ଭାରତ ହିଁ ଆମର ଆତ୍ମା ଓ ଜୀବନ (୨) 

ସୁଧାଂଶୁ ମୋହନ ଶତପଥୀ : ପଣ୍ଡିତ ନେହେରୁଙ୍କ ଜାମାତା ଫିରୋଜ ଗାନ୍ଧି ତକ୍ରାଳୀନ ସରକାରଙ୍କ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରାଇ ଦୁର୍ନୀତିକୁ ପ୍ରୋତ୍ସାହିତ ଦେଉଛନ୍ତି ବୋଲି ଏକ ଦୃଢୋକ୍ତି ପ୍ରଦର୍ଶନ କଲେ, ଯାହାର ଆଧାର ଥିଲା ହରିଦାସ ମୁଦ୍ରା ଏଲଆଇସି ଭ୍ରଷ୍ଟାଚାର  । ଏହି ପ୍ରସଙ୍ଗଟିରେ ସମଗ୍ର ଭାରତ ବର୍ଷ ସ୍ତବ୍ଧ ହୋଇଯାଇଥିଲା  । ତକ୍ରାଳୀନ ପରିସ୍ଥିତି ଓ ପରିବେଶ ତମାମ ଭାରତ ବର୍ଷର ରାଜନୈତିକ ସ୍ତରରେ ଏପରି ଅସୁସ୍ଥ ବାତାବରଣ ସୃଷ୍ଟି କରିଦେଲା ଯେ, ଯାହା ଫଳରେ ତକ୍ରାଳୀନ ଅର୍ଥମନ୍ତ୍ରୀ ତଥା ନେହେରୁଙ୍କ ଜଣେ ବଳିଷ୍ଠ ସହଯୋଗୀ ଟି.ଟି କୃଷ୍ଣାମାଚାରୀ ଇସ୍ତଫା ଦେବା ପାଇଁ ବିବିଶ ହୋଇପଡିଲେ  । ସେତେବେଳେ ଜନଶ୍ରୁତିରୁ ଶୁଣାଗଲା ଯେ ଏହାଦ୍ୱାରା  କୁଆଡେ ଫିରୋଜ ଆଉ ନେହେରୁଙ୍କ ମଧ୍ୟରେ ବିଭେଦ ସୃଷ୍ଟି ହୋଇଯାଇଥିଲା  ।  ଇଏ ଥିଲା ୧୯୫୬ ମସିହାର କଥା  । ଏହା ପୂର୍ବରୁ ଅର୍ଥାତ୍ ୧୯୫୧ ମସିହାରେ ପ୍ରଶାସନିକ କ୍ଷେତ୍ରରେ ଜଣେ ଉଚ୍ଚପଦସ୍ଥ ଆଇ.ଏ.ଏସ ଏ.ଡି. ଗୋ÷ରୱାଲା ନାମକ ଅଫିସର ସେ ସରକାରଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗକୁ ତର୍ଜମା କରିବା ସହିତ ଅନୁସନ୍ଧାନ କରି ଉଲ୍ଲେଖ କଲେ ଯେ ପଣ୍ଡିତ ନେହେରୁଙ୍କ ତତ୍ତ୍ୱାବଧାନରେ ଯେଉଁ ମନ୍ତ୍ରିମଣ୍ଡଳଟି ଗଠନ କରିଛନ୍ତି  ସେଥିରେ ବେଶ୍ କିଛି ମନ୍ତ୍ରୀ ଦୁର୍ନୀତିଗ୍ରସ୍ତ  । ଏକଥା ସମସ୍ତେ ଜାଣିଥିଲେ  । ଏହାପରେ ୧୯୬୦ ମସିହା ବେଳକୁ ଗୋଟାଏ ପ୍ରସ୍ତାବ ଆସିଲା  । ଯେଉଁ ପ୍ରସ୍ତାବରେ ଖୋଲାଖୋଲି ସରକାରଙ୍କୁ କୁହାଗଲା ଯେଉଁ ନେତା ମନ୍ତ୍ରୀମାନେ ଦୁର୍ନୀତିରେ ଲିପ୍ତ ରହିଛନ୍ତି ବୋଲି ବିଦ୍ଧିବଦ୍ଧ ଭାବେ ଆପତ୍ତି ଉଠୁଛି  ସେମାନଙ୍କର ବିଚାର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଉ  । ମାତ୍ର ଦୁର୍ଭାଗ୍ୟର ବିଷୟ ପଣ୍ଡିତ ନେହେରୁ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ତାଙ୍କ ମନ୍ତବ୍ୟରେ ପ୍ରକାଶ କଲେ ଯେ ଏହି ପ୍ରସ୍ତାବ ଯଦି କାର୍ଯ୍ୟକାରୀ କରାଯାଏ ତେବେ ପରସ୍ପର ମଧ୍ୟରେ ଈର୍ଷା, ବିଦ୍ୱେଷ, ବିବାଦ ଭଳି ଅରୁଚିକର ବାତାବରଣ ସୃଷ୍ଟି ହେବ ଏବଂ ତାହା ତୀବ୍ର ଆକାର ଧାରଣ କରି ପ୍ରଶାସନିକ କାର୍ଯ୍ୟ ସଂପୂର୍ଣ୍ଣ ବାଧାପ୍ରାପ୍ତ ହେବ  । ଏହାପରେ ତକ୍ରାଳୀନ ସ୍ୱରାଷ୍ଟ୍ର ମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ମନ୍ତ୍ରିମଣ୍ଡଳର ଏତାଦୃଶ ଭ୍ରଷ୍ଟାଚାର ପରିସ୍ଥିତିକୁ ଲକ୍ଷ୍ୟ କରି ମର୍ମାହତ ହେବା ସଙ୍ଗେ ସଙ୍ଗେ ଜଣେ ସଚ୍ଚୋଟ ଦାୟିତ୍ୱ ସାଂସଦ ତଥା ବିଶିଷ୍ଟ ରାଜନୀତିଜ୍ଞ କେ. ସାନ୍ଥାନମଙ୍କ ପୋ÷ରୋହିତ୍ୟରେ ଏକ କମିଟି ଗଠନ କରି ରାଜନୈତିକ ସ୍ତରରେ ବ୍ୟାପୀ ଚାଲିଥିବା ଭ୍ରଷ୍ଟାଚାରକୁ ନିରୂପଣ କରି ରିପୋର୍ଟ ଦେବା ପାଇଁ ନିଦେ୍ର୍ଦଶ ଦେଲେ  । କମିଟିର ଅଧ୍ୟକ୍ଷ ସାନ୍ଥାନମ ତାଙ୍କ ରିପୋର୍ଟରେ ଭ୍ରଷ୍ଟାଚାର ପ୍ରସଙ୍ଗକୁ ବିଶ୍ଲେଷଣ କରି ଉଲ୍ଲେଖ କଲେ ଯେ ଲୋକମାନଙ୍କ ଭିତରେ ଏକ ଦୃଢ ଧାରଣା ସୃଷ୍ଟି ହେଲାଣି ଯେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ମନ୍ତ୍ରୀମଣ୍ଡଳରୁ କିଛି ମନ୍ତ୍ରୀ ନୀତି, ଆଦର୍ଶ, ମାନସିକ ମୂଲ୍ୟବୋଧକୁ ଜଳାଞ୍ଜଳି ଦେଇ ଅମାପ ସଂପତ୍ତି ଅର୍ଜନ କରିସାରିଲେଣି  । ଦୀର୍ଘ ୧୬ ବର୍ଷ ମଧ୍ୟରେ ନିଜ ପୁଅ, ଝିଅ ଓ ଏକାନ୍ତ ସଂପର୍କୀୟମାନଙ୍କୁ  ସରକାରଙ୍କ ବିଭିନ୍ନ ବିଭାଗରେ ନିଯୁକ୍ତି କରାଇ ପର୍ଯ୍ୟାପ୍ତ ସୁବିଧା ସୁଯୋଗ ହାସଲ କରିସାରିଛନ୍ତି  । ଏହାଥିଲା ୧୯୬୧ ମସିହାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ  । ଏହାପରେ ୧୯୬୩ ମସିହା ସୁଦ୍ଧା ତକ୍ରାଳୀନ ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରତାପ ସିଂ କାଇରୋଙ୍କ ବିରୋଧରେ ବ୍ୟାପକ ଭ୍ରଷ୍ଟାଚାର ଆରୋପ ଉଠିବାରୁ ପଣ୍ଡିତ ନେହେରୁ ଏହାକୁ ବିରୋଧ କରି ସ୍ପଷ୍ଟ ମନ୍ତବ୍ୟ ଦେଇ କହିଲେ କୋ÷ଣସି ମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀଙ୍କ ଦୁର୍ନୀତିକୁ ଆଧାର କରି ଯଦି କୋର୍ଟ ନିଦେ୍ର୍ଦଶରେ ଇସ୍ତଫା ଦେବାକୁ କୁହାଯାଏ  ତେବେ ଏଥିରେ କେହି ଇସ୍ତଫା ଦେବାର ଆବଶ୍ୟକତା ନାହିଁ ଏ ସଂପର୍କରେ କେବଳ ଲୋକ ପ୍ରତିନିଧି ବା ବ୍ୟବସ୍ଥାପିକାର ଗରିଷ୍ଠ ମତ ହିଁ ଚୂଡାନ୍ତ ନିଷ୍ପତ୍ତି ନେଇପାରିବ  । ଏକଥା ପ୍ରାୟତଃ ସମସ୍ତେ ଜାଣନ୍ତି ଯେ ପଣ୍ଡିତ ନେହେରୁ ବ୍ୟକ୍ତିଗତ ଭାବେ ଅତ୍ୟନ୍ତ ସଚ୍ଚୋଟ ଥିଲେ ମଧ୍ୟ ଦୁର୍ଭାଗ୍ୟକୁ  ଦୁର୍ନୀତି  କରୁଥିବା ବ୍ୟକ୍ତିକୁ ଧରି ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନେହେରୁଙ୍କ ଇଛାଶକ୍ତି ନଥିଲା  । ଅର୍ଥାତ୍ ସେ ପରୋକ୍ଷରେ ଦୁର୍ନୀତିକୁ ସ୍ୱୀକୃତି ଦେଉଥିଲେ ବୋଲି କହିବା ଭୁଲ ହେବ ନାହିଁ  । ୨୦୧୧ ମସିହା ଅକ୍ଟୋବର ୩  ତାରିଖ ଦିନ ବିଶିଷ୍ଟ ଗାନ୍ଧିବାଦୀ ଚିନ୍ତକ ତଥା ବିଶିଷ୍ଟ ବିଦ୍ୱାନ ଭି. କଲ୍ୟାଣମ୍ ଇଣ୍ଡିଆନ ଏକ୍ସପ୍ରେସକୁ ଏକ ସାକ୍ଷାତକାର ଦେଇ ଅତ୍ୟନ୍ତ କ୍ଷୋଭର ସହ କହିଥିଲେ ଯେ ଭାରତର ଦୁର୍ନୀତିକୁ ଶକ୍ତିଶାଳୀ କରିବାର ପ୍ରମୁଖ କର୍ଣ୍ଣଧାର ଥିଲେ ପଣ୍ଡିତ ନେହେରୁ  । ଏହି ବ୍ୟକ୍ତି ଜଣକ ଭାରତ ସ୍ୱାଧୀନତା ହାସଲ କରିବା ପରେ ପରେ ମହାତ୍ମା ଗାନ୍ଧିଙ୍କ ନିକଟରେ ପଚାଶଟି ଅଭିଯୋଗ ପତ୍ର ତାଙ୍କର ହସ୍ତଗତ ହୋଇଥିଲା  । ସେଥିରୁ କେବଳ ଦୁର୍ନୀତି ସଂପର୍କିତ ଚିଠିଥିଲା ୧୦ଟି  । ଏହି ବିଦ୍ୱାନ ଜଣକ ୧୯୪୩ରୁ ୧୯୪୮ ପର୍ଯ୍ୟନ୍ତ ମହାତ୍ମା ଗାନ୍ଧିଙ୍କର ବ୍ୟକ୍ତିଗତ ସଚିବ ଥିଲେ  । ଭି.କେ.କଲ୍ୟାଣମ ଅତି ନିର୍ଭୀକ ସ୍ୱରରେ କହିଥିଲେ ଯେ, ଭି..କେ.  କୃଷ୍ଣମେନନ,ଟି.ଟି. କ୍ରିଷ୍ଣାମାଚାରୀ ଓ ପ୍ରତାପ ସିଂ କାଇରୋ ଥିଲେ ଅତ୍ୟନ୍ତ ଦୁର୍ନୀତିଗ୍ରସ୍ତ  । ଇତିହାସ ଅଧ୍ୟୟନ ପରେ ଉପରୋକ୍ତ ଅଧ୍ୟାୟନକୁ ସମୀକ୍ଷା କରୁଛୁ- ୨୦୨୪ ମସିହାର ଅନ୍ତିମ ଅବକାଶରେ  । ପଣ୍ଡିତ ନେହେରୁଙ୍କ ସମୟରେ ଅଙ୍କୁରୋଦ୍ଗମ ହୋଇଥିବା ଦୁର୍ନୀତି, ଭ୍ରଷ୍ଟାଚାରର ଶିଶୁବୃକ୍ଷଟି ଆଜି ବିଶାଳକାୟ ମହାଦ୍ରୁମରେ ପରିଣତ ହୋଇ ଆକାଶ ଛୁଇଁସାରିଲାଣି ଓ ଯାହାର ଶାଖା, ପ୍ରଶାଖା, ପଲ୍ଲବିତ ପତ୍ର ଏତେ ଦିଗନ୍ତ ବିସ୍ତାରି ହୋଇଯାଇଛି ଯେ, ଯାହାର ଚେର ପାତାଳଫୁଟି ପୃଥିବୀର ଅପରପାଶ୍ୱର୍ରେ ପହଞ୍ଚôଗଲାଣି  । ଏହାକୁ ଛେଦିନ କରିବ କିଏ? ଶହ ଶହ ବର୍ଷ ଧରି ବିଦେଶୀମାନେ ଏ ଦେଶ ଯେତିକି ଲୁଣ୍ଠନ କରିନଥିଲେ ତାହାଠାରୁ ଶତସହସ୍ର ଗୁଣରେ ସ୍ୱାଧୀନ ଭାରତକୁ ଲୁଣ୍ଠନ କରିସାରିଲେଣି ଏମାନେ  । ଯେଉଁଠିକି  ବିଶ୍ୱବିଖ୍ୟାତ ଅର୍ଥନୀତିଜ୍ଞ ମଧ୍ୟ ଏହାକୁ ଆକଳନ କରି ଦର୍ଶାଇବା ପାଇଁ ବର୍ଷ ବର୍ଷ ବିତାଇବେ ଅଥଚ ସଠିକ୍ ମୂଲ୍ୟାଙ୍କନ କରିପାରିବେ ନାହିଁ  । କେତେ ଇ.ଡି. ସିବିଆଇ, କ୍ରାଇମବ୍ରାଞ୍ଚ ଧରିବ ? ଚନ୍ଦ୍ର, ସୂର୍ଯ୍ୟ ଆତଯାତ ହେଉଥିବା ପର୍ଯ୍ୟନ୍ତ ମଧ୍ୟ ଏହାର ମୂଳୋତ୍ପାଟନ ହୋଇପାରିବ ନାହିଁ  ।
ତେବେ ମାନ୍ୟବର ଲୋକପ୍ରତିନିଧିମାନଙ୍କୁ ଆମର ପ୍ରଶ୍ନ, ଆପଣମାନେ କହୁଛନ୍ତି ଯେ ଭାରତବର୍ଷ କୁଆଡେ ବିଶ୍ୱର ଗୁରୁହେବାକୁ ଯାଉଛି  । କୋଟି କୋଟି ଖଟିଖିଆ ମେହେନତି ମଣିଷମାନଙ୍କ ଠାରୁ ଆଦାୟ ହେଉଥିବା ଟିକସରୁ ସଂଗୃହୀତ ହେଉଥିବା ପୁଞ୍ଜିରୁ ନେଉଥିବା ଦରମା, ଭତ୍ତା ଏବଂ ବିଭିନ୍ନ ଭାବରେ ଉପଭୋଗ କରୁଥିବା ବିଳାସମୟ ଶୀତତାପ ନିୟନ୍ତ୍ରିତ ରାଜପ୍ରସାଦ ମଧ୍ୟରେ ସୁରକ୍ଷିତ ରହି ଏହିଭଳି ଫମ୍ପା ଆୱାଜକୁ ଆଉ କେତେ ଦିନ ପର୍ଯ୍ୟନ୍ତ ଶୁଣାଇ ଚାଲିଥିବେ ? 
ଆମେ ପ୍ରଥମେ ସ୍ମରଣ କରୁଛୁ ଜାତିର ପିତା ମହାମାନବ ମହାତ୍ମା ଗାନ୍ଧିଙ୍କୁ  । ଯାହାଙ୍କର ଆଦର୍ଶ, ନିଷ୍ଠା, ମାନବିକ ମୂଲ୍ୟବୋଧ, ସତ୍ୟବାଦିତା, ଅହିଂସା ନିର୍ଭୀକତା ଭଳି ଦିବ୍ୟ ଗୁଣକୁ ଅନୁକରଣ କରି ଭାରତର କୋଟି କୋଟି ଜନତା ସ୍ୱାଧୀନତା ଆନେ୍ଦାଳନରେ ଝାସ ଦେଇଥିଲେ  । ତାଙ୍କରି ନେତୃତ୍ୱରେ ଭାରତ ହେଲା ସ୍ୱାଧୀନ ସମଗ୍ର ଦେଶକୁ ଭ୍ରଷ୍ଟାଚାରରେ ଡୁବାଇବା ପୂର୍ବରୁ ପ୍ରଥମେ ସଶରୀରେ ତାଙ୍କୁ ହତ୍ୟା କରାଗଲା  । ତା’ପରେ ହତ୍ୟା କରାଗଲା ତାଙ୍କର ପ୍ରତିଟି ଆଦର୍ଶ ଓ ମୂଲ୍ୟବୋଧକୁ  । ଯେଉଁ ନୀତି ଓ କାର୍ଯ୍ୟକୁ ଜୀବନବ୍ୟାପୀ ସେ ଘୃଣା କରୁଥିଲେ ସେହି କାମକୁ ପ୍ରାୟ ଏବେ ଅର୍ଦ୍ଧାଧିକ ଭାରତୀୟ ଏବେ ବଳିଷ୍ଠ ଆଦର୍ଶ ରୂପେ ଗ୍ରହଣ କରି ସାରିଲେଣି  । ଜୀବନରେ ସେ ସାତଟି କାର୍ଯ୍ୟକୁ ପାପବୋଲି ବିଚାର କରୁଥିଲେ  । ଶ୍ରମହୀନ ରୋଜଗାର, ବିବେକହୀନ ଉପଭୋଗ, ଚରିତ୍ରହୀନ ଜ୍ଞାନ, ନୈତିକତାହୀନ କର୍ତ୍ତବ୍ୟ ମାନବିକତା ହୀନ ବିଜ୍ଞାନ, ତ୍ୟାଗହୀନ ଧର୍ମ ଏବଂ ଆଦର୍ଶ ହୀନରାଜନୀତି  । ଏହି ଗୁଡିକ ମହାତ୍ମା ଗାନ୍ଧି ଜୀବନବ୍ୟାପୀ ବିରୋଧ କରି ଆସିଥିଲେ  । ବର୍ତ୍ତମାନ ପରିପ୍ରେକ୍ଷୀରେ ଏହିସବୁ ଚରିତ୍ରକୁ ବହୁ ଭାରତୀୟ ସର୍ବବ୍ୟାପକ କରିସାରିଲେଣି  ।  ଆଜିବି ବିଶାଳ ଭାରତବର୍ଷର ଦୁର୍ଗମ ସ୍ଥାନମାନଙ୍କରେ ଯେତେ ଲୋକ ବାସ କରନ୍ତି ସେମାନଙ୍କ ଉକ୍ରଟ ଦାରିଦ୍ର୍ୟକୁ ଦେଖିଲେ ପୃଥିବୀର କୋ÷ଣସି ଜଣେ ହେଲେ ସଭ୍ୟମଣିଷ ବିଚାର କରିବ ନାହିଁ ଯେ ଏଠାରେ ଗୋଟାଏ ଗଣତାନ୍ତ୍ରିକ ପଦ୍ଧତିରେ ଶାସନ କ୍ରିୟାଶୀଳ ଅଛି  । ଆମର ଶାସନ ଏତେ ଶକ୍ତିଶାଳୀ ଯେ ଭାରତ ବର୍ଷରୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଶିଶୁ, ମହିଳା ନିରୁଦ୍ଧିଷ୍ଟ ହୋଇଯାଆନ୍ତି  । ଯାହାଙ୍କର ଖୋଜ ଖବର ସରକାରଙ୍କ ନିକଟରେ ନଥାଏ  । ମହାତ୍ମା ଗାନ୍ଧି ଥରେ ସ୍ୱାଧୀନତାର ଉପଲବଧିକୁ ବ୍ୟାଖ୍ୟା କରିବାକୁ ଯାଇ କହିଥିଲେ ଯେଉଁଦିନ ଜଣେ ମହିଳା ମଧ୍ୟରାତ୍ରରେ ଏକାକି ରାଜରାସ୍ତାରେ ଯାଇ ନିରାପଦରେ ତା ଗୃହରେ ପହଞ୍ଚôପାରୁଥିବ  । ସେହିଦିନ ଆମେ ଜାଣିବା ଯେ ଆମର ସ୍ୱାଧୀନତା ଆନେ୍ଦାଳନ ସଫଳ ହୋଇଛି  । ଗାନ୍ଧିଜୀଙ୍କର ଏହି ଚିନ୍ତା ଆଜି କେଉଁଠି ପହଞ୍ଚôସାରିଲାଣି ? ଭାରତର ପ୍ରତ୍ୟେକ କୋଣ ଅନୁକୋଣକୁ ଲକ୍ଷ୍ୟ କରନ୍ତୁ  । ରାତ୍ରି ଏଠାରେ ଦୂରର କଥା, ଦିନ ଦ୍ୱିପ୍ରହରରେ ଜନଗହଳି ଅଞ୍ଚଳ ମାନଙ୍କରୁ ମହିଳାମାନଙ୍କୁ ଉଠାଇ ନେଇ ଯେପରି ଗଣଦୁଷ୍କର୍ମ, ହତ୍ୟା କରାଯାଉଛି ତାକୁ ଦେଖିଲେ କେହି କହିବେକି ଏଠାରେ ମଣିଷର ସ୍ୱାଧୀନତା ରହିଛି ବୋଲି ? ଏପରିକି ପଶୁଙ୍କ ଭିତରେ ଯେତିକି ଦୟା, କ୍ଷମା ଭଳି ଯେତିକି ଚେତନା ଦେଖିବାକୁ ମିଳେ ସେତକ ଚେତନା ବି ଆମ ମଣିଷମାନଙ୍କ  ଭିତରେ ନାହିଁ  । ସ୍ୱାଧୀନତା ଆନେ୍ଦାଳନ ସମୟରେ ଗାନ୍ଧିଜୀଙ୍କ ଆହ୍ୱାନ କ୍ରମେ ଅସୁମାରୀ ସତ୍ୟାଗ୍ରହୀମାନେ ମଦ ଦୋକାନ ଆଗରେ ପିକେଟିଂ କରୁଥିଲେ ମଦ୍ୟପାନକୁ ସଂପୂର୍ଣ୍ଣ ବିଲୋପ କରିବା ପାଇଁ  । ଆଜି ଭାରତର ଚତୁର୍ଦିଗରେ ଚାଲିଛି ମଦର ଅଭୂତ ପୂର୍ବ ବନ୍ୟା ଏବଂ କୋଟି କୋଟି ମଦ୍ୟପମାନଙ୍କ ଦ୍ୱାରା ସଙ୍ଗଠିତ ହେଉଛି ପ୍ରତିଦୈନିକ ହତ୍ୟା, ଲୁଣ୍ଠନ, ବ୍ୟଭିଚାରର ଅଗଣିତ ନାରକୀୟ ଦୃଶ୍ୟ  । ଏ ମାଟିର ପ୍ରତିଟି ମଣିଷ ଚାହିଁଲେଣି ଆଉ ଏକ ସ୍ୱାଧୀନତା ଆନେ୍ଦାଳନ, ଯେଉ ଆନେ୍ଦାଳନ ଭାରତର ଜାତି ଧର୍ମ ଲିଙ୍ଗ ନିର୍ବିଶେଷରେ ପୃଥିବୀରେ ଭାରତକୁ ଏକ ସଭ୍ୟ, ଶିକ୍ଷିତ, ସମୃଦ୍ଧ ଓ ସ୍ୱାବଲମ୍ବନଶୀଳ ରାଷ୍ଟ୍ର ଭାବେ ଗଠନ କରି ଅର୍ଥନୈତିକ କ୍ଷେତ୍ରରେ ସଫଳତାର ଶୀର୍ଷସ୍ଥାନରେ ପହଞ୍ଚôବ, ଭାରତ ହିଁ ଆମର ଜୀବନ  । ଭାରତ ହିଁ ଆମର ଆତ୍ମା ଭାରତ ହିଁ ଆମର ଜନନୀ  ।
ଶ୍ରୀରାମଭବନ, ଚଟୁଆ, ଜଗତ୍ସିଂହପୁର,
ମୋ-୯୯୩୭୩୬୯୫୭୩