ବିଭିନ୍ନ ଅଞ୍ଚଳରେ ଜନଜାତୀୟ ଗୌରବ ଦିବସ ପାଳନ ", ଜଙ୍ଗଲ ଜମି ଉପରେ କେବଳ ଆଦିବାସୀଙ୍କର ଅଧିକାର ରହିଛି'
ମାଲକାନଗିରି: ବିପ୍ଲବୀ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଡିଏନକେ ଖେଳ ପଡିଆ ଠାରେ ଜିଲ୍ଲା ସ୍ତରୀୟ ଜନ ଜାତୀୟ ଗୌରବ ଦିବସ ଅନୁଷ୍ଠିତ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଭାସୀ ମାଧ୍ୟମରେ ଯୋଗ ଦେଇ ସଭାକୁ ସମ୍ବୋଧିତ କରିଥିଲେ । ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ସମାରୀ ତାଙ୍ଗୁଲ, ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଓ ସାଂସଦ ପ୍ରତିନିଧି ସଞ୍ଜୟ ସରକାର ଉପସ୍ଥିତ ଥିଲେ । ଏହି ଅବସରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ ମହାଲିଙ୍ଗ ବିର୍ସା ମୁଣ୍ଡାଙ୍କ ବୀରତ୍ୱର ଗାଥା ମନେ ପକାଇଥିଲେ । ସେ କହିଥିଲେ ଜଙ୍ଗଲ ଜମି ଉପରେ କେବଳ ଆଦିବାସୀଙ୍କର ଅଧିକାର ରହିଛି । ଏହି ଅବସରରେ ସ୍ୱାସ୍ଥ୍ୟ ବିଭାଗର ୨୪ଟି ନୂତନ କୋଠା ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ ସହ ମାଥିଲି ଓ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିସôାଳୟରେ ଦୁଇଟି ଡ଼ାଏଲେସିସ ୟୁନିଟର ଶିଳାନ୍ୟାସ କରିଥିଲେ । କୋଠା ନିର୍ମାଣ ନିମନ୍ତେ ୧୬୭ କୋଟି ଓ ଡ଼ାଏଲେସିସ ୟୁନିଟ ନିମନ୍ତେ ୧ କୋଟି ୧୪ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ଏହା ସ୍ଥାପନ ହେବା ଦ୍ୱାରା ଜିଲ୍ଲାରେ ଚିକିସôା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ହେବ ବୋଲି ସେ ମତବ୍ୟକ୍ତ କରିଥିଲେ ।
ନୀଳଗିରି: ବିପ୍ଲବୀ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଜନଜାତୀୟ ଗୌରବ ଦିବସ ସମଗ୍ର ଦେଶ ସହ ନୀଳଗିରିରେରେ ପାଳନ କରାଯାଇଥିଲା । ଜିଲ୍ଲା ସ୍ତରୀୟ ବିର୍ସା ମୁଣ୍ଡାଙ୍କ ଜନ୍ମ ଜୟନ୍ତୀ ନୀଳଗିରି ଇଣ୍ଡୋର ଷ୍ଟାଡିୟମ ପରିସରରେ ପାଳିତ ହୋଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବିଧାୟକ ସନ୍ତୋଷ ଖଟୁଆ, ମହେନ୍ଦ୍ର ନାଥ ବେହେରା, ଜ୍ୟୋତିର୍ମୟ ପୁଥାଳ, ଜିଲ୍ଲାପାଳ ସୁର୍ଯ୍ୟବଂଶୀ ମୟୁର ବିକାଶ, ତନୟା ଗିରି, ଲକ୍ଷ୍ମଣ ମୁର୍ମୁ, ଐଶ୍ୱର୍ଯ୍ୟା ସାମନ୍ତ, ଶୁଭଶ୍ରୀ ରଥ, ସୋନମ ଦାସଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରି ଓ ନୀଳଗିରି ବିଭିନ୍ନ ଅଞ୍ଚଳରୁ ଆସିଥିବା ଜନଜାତି ବର୍ଗର ଭାଇ ଭଉଣି ମାନେ ସାମିଲ ହୋଇଥିଲେ ।
ନବରଙ୍ଗପୁର: ରାଜା ଚୈତନ୍ୟ ଦେବ ଉଚ୍ଚÿ ବିଦ୍ୟାଳୟର ଖେଳ ପଡିଆଠାରେ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମବାର୍ଷିକୀ ଅବସରରେ ଜିଲ୍ଲା ସ୍ତରୀୟ ଜନ ଜାତୀୟ ଗୌରବ ଦିବସ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲାର ଦଶଟି ବ୍ଲକରୁ ପ୍ରାୟ ୩୦୦୦ ହିତାଧିକାରୀମାନେ ଯୋଗଦାନ କରିଥିଲେ । ଏହି ସଭାରେ ସମ୍ମାନୀତ ଅତିଥି ଭାବେ ବିଧାୟକ ଗୌରି ଶଙ୍କର ମାଝୀ, ମନୋହର ରନ୍ଧାରୀ, ଜିଲ୍ଲାପାଳଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ସହ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।
ାା ପ୍ରଭାନୁ୍ୟଜ୍ ।ା ଢେଙ୍କାନାଳ,୧୫ା୧୧: ବିର୍ସାମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ସାରା ଦେଶରେ ଗୌରବ ଦିବସ ପାଳିତ ହେଉଛି । ଜନଜାତୀୟ ଗୌରବ ଦିବସ ପାଳନ ଅବସରରେ ବିହାରର ଜମୁଇ ଜିଲ୍ଲାରୁ ଆଭାସି ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଦିବାସୀ ସଂପ୍ରଦାୟର ଭାଇଭଉଣୀଙ୍କୁ ସମ୍ବୋଧନ କରି ପ୍ରକୃତିର ସୁରକ୍ଷା ଓ ଦେଶର ସ୍ୱାଧୀନତା ପ୍ରାପ୍ତି ପାଇଁ ସେମାନଙ୍କର ଅବଦାନ ଅବିସ୍ମରଣୀୟ ବୋଲି ପ୍ରକାଶ କରିଥିଲେ । ବିର୍ସାମୁଣ୍ଡାଙ୍କ ନାମରେ ୧୫୦ ଟଙ୍କିଆ ମୁଦ୍ରା ଓ ୫ ଟଙ୍କିଆ ଡାକଟିକଟକୁ ଉନ୍ମୋଚନ କରିବା ସହ ୬ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଶିଳାନ୍ୟାସ କରିଥିଲେ । ଏହି ଅବସରରେ ଢେଙ୍କାନାଳ ସହରର ମିନିଷ୍ଟାଡିୟମ ଠାରେ ଏକ ଉତ୍ସବ ଆୟୋଜ କରାଯାଇଥିଲା । ଉତ୍ସବରେ ସାଂସଦ ରୁଦ୍ର ନାରାୟଣ ପାଣି, କାମାକ୍ଷାନଗର ବିଧାୟକ ଶତୃଘ୍ନ ଜେନା, ପରଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ, ହିନେ୍ଦାଳ ବିଧାୟିକା ସିମାରାଣୀ ନାୟକ, ଜିଲ୍ଲା ପରିଷଦର ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ ଓ ମନ୍ତ୍ରୀଙ୍କ ପ୍ରତିନିଧି ରାମଚନ୍ଦ୍ର ପାତ୍ର ସମ୍ମାନିତ ଅତିଥୀ ଭାବେ ଯୋଗ ଦେଇଥିଲେ । ଜନଜାତିଙ୍କୁ ଶିକ୍ଷିତ କରାଇ ସେମାନଙ୍କର ଆର୍ଥୀକ, ସାମାଜିକ, ରାଜନୈତିକ ଜୀବନରେ ବିକାଶ ପାଇଁ ଆଗେଇ ଆସିବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ଜନଜାତିଙ୍କ ଇତିହାସ ମହାନ୍, ଦେଶକୁ ଗୌରବାନ୍ୱିତ କରିବାରେ ସେମାନଙ୍କର ଅବଦାନ ଅତୁଳନୀୟ ବୋଲି ମତବ୍ୟକ୍ତ କରିଥିଲେ । ସମସ୍ତେ ସଂଗଠିତ ହୋଇ ଶିକ୍ଷାର ଅଭାବ ଓ ଦାରିଦ୍ର୍ୟ କାରଣରୁ ଅବହେଳିତ ଥିବା ଜନଜାତିଙ୍କ ପ୍ରକୃତ କଲ୍ୟାଣ କଲେ ବିକଶିତ ଭାରତ ସ୍ୱପ୍ନ ସାକାର ହେବ ବୋଲି ଆଶା ବ୍ୟକ୍ତ କରିଥିଲେ ।