ମହାରାଷ୍ଟ୍ର ରଣନୀତି ଓ ଫଳାଫଳ 


ରବି ନାରାୟଣ ପଣ୍ଡା : ହରିଆଣା ଭଳି ମହାରାଷ୍ଟ୍ରରେ ଭାଜପାକୁ ଅପ୍ରତ୍ୟାଶିତ ବିଜୟ ମିଳିଛି ।  ଲଗାତାର ତୃତୀୟ ବିଜୟ ମିଳିଛି, ଯାହା ସହଜରେ ବୁଝି ହେଉ ନାହିଁ । କାରଣ ୫ ମାସ ତଳେ ଲୋକସଭା ନିର୍ବାଚନରେ ନିର୍ମମ ପରାଜୟ ବରଣ କରିଥିବା ଏକ ଦଳ ହଠାତ ବିଜୟୀ ହୋଇ ଯାଇଛି ।  ଭାଜପା ୧୪୯ ଆସନରେ ଲଢ଼ି ୧୩୨ ଆସନରେ ବିଜୟୀ ହୋଇଛି । ୮୯% ଆସନରେ ବିଜୟୀ ହେବା ପଛରେ କିଛି କାହାଣୀ ଅଛି । ଯାହାକୁ ଖାଲି ଆଖିରେ ଦେଖି ହେବନାହିଁ ।  ଗଠବନ୍ଧନ ୨୮୮ ରୁ ୨୩୦ ଆସନରେ ବିଜୟୀ ହୋଇ ଇତିହାସ ତିଆରି କରିଛି ।  ବିପକ୍ଷକୁ ମାତ୍ର ୪୮ ଆସନରେ ସନ୍ତୁଷ୍ଟ ହେବାକୁ ପଡିଛି । ମହାରାଷ୍ଟ୍ର କାହାଣୀକୁ ଖୋଜିବା ପୂର୍ବରୁ ନିର୍ବାଚନ ଗଣିତକୁ ସମୀକ୍ଷା କରିନେବା ଠିକ୍ ରହିବ । 
 ମହାରାଷ୍ଟ୍ରକୁ ସାମାଜିକ ଓ ଭୌଗୋଳିକ ଦୃଷ୍ଟିରୁ ୬ଟି ଅଂଚଳରେ ବିଭାଜିତ କରାଯାଇଥାଏା କିନ୍ତୁ ୨୦୨୪ର ବିଜୟ ମହାରାଷ୍ଟ୍ରର ସମସ୍ତ ଅଂଚଳରେ ଦେଖିବାକୁ ମିଳିଛି ।  ଦୁଇଟି ଜିଲ୍ଲାକୁ ନେଇ ଗଠିତ ମୁମ୍ବାଇ ସହରରେ ମହାଜ୍ୟୋତି ଗଠବନ୍ଧନର ବିଜୟ ନିର୍ବାଚନ ବିଶାରଦଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି । ଶିବସେନାର ପୁରୁଣା ଗଡ଼ ଭାବରେ ପରିଚିତ ଦେଶର ଆର୍ଥôକ ରାଜଧାନୀ ମୁମ୍ବାଇ ଉଦ୍ଧବ ଠାକରେଙ୍କୁ ସର୍ବାଧିକ ନିରାଶ କରିଛି ଯେଉଁଠି ଉଦ୍ଧବ ଠାକରେଙ୍କ ଦଳ ମୁମ୍ବାଇ ମହାନଗରପାଳିକାକୁ ଦଖଲ କରି ରଖିଛି । ଏହି ସହର ସହ ଶିବସେନାର ଜନ୍ମ ଓ ସଂଘର୍ଷ ଯୋଡ଼ି ହୋଇ ରହିଛି ।  ମୁମ୍ବାଇର ୩୬ ରୁ ୨୨ ଆସନ ମହାଜ୍ୟୋତି ଗଠବନ୍ଧନ ହାତକୁ ଯାଇଛି ।  ଶିବସେନାର ନୂତନ ଶତ୍ରୁ ଭାବେ ଛିଡା ହୋଇଥିବା ବିଜେପି ନିକଟକୁ ୧୫ ଆସନ ଯାଇଛି ।  
ବିଦର୍ଭରେ ମଧ୍ୟ୍ୟ ୬୨ ରୁ ୪୯ ଆସନ ଜିତି ଗଠବନ୍ଧନ ସମସ୍ତ ଭବିଷ୍ୟବାଣୀକୁ ଭୁଲ ପ୍ରମାଣିତ କରିଛି ।  ଯେଉଁ ଅଂଚଳରୁ କେବଳ ଭାଜପାକୁ ୩୯ ଆସନ ମିଳିଛି ।  ବିଦର୍ଭରୁ ନିଜେ ଦେବେନ୍ଦ୍ର ଫଡ୍ନବିସ ପ୍ରତିଦ୍ୱନ୍ଦ୍ୱୀ ଥିଲେ ।  ଭାଜପାର ରାଜ୍ୟ ସଭାପତି ଓ କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରି ଉଭୟେ ସେହି ଅଂଚଳରୁ ଆସୁଛନ୍ତି ।  କୋଙ୍କଣ, ପଶ୍ଚିମ ମହାରାଷ୍ଟ୍ର, ଉତ୍ତର ମହାରାଷ୍ଟ୍ରରେ ଗଠବନ୍ଧନକୁ ବିପୁଳ ଜନ ସମର୍ଥନ ମିଳିଛି ।  ଚଳିତ ନିର୍ବାଚନରେ ଶରତ ପାୱାରଙ୍କ ଗଡ଼ ଭୁଶୁଡି ପଡିଛି । 
 ମରଠାୱାଡା କ୍ଷେତ୍ରର ବିଜୟ ସବୁଠାରୁ ଅଧିକ ଚର୍ଚ୍ଚାରେ ଅଛି ।   ମହାରାଷ୍ଟ୍ରର ଏକତୃତୀୟାଂଶ ମରାଠୀ ଲୋକ ଏହି ଅଂଚଳରେ ବସବାସ କରନ୍ତି । ମରାଠା ସରଂକ୍ଷଣ ପାଇଁ ସରକାର ବିରୋଧୀ ବିଶାଳ ଜନ ଆନେ୍ଦାଳନ ଏହି ଅଂଚଳକୁ ଅଧିକ ପ୍ରଭାବିତ କରିଥିଲାା   ମରାଠାୱାଡାର ୮ ଟି ଜିଲ୍ଲା ପୂର୍ବରୁ ହାଇଦ୍ରାବାଦ ରାଜ୍ୟ ବା ନିଜାମ ଶାସିତ ହୋଇ ଥିବାରୁ ମୁସଲିମ ଜନସଂଖ୍ୟା ଏଠାରେ ସର୍ବାଧିକ ।  ଔରଙ୍ଗାବାଦ, ଉଷ୍ମନାବାଦ ଓ ନାଂଦେଡ ଭଳି ମୁସଲିମ ବହୁଳ ଜିଲ୍ଲା ମଧ୍ୟ ଏହି ଅଂଚଳରେ ସାମିଲ ଅଛି ।  ଅତୀତରେ ଭାଜପା ଏହି ଅଂଚଳରେ ସଫଳତା ପାଇପାରୁନଥିଲା ।  ଏହି ଜିଲ୍ଲା ଗୁଡିକରେ ହିନ୍ଦୁ ମୁସଲିମ ସଂଘର୍ଷ ଅଧିକ ଦେଖିବାକୁ ମିଳିଥାଏ ।  ସର୍ବାଧିକ କୃଷକ ଆତ୍ମହତ୍ୟା ଘଟଣା ମରଠାୱାଡା ଅଂଚଳରେ ଘଟିଛି ।   ସରକାର ବିରୋଧୀ ହାୱା ଏହି ଅଂଚଳକୁ ଅଧିକ ପ୍ରଭାବିତ କରିଥିଲା ।  ସମସ୍ତେ ଆକଳନ କରିଥିଲେ ଯେ ମରଠାୱାଡା ଅଂଚଳରେ ମହାଜ୍ୟୋତି ଗଠବନ୍ଧନ ଶୋଚନୀୟ ପରାଜୟ ବରଣ କରିବ । ଏଭଳି ବିପରୀତ ପରିସ୍ଥିତିରେ ବି ମହାଜ୍ୟୋତି ଗଠବନ୍ଧନ ମରଠାୱାଡାକୁ ଜିତି ନେଇଛି । ମହାଜ୍ୟୋତି ଗଠବନ୍ଧନ ପାଇଁ  ସବୁଠାରୁ ଦୁର୍ବଳ ଅଂଚଳରେ ୪୬ ଆସନରୁ ୪୦ ଆସନ ଜିତିବାରେ ସଫଳ ହୋଇଛି । 
ନିର୍ବାଚନ ବିଜୟ ପଛରେ ସବୁଠାରୁ ବଡ କାହାଣୀ ହେଉଛି ସାମାଜିକ ସୁରକ୍ଷା ।  ମହାରାଷ୍ଟ୍ର ଜନତାଙ୍କୁ ମତଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ନାରା "ଏକଜୁଟ ରହିବ ତ ସୁରକ୍ଷିତ ରହିବ" ଓ ଯୋଗିଜୀଙ୍କ ନାରା " ବଂଟେଙ୍ଗେ ତୋ କଟେଙ୍ଗେ’ ଅଧିକ ପ୍ରଭାବିତ କରିଛି ।  ଏହି ନାରାକୁ ଅଜିତ ପାୱାର ଦୃଢ ବିରୋଧ କରିଥିଲେ, ସେଥିପାଇଁ ମହାଜ୍ୟୋତି ଗଠବନ୍ଧନରେ ତାଙ୍କର ସଫଳତା ହାର ସବୁଠାରୁ କମ । ନିଜର ଆସନ ସଂଖ୍ୟା ୪୦ ରୁ ମାତ୍ର ଗୋଟିଏ ଆସନ ବୃଦ୍ଧି କରି ୪୧ପହଁଚିଛନ୍ତି ।  ସାମାଜିକ ସୁରକ୍ଷା ଠାରୁ ଚିରାଚରିତ ତୁଷ୍ଟୀକରଣ ଉପରେ ଅଧିକ ଭରସା କରିଥିଲେ ଅଜିତ ପାୱାର ।  ମହାରାଷ୍ଟ୍ରରେ ଏହି ନାରାର କୌଣସି ପ୍ରଭାବ ନାହିଁ ବୋଲି ସର୍ବସାଧାରଣରେ ମତବ୍ୟକ୍ତ କରିଥିଲେ ।  ଏହି ଜନପ୍ରିୟ ନାରାକୁ ନେଇ ଏକନାଥ ସିନେ୍ଧ ନିରବ ରହିଥିଲେ ।  ଏପରି କୁହାଯାଇପାରିବ ନିରବରେ ସମର୍ଥନ କରିଥିଲେ ।  ତାଙ୍କର ଆସନ ସଂଖ୍ୟା ୪୦ ରୁ ଆଗକୁ ବଢ଼ି ୫୭ ହୋଇଗଲା ।  ଅର୍ଥାତ ୧୭ ଆସନ ବୃଦ୍ଧି କରିବାରେ ତାଙ୍କ ଦଳ ସମର୍ଥ ହୋଇଗଲା ।  ତାଙ୍କୁ ଭଲ ଭାବରେ ଜଣାଥିଲା ମହାରାଷ୍ଟ୍ରରେ ସାମାଜିକ ସୁରକ୍ଷା ଅନ୍ୟାନ୍ୟ ବିଷୟ ଭିତରେ ସବୁଠାରୁ ମହତ୍ୱପୂର୍ଣ୍ଣ ବିଷୟ । 
ଦେବେନ୍ଦ୍ର ଫଡ୍ନାବିସ ତାଙ୍କ ଭାଷଣରେ ଏହି ନାରାକୁ ଜୋରଦାର ସମର୍ଥନ କରିଥିଲେ ।  ତାଙ୍କର ଆସନ ସଂଖ୍ୟା ୧୦୬ ରୁ ୧୩୨ ହୋଇଗଲା ।  ୧,୧୭ ଓ ୨୬ ଆସନ ବୃଦ୍ଧିର ଗଣିତ ଏହି ଜନପ୍ରିୟ ନାରା ଭିତରେ ଅଛି ।  ଏହି ନାରା ହରିୟାନା ନିର୍ବାଚନରେ ତାର ଯାଦୁ ଦେଖେଇ ସାରିଥିଲା ।  ଏବେ ମହାରାଷ୍ଟ୍ର ନିର୍ବାଚନରେ ପୁଣିଥରେ ନିଜର ଶକ୍ତିକୁ ପ୍ରମାଣିତ କରିଦେଲା । ପ୍ରଧାନମନ୍ତ୍ରୀ ତାଙ୍କର ଭାଜପା କାର୍ଯ୍ୟାଳୟରେ ଦେଇଥିବା ଭାଷଣରେ ମହାରାଷ୍ଟ୍ର ନିର୍ବାଚନରେ ଏହି ନାରାର ପ୍ରଭାବକୁ ଉଲ୍ଲେଖ କରିଛନ୍ତି । 
କଂଗ୍ରେସ ଗଠବନ୍ଧନ ଲୋକସଭା ନିର୍ବାଚନରେ ଧରିଥିବା ପୁରୁଣା ଅସ୍ତ୍ର ସମ୍ବିଧାନ ବଂଚାଅ ଓ ସରଂକ୍ଷଣ ବଂଚାଅ ନାରାରେ ସୀମିତ ରହିଗଲା ।  ରାହୁଲ ଗାନ୍ଧୀ ସମ୍ବିଧାନର ଖାଲି କପି ଧରି ମଂଚରେ ଭାଷଣ ଦେବା ପାଇଁ ବାହାରି ପଡିଲେ ।  ତାଙ୍କ ଭାଷଣରେ ସାମାଜିକ ସୁରକ୍ଷା ସ୍ଥାନ ପାଇପାରିଲା ନାହିଁ ।  ଅନ୍ୟ ଦିଗରେ କଂଗ୍ରେସ ଦଳ ମୋଦି ଓ ଯୋଗୀଙ୍କ ସାମାଜିକ ସୁରକ୍ଷାର ନାରାକୁ ସମାଲୋଚନା କରିବା ଆରମ୍ଭ କଲା ।  ଜାତି ଜନଗଣନା ଓ ସାମାଜିକ ବିଭାଜନ ନିର୍ବାଚନ ଭାଷଣରେ ସ୍ଥାନ ପାଇଲା ।  ଏପରି ପରିବେଶ ଭିତରେ କଂଗ୍ରେସ ରାଷ୍ଟ୍ରୀୟ ସଭାପତିଙ୍କ ଅତୀତରେ ଦିଆଯାଇଥିବା ଭାଷଣ ଲୋକଙ୍କ ଭିତରେ ଅଧିକ ସଚେତନତା ଆଣିଦେଲା ।  ପୂର୍ବରୁ ତାଙ୍କ ଭାଷଣରେ ସେ କହିଥିଲେ ଯେ ରଜାକାର ମାନେ ତାଙ୍କ ବାପା ଓ ଭଉଣୀଙ୍କୁ ନିର୍ମମ ହତ୍ୟା କରିଛନ୍ତି । ଦେଶ ବିଭାଜନ ପରେ ହାଇଦ୍ରାବାଦ ମିଶ୍ରଣ ସମୟରେ ନିଜାମଙ୍କ ମୁସଲିମ ସେନା(ରଜାକାର)ହିନ୍ଦୁଙ୍କ ଉପରେ ଅକଥନୀୟ ଅତ୍ୟାଚାର କରିଥିଲେ ।  ସେହି ଅତ୍ୟାଚାର ଭିତରେ ତାଙ୍କ ପରିବାରର ହତ୍ୟା ହୋଇଯାଇଥିଲା ।  ତାଙ୍କ ପରିବାରର ସଂଘର୍ଷ ଓ ଅସୁରକ୍ଷିତ ଅବସ୍ଥାର ଲୋମହର୍ଷଣକାରୀ ଭାଷଣ ସାମାଜିକ ଗଣମାଧ୍ୟମରେ ଘୂରି ବୁଲିଲା ।  ଖଡଗେଙ୍କ ମୁହଁରେ ଅସୁରକ୍ଷିତ ସମାଜର କାହାଣୀ କଂଗ୍ରେସକୁ ପଛକୁ ଠେଲି ଦେଲା ।  ନିଜ ଚକ୍ରବ୍ୟୁହରେ କଂଗ୍ରେସ ନିଜେ ଫସିଗଲା  ।  କଂଗ୍ରେସ ସପକ୍ଷ ପବନ ଦିଗ ବଦଳେଇ ଦଳ ବିରୋଧୀ ହାୱା ରେ ପରିଣତ ହୋଇଗଲା   ଯେଉଁଥିପାଇଁ କଂଗ୍ରେସ ୧୦୧ ଆସନରେ ନିର୍ବାଚନ ଲଢି ୧୬ଟି ଆସନରେ ସୀମିତ ରହିଗଲା । ବିଗତ ନିର୍ବାଚନରେ ୪୩ ଆସନ ଜିତିଥିବା କଂଗ୍ରେସ ଦଳ ୨୭ଟି ଆସନ ହାରି ବିପର୍ଯ୍ୟୟର ସମ୍ମୁଖୀନ ହେଲା ।  
ସାମାଜିକ ସୁରକ୍ଷା ଭଳି ମହତ୍ୱପୂର୍ଣ୍ଣ କାରଣ ସହ ଅନ୍ୟ କିଛି କାରଣ ମଧ୍ୟ୍ୟ ମିଶିଗଲା ।  ମହିଳାମାନଙ୍କୁ ୨୧୦୦ ଟଙ୍କା ମାସିକ ଦେବା ପାଇଁ ଘୋଷଣା ପତ୍ରରେ ପ୍ରତିଶ୍ରୁତି ମହାଜ୍ୟୋତି ଗଠବନ୍ଧନ ତରଫରୁ ଦିଆଯାଇଥିଲା ।  ମରାଠୀ ଆନେ୍ଦାଳନକୁ ପ୍ରତିହତ କରିବା ପାଇଁ ଛୋଟ ଛୋଟ ଜାତି ସହ ସିଧା ସଳଖ ସମ୍ପର୍କ କରାଯାଇଥିଲା ।  ସାମାଜିକ ସଚେତନତା କାରଣରୁ ମତଦାନ ହାର ୬୧% ରୁ ୬୬% କୁ ବୃଦ୍ଧି ହୋଇଗଲା ।  ଦଳିତ ମତଦାତାଙ୍କୁ ମୁସଲିମ ଓ ସିକୁଲାର ନେତାଙ୍କ ଠାରୁ ମୁକୁଳେଇବା ପାଇଁ ସଘନ ପ୍ରୟାସ ବିଜୟକୁ ଅଧିକ ସରଳ କରିଦେଲା  ।  ସେମାନଙ୍କୁ ମହାଜ୍ୟୋତି ଗଠବନ୍ଧନ ବୁଝେଇବାରେ ସଫଳ ହେଲାଯେ ହିନ୍ଦୁ ଏକ ରହିଲେ ସୁରକ୍ଷିତ ରହିବେ ।  ଭୀମ ମିମ ଭାଇ ଭାଇ ନାରା ଏଥର ନିର୍ବାଚନରେ ପ୍ରଭାବୀ ହୋଇ ପାରିଲା ନାହିଁ ।  ସ୍ଥାନୀୟ ଅଂଚଳରେ ସାମାଜିକ ସୁରକ୍ଷା ଓ ମହାରାଷ୍ଟ୍ରର ସୁରକ୍ଷା ଗଠବନ୍ଧନ ପାଇଁ ଚଳିତ ନିର୍ବାଚନରେ ଅମୋଘ ଅସ୍ତ୍ର ଭାବରେ କାମ ଦେଲା ।