଇ ଅଲୋଚନା କରିଥିଲେ । ରାଜନଗର ବଜାର ମଧ୍ୟକୁ ଚାରିଚକିଆ ଓ ତିନିଚକିଆ ଯାନ ପ୍ରବେଶ କରିପାରିବେ ନାହିଁ । ଏପରିକି ବାଇକ ପ୍ରବେଶ ଉପରେ କଟକଣା ରହିବ । ପୋଲ ଗଡାଣୀରୁ ବଜାର ମଧ୍ୟକୁ ଓ ଜଗନ୍ନାଥ ମନ୍ଦିର ଛକରୁ ବଜାର ମଧ୍ୟକୁ ଗାଡି ପ୍ରବେଶ ଉପରେ କଡାକଡି କଟକଣା କରାଯିବ । ଜରିମୂଳ ବଜାରରେ ଦଶହରା ସମୟରେ ରାବଣ ପୋଡି କରାଯାଉଥିବାରୁ ଆଇନ ଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ । ଏହି ସମୟରେ ରାସ୍ତା କଡରେ ମାଂସ କଟା ବନ୍ଦ ରହିବା ସହିତ ମାଛ, ଶୁଖୁଆ ବିକି୍ର ବନ୍ଦ ରହିବ । ଉଠା ପନିପରିବା ଦୋକାନୀ ରାସ୍ତା କଡରେ ବସି ବେପାର କରିପାରିବେ ନାହିଁ । ପୂଜା ମଣ୍ଡପରେ ଅଶ୍ଳୀଳ ସଙ୍ଗୀତ ବାଜି ପାରିବ ନାହିଁ । ହଂସୁଆ ସେତୁ ଉପରେ ଟ୍ରକ କିମ୍ବା ହାଇୱା ଗାଡିକୁ ବନ୍ଦ ରଖାଯିବ । ବସଗୁଡିକ ପୋଲ ଉପରେ ଲୋକ ନଉଠାଇ ବସଷ୍ଟାଣ୍ଡରେ ରହି ଲୋକଙ୍କୁ ଉଠାଇବାକୁ ନିଷ୍ପତି ହୋଇଛି । ସବୁଠାରୁ ବଡକଥା ହେଲା, ଭସାଣୀ ସମୟରେ ଥାନପତି ମା ଦୂର୍ଗାଙ୍କ ସହିତ ବନଦୂର୍ଗା, ଗଙ୍ଗାମାତା, ଶାରଳା, ସରସ୍ୱତୀଙ୍କର ହଂସୁଆ ନଦୀରେ ଭଷାଣୀ କରାଯିବ ।