ସିଭିଲ ସର୍ଭିସରେ ରଚିତା, ଶ୍ୟାମାଙ୍କ ସଫଳତା
ଆସିକା/ ମାଲକାନଗିରି: ଆସିକା ବାଣୀବିହାର ସ୍ଥିତ ରଚିତା ମହାପାତ୍ର ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ପ୍ରଥମ ପ୍ରଚେଷ୍ଟା ରେ ୬୮ ନମ୍ବରରେ କୃତକାର୍ଯ୍ୟ ହୋଇଛନ୍ତି । ଓଡ଼ିଶା କୃଷି ଓ ବୈଷୟିକ ବିଦ୍ୟାଳୟରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରି ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗରେ ସହକାରୀ ବାଣିଜ୍ୟ କର ଅଧିକାରୀ ରୂପେ କାର୍ଯ୍ୟରତ ଅଛନ୍ତି । ସେ ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ମିହିର କାନ୍ତ ମହାପାତ୍ର ଓ ହରିହର ହାଇସ୍କୁଲ୍ରେ କାର୍ଯ୍ୟରତ ସହକାରୀ ଶିକ୍ଷୟିତ୍ରୀ ସବିତା ତ୍ରିପାଠୀଙ୍କ କନ୍ୟା ଅଟନ୍ତି । ତାଙ୍କ କଠିନ ପରିଶ୍ରମ ଏବଂ ଗୁରୁଜନଙ୍କ ଆଶୀର୍ବାଦ ଯୋଗୁ ଏହା ସମ୍ଭବ ହୋଇପାରିଛି ସେ କହିଛନ୍ତି ।
ସେହିପରି ମାଲକାନଗିରି ଜିଲ୍ଲାରେ ଓଡିଶା ପ୍ରଶାସନିକ ସେବା (ଓଏଏସ) ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ଲକ୍ଷ୍ୟ କୋଚିଂ ସେଣ୍ଟର ବିଦ୍ୟାର୍ଥୀ ଶ୍ୟାମା ମାଢୀ । ଶ୍ୟାମା ଓଏଏସ ପରୀକ୍ଷାରେ ୬୩୧ ସ୍ଥାନ ହାସଲ କରିଛନ୍ତି । ସେ କିସ୍ ଭୁନେନେଶ୍ୱରରୁ ଯୁକ୍ତ ଦୁଇ ଓ ମାଲକାନଗିରି ମଡେଲ ଡ଼ିଗ୍ରୀ କଲେଜରୁ ବଟାନୀରେ ସ୍ନାତକ ଉତ୍ତୀର୍ଣ୍ଣ ହୋଇଛନ୍ତି ।